ଓଟିପି ସେୟାରିଂ ମାମଲା : ପଠାଣି ସାମନ୍ତକୁ ୫ ଦିନିଆ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ଏସଟିଏଫ୍
ଭୁବନେଶ୍ୱର : ୫ ଦିନିଆ ରିମାଣ୍ଡରେ ଯିବ ଓଟିପି ସେୟାରିଂ ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ପଠାଣି ସାମନ୍ତ I ଆଜି ଠାରୁ ପଶ୍ଚିମବଙ୍ଗ ଏସଟିଏଫ୍ ପଠାଣିକୁ ୫ ଦିନିଆ ରିମାଣ୍ଡରେ ନେବ ବୋଲି ସୂଚନା ମିଳିଛି I ରିମାଣ୍ଡ ସରିବା ପରେ ଝାରପଡ଼ା ଜେଲରେ ପଠାଣି ସାମନ୍ତକୁ ଏନଆଇଏ ଜେରା କରିବ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ, ସିଲିଗୁଡ଼ି ଥାନାରେ ପଠାଣି ସାମନ୍ତ ନାଁରେ ପୂର୍ବରୁ ମାମଲା ରହିଛି ଇ ପଶ୍ଚିମବଙ୍ଗ ଏସଟିଏଫ ଏ ସମ୍ପର୍କରେ […]
ଭୁବନେଶ୍ୱର : ୫ ଦିନିଆ ରିମାଣ୍ଡରେ ଯିବ ଓଟିପି ସେୟାରିଂ ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ପଠାଣି ସାମନ୍ତ I ଆଜି ଠାରୁ ପଶ୍ଚିମବଙ୍ଗ ଏସଟିଏଫ୍ ପଠାଣିକୁ ୫ ଦିନିଆ ରିମାଣ୍ଡରେ ନେବ ବୋଲି ସୂଚନା ମିଳିଛି I ରିମାଣ୍ଡ ସରିବା ପରେ ଝାରପଡ଼ା ଜେଲରେ ପଠାଣି ସାମନ୍ତକୁ ଏନଆଇଏ ଜେରା କରିବ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ସିଲିଗୁଡ଼ି ଥାନାରେ ପଠାଣି ସାମନ୍ତ ନାଁରେ ପୂର୍ବରୁ ମାମଲା ରହିଛି ଇ ପଶ୍ଚିମବଙ୍ଗ ଏସଟିଏଫ ଏ ସମ୍ପର୍କରେ ଜେରା କରିବା ସହ ଗୁଡୁ ମୁସ୍ଲିମ୍ ଲିଙ୍କ୍କୁ ନେଇ ମଧ୍ୟ ପଚରାଉଚରା କରିବ । ପଠାଣି ସାମନ୍ତ ଓ ଅଭିଜିତ ସଞ୍ଜୟ ଜାମ୍ବୁରଙ୍କୁ ଏକାସହିତ ମୁହାଁମୁହିଁ ଜେରା କରିପାରେ ଏସଟିଏଫ । ଅଭିଯୁକ୍ତ ସଞ୍ଜୟଙ୍କୁ ମୁମ୍ବାଇ ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍ ଜେରା କରିସାରିଛି। ପୂର୍ବରୁ ଏ ନେଇ ଏସଟିଏଫ୍ ଇଣ୍ଟେଲିଜେନ୍ସ ବ୍ୟୁରୋ ସହ ଯୋଗାଯୋଗରେ ରହିଛି। ଅଭିଯୁକ୍ତମାନେ ମ୍ୟୁଲ ଆକାଉଣ୍ଟ ଓ ପ୍ରି ଆକ୍ଟିଭେଟ ସିମ ଜରିଆରେ କାରବାର ଚଳାଇଥିଲେ। ଓଡ଼ିଶା ଏସଟିଏଫ୍ ଅଭିଯୁକ୍ତଙ୍କୁ ଧରିବା ପରେ ପୁରା ଘଟଣାରୁ ଗୁମର ଖୋଲୁଛି।




