ଓଟିପି ସେୟାରିଂ ମାମଲା: ଏସଟିଏଫ୍ ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ
ଭୁବନେଶ୍ବର: ଭରତରୁ ଗୁପ୍ତ ତଥ୍ୟ ଯୋଗାଇବା ମାମଲାରେ ଏସଟିଏଫ୍ ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ I ଓଟିପି ସେୟାରିଂ ଦେଶଦ୍ରୋହ, ମନି ଟ୍ରାଞ୍ଜାକ୍ସନ ଓ ସନ୍ଦିଗ୍ଧ ମହିଳାଙ୍କ ସମ୍ପର୍କରେ ସୁରାକ ମିଳିଛି। ପାକିସ୍ତାନ ଏଜେଣ୍ଟଙ୍କ ଠାରୁ ଗୁପ୍ତ ସୂଚନା ଦେବାକୁ ଅଭିଯୁକ୍ତ ଇକବାଲ ହୁସେନ ଆଣିଥିଲା ୮୫ ଲକ୍ଷ ଟଙ୍କା। ରିମାଣ୍ଡ ବେଳେ ତଦନ୍ତକାରୀ ସଂସ୍ଥା ଆଗରେ ଅଭିଯୁକ୍ତ ସତ ଓଗାଳିଛି। ଅଭିଯୁକ୍ତ ଇକବାଲ ହୁସେନ ଆକାଉଣ୍ଟକୁ ପାକିସ୍ଥାନରୁ ଆସିଥିଲା ଏହି ଟଙ୍କା। ଭାରତରୁ ଗୁପ୍ତ ତଥ୍ୟ […]
ଭୁବନେଶ୍ବର: ଭରତରୁ ଗୁପ୍ତ ତଥ୍ୟ ଯୋଗାଇବା ମାମଲାରେ ଏସଟିଏଫ୍ ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ I ଓଟିପି ସେୟାରିଂ ଦେଶଦ୍ରୋହ, ମନି ଟ୍ରାଞ୍ଜାକ୍ସନ ଓ ସନ୍ଦିଗ୍ଧ ମହିଳାଙ୍କ ସମ୍ପର୍କରେ ସୁରାକ ମିଳିଛି। ପାକିସ୍ତାନ ଏଜେଣ୍ଟଙ୍କ ଠାରୁ ଗୁପ୍ତ ସୂଚନା ଦେବାକୁ ଅଭିଯୁକ୍ତ ଇକବାଲ ହୁସେନ ଆଣିଥିଲା ୮୫ ଲକ୍ଷ ଟଙ୍କା। ରିମାଣ୍ଡ ବେଳେ ତଦନ୍ତକାରୀ ସଂସ୍ଥା ଆଗରେ ଅଭିଯୁକ୍ତ ସତ ଓଗାଳିଛି। ଅଭିଯୁକ୍ତ ଇକବାଲ ହୁସେନ ଆକାଉଣ୍ଟକୁ ପାକିସ୍ଥାନରୁ ଆସିଥିଲା ଏହି ଟଙ୍କା। ଭାରତରୁ ଗୁପ୍ତ ତଥ୍ୟ ପାଇବା ପାଇଁ କୋଟି କୋଟି ଖର୍ଚ୍ଚ କରିଥିଲା ପାକିସ୍ତାନ।
ଏହାସହ STF ହାତରେ ଲାଗିଛି ଅଭିଯୁକ୍ତର ସିଡ଼ିଆର ରିପୋର୍ଟ। ଦିନକୁ ୧୦ ଥରରୁ ଉର୍ଦ୍ଧ ପାକିସ୍ତାନକୁ କଲ କରୁଥିଲା ଅଭିଯୁକ୍ତ। କଲ କରିବା ପାଇଁ ପ୍ରତିଦିନ ଫୋନ୍ ଓ ସିମ୍ ବଦଳାଉଥିଲା ଇକବାଲ। ଏହି କଲ ପାଇଁ ସେ ଗିରଫ ଭୟରେ ପ୍ରତିଦିନ ଫୋନ ଓ ସିମ ବଦଳାଉଥିଲା। ଇକବାଲ ହୁସେନର ଘର ଆସାମରେ ହୋଇଥିବା ବେଳେ ସେ ବେଙ୍ଗାଲୁରୁରେ ରହୁଥିଲା। ପାକିସ୍ତାନ ଇଣ୍ଟେଲିଜେନ୍ସ ଆର୍ମି ଅଫିସର ଅବଦୁଲ ହମିଦ ଖୁରମ ସହ ତାର ଲିଙ୍କ ନେଇ ସନ୍ଦେହ ହୋଇଥିଲା। ପଠାଣି ଓ ଅଭିଜିତ ସଂଜୟକୁ ଗିରଫ ପରେ ଇକବାଲ ଅନ୍ୟତ୍ର ଫେରାର ହୋଇଯାଇଥିଲା




