ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲା ,୫୫ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍
ବାଲେଶ୍ୱର : ଓଏସଏସସି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ପ୍ରଥମ ଥର ପାଇଁ ଆକ୍ସନ ମୋଡକୁ ଆସିଲା ଓଡିଶା ଷ୍ଟାଫ ସିଲେକ୍ସନ କମିଶନ । ଏ ନେଇ ଛାତ୍ର ଛାତ୍ରୀ ମାନଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ I ଏଥିପାଇଁ ୫୫ ଜଣ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । କାହିଁକି ଆଜୀବନ ଓଏସଏସସି ନିଯୁକ୍ତି ପରୀକ୍ଷାରୁ ବାସନ୍ଦ କରାନଯିବ ସେ ନେଇ ସଂପୃକ୍ତ ୫୫ ପରୀକ୍ଷାର୍ଥୀଙ୍କୁ ଜବାବ ମଗାଯାଇଛି । ଏ […]
ବାଲେଶ୍ୱର : ଓଏସଏସସି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ପ୍ରଥମ ଥର ପାଇଁ ଆକ୍ସନ ମୋଡକୁ ଆସିଲା ଓଡିଶା ଷ୍ଟାଫ ସିଲେକ୍ସନ କମିଶନ । ଏ ନେଇ ଛାତ୍ର ଛାତ୍ରୀ ମାନଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ I ଏଥିପାଇଁ ୫୫ ଜଣ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । କାହିଁକି ଆଜୀବନ ଓଏସଏସସି ନିଯୁକ୍ତି ପରୀକ୍ଷାରୁ ବାସନ୍ଦ କରାନଯିବ ସେ ନେଇ ସଂପୃକ୍ତ ୫୫ ପରୀକ୍ଷାର୍ଥୀଙ୍କୁ ଜବାବ ମଗାଯାଇଛି । ଏ ସଂକ୍ରାନ୍ତରେ ଓଏସଏସସି ସେକ୍ରେଟାରୀଙ୍କୁ ଚିଠି ଲେଖିଛନ୍ତି ବାଲେଶ୍ୱର ଏସପି ସାଗରିକା ନାଥ I ଏହି ପରୀକ୍ଷାର୍ଥୀମାନେ ପୂର୍ବରୁ ପ୍ରଶ୍ନପତ୍ର କିଣିବେ ବୋଲି ଡ଼ିଲ କରିଥିଲେ ବୋଲି ଏସପି ସାଗରିକା ନାଥ ଚିଠିରେ ଦର୍ଶାଇଛନ୍ତି I
ଏହି ବହୁ ଚର୍ଚ୍ଚିତ ପ୍ରଶ୍ନପତ୍ର ଲିକ୍ ଘଟଣାରେ ମୋଟ୍ ୧୭ ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେଜଣ କେନ୍ଦ୍ର ଓ ରାଜ୍ୟ ଵସରକାରଙ୍କ ଅଧୀନରେ ଚାକିରୀ କରିଛନ୍ତି I ଏ ସଂକ୍ରାନ୍ତରେ ମଧ୍ୟ ବାଲେଶ୍ୱର ଏସପି ସାଗରିକା ନାଥ ସମ୍ପୃକ୍ତ କର୍ମଚାରୀଙ୍କ ଅଥରିଟି ଙ୍କୁ ଚିଠି ଦ୍ୱାରା ଅବଗତ କରାଇଛନ୍ତି I ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ ବିହାରର ଜଣେ ସରକାରୀ କର୍ମଚାରୀ ରହିଛନ୍ତି, ଓଡିଶାରୁ ୨ ଜଣ ଶିକ୍ଷକ ମଧ୍ୟ ଏହି କାରବାରରେ ସାମିଲ ଅଛନ୍ତି । ବାଲେଶ୍ୱର ଏସପି ସାଗରିକା ନାଥ ଏହି ମାମଲାରେ ତଦନ୍ତ କରି ଏକ ରିପୋର୍ଟ ଦେଇଛନ୍ତି । ଯେଉଁଥିରେ ଏହି ରାକେଟ୍ ସହ ଡିଲରେ ଜଡ଼ିତ ଥିବା ୯୨ ଜଣ ପରୀକ୍ଷାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏସପି ଓଏସ୍ଏସସି ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ । ଏହାପରେ ଓଏସଏସସି କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ୫୫ ପରୀକ୍ଷାର୍ଥୀଙ୍କୁ ନୋଟିସ୍ କରିଛି ।




