ଓଡିଶାରୁ ନିଖୋଜ ଡାକ୍ତର କର୍ଣ୍ଣାଟକରୁ ଠାବ

ମାଲକାନଗିରି: କାଲିମେଳାରୁ ଅପହୃତ ଡାକ୍ତର ଅମ୍ଲାନ ଭୋଇଙ୍କ ମିଳିଲା ପତ୍ତା। ତାଙ୍କୁ ସୁରକ୍ଷିତ ଭାବେ କର୍ଣ୍ଣାଟକରୁ ଉଦ୍ଧାର କରିଛି ପୁଲିସ। ଏନେଇ ମାଲକାନଗିରି ଏସପି ସୂଚନା ଦେଇଛନ୍ତି। ଏବେ ଡାକ୍ତର ଅମ୍ଲାନ ଭୋଇଙ୍କୁ କର୍ଣ୍ଣାଟକରୁ ମାଲକାନଗିରିକୁ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଅମ୍ଲାନଙ୍କୁ କେହି ଅପହରଣ କରି ନେଇଥିବା ଜଣାପଡିଥିଲା। ପୁଲିସ ତାଙ୍କୁ ମାଲକାନଗିରି ଆଣିବା ପରେ ଏସମ୍ପର୍କରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ। ସୂଚନାନୁସାରେ,ଗତ ୧ ତାରିଖ ଦିନ […]

Samaya Live Picture
Published On

ମାଲକାନଗିରି: କାଲିମେଳାରୁ ଅପହୃତ ଡାକ୍ତର ଅମ୍ଲାନ ଭୋଇଙ୍କ ମିଳିଲା ପତ୍ତା। ତାଙ୍କୁ ସୁରକ୍ଷିତ ଭାବେ କର୍ଣ୍ଣାଟକରୁ ଉଦ୍ଧାର କରିଛି ପୁଲିସ। ଏନେଇ ମାଲକାନଗିରି ଏସପି ସୂଚନା ଦେଇଛନ୍ତି। ଏବେ ଡାକ୍ତର ଅମ୍ଲାନ ଭୋଇଙ୍କୁ କର୍ଣ୍ଣାଟକରୁ ମାଲକାନଗିରିକୁ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଅମ୍ଲାନଙ୍କୁ କେହି ଅପହରଣ କରି ନେଇଥିବା ଜଣାପଡିଥିଲା। ପୁଲିସ ତାଙ୍କୁ ମାଲକାନଗିରି ଆଣିବା ପରେ ଏସମ୍ପର୍କରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ।
ସୂଚନାନୁସାରେ,ଗତ ୧ ତାରିଖ ଦିନ ଡାକ୍ତର ଅମ୍ଲାନ କୁମାର ଭୋଇ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ୍ୟୁଟି ସାରି ନିଜ କ୍ୱାଟର୍ସକୁ ଫେରିଥିଲେ I ଏହାପର ଠାରୁ ସେହି ଦିନରୁ ସେ ନିଖୋଜ ରହିଥିଲେ I ତେବେ ମାଲକାନଗିରି ଥାନାରେ ତାଙ୍କ ପରିବାର ଏତଲା ଦେବାପରେ ପୋଲିସ ତାଙ୍କ କ୍ୱାଟରକୁ ଯାଇ ଅନୁସନ୍ଧାନ କରିଥିଲା I ସେଠାରେ ଏକ ପୁରୁଣା ମୋବାଇଲ ରହିଥିବାବେଳେ ତାଙ୍କ ଘର ସାମ୍ନାରେ ଏକ ମାଓ ପୋଷ୍ଟର ପଡିଥିବାର ଦେଖାଯାଇଥିଲା I ତେଣୁ ପ୍ରାରମ୍ଭିକ ତଦନ୍ତ ସମୟରେ ଏହା ମାଓ ଅପହରଣ ବୋଲି ସନ୍ଦେହ କରାଯାଉଥିଲା I

Tags: