ଏସିଡ ମାଡ଼ରେ ବାପ-ପୁଅ ଗୁରୁତର

ପୁରୀ : ଜମିବାଡ଼ି ବିବାଦରୁ ବାପ-ପୁଅଙ୍କୁ ଏସିଡ ମାଡ଼ I ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଉଆସପଦର ଗାଁରେ ଘଟିଛି ଏହି ଅଘଟଣ I ଆଜି ସକାଳେ ନିଜ ବାଡ଼ିରେ ବାପା ଓ ପୁଅ କାମ କରୁଥିବା ସମୟରେ ଏସିଡ ମାଡ଼ରେ ଶିକାର ହୋଇଥିଲେ I ଗୁରୁତର ଅବସ୍ଥାରେ ଉଭୟ ବାପା ପୁଅଙ୍କୁ ପ୍ରଥମେ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଦୁଇ ଗୁରୁତର ହେଉଛନ୍ତି ଅଧିକାରୀ ତରେଇ […]

Samaya Live Picture
Published On

ପୁରୀ : ଜମିବାଡ଼ି ବିବାଦରୁ ବାପ-ପୁଅଙ୍କୁ ଏସିଡ ମାଡ଼ I ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଉଆସପଦର ଗାଁରେ ଘଟିଛି ଏହି ଅଘଟଣ I ଆଜି ସକାଳେ ନିଜ ବାଡ଼ିରେ ବାପା ଓ ପୁଅ କାମ କରୁଥିବା ସମୟରେ ଏସିଡ ମାଡ଼ରେ ଶିକାର ହୋଇଥିଲେ I ଗୁରୁତର ଅବସ୍ଥାରେ ଉଭୟ ବାପା ପୁଅଙ୍କୁ ପ୍ରଥମେ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଦୁଇ ଗୁରୁତର ହେଉଛନ୍ତି ଅଧିକାରୀ ତରେଇ ଏବଂ ରାଜେନ୍ଦ୍ର ତରେଇ I

ସ୍ଛାନଅନୁସାରେ,ଉଆସ ପଦର ଗାଁରେ ଦୀର୍ଘଦିନ ହେବ ରାଜେନ୍ଦ୍ର ମହାରଣା ଏବଂ ଅଧିକାରୀ ତରେଇଙ୍କ ମଧ୍ୟରେ ଜମିବିବାଦ ଲାଗିରହିଥିଲା I ଆଜି ବାପା-ପୁଅ ଜମିରେ କାମ କରୁଥିବାବେଳେ ସନ୍ତୋଷ ମହାରଣI ଉଭୟଙ୍କୁ ଏସିଡ ମାଡ଼ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା I ପରିବାର ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ ଓ ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରିଛନ୍ତି । ଘଟଣା ସମ୍ପର୍କରେ ପରିବାର ପକ୍ଷରୁ କୃଷ୍ଣପ୍ରସାଦ ଥାନାରେ ଏତଲା ଦେଇଛନ୍ତି Iଏବେ ପୋଲିସ ସନ୍ତୋଷ ମହାରଣାକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

Tags: