ଏକତରଫା ପ୍ରେମରୁ ଜଘନ୍ୟ ହତ୍ୟାକାଣ୍ଡ
ଭୁବନେଶ୍ୱର : ରାଜଧାନୀରେ ଜଘନ୍ୟ ହତ୍ୟାକାଣ୍ଡ । ମୋର ନୁହେଁ ତ କାହାର ନୁହେଁ । ଏମିତି କହି ମହିଳାଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି ଜଣେ ଯୁବକ । ଏକତରଫା ପ୍ରେମରୁ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି I ମୃତକ ଜଣଙ୍କ ହେଲେ ଗୀତାଞ୍ଜଳି ରଞ୍ଜିତ ଓରଫ ଦୀପିକା । ଗତକାଲି ସନ୍ଧ୍ୟାବେଳେ ରାଜଧାନୀ ଜନଗହଳିପୂର୍ଣ୍ଣ ଅଞ୍ଚଳ ରାଜମହଲ ଛକ ଠାରେ ଏହି ଘଟଣା ଘଟିଛି I ମୃତକଙ୍କ ସ୍ୱାମୀ କୁଞ୍ଜବିହାରି ଦତ୍ତ ଏନେଇ […]
ଭୁବନେଶ୍ୱର : ରାଜଧାନୀରେ ଜଘନ୍ୟ ହତ୍ୟାକାଣ୍ଡ । ମୋର ନୁହେଁ ତ କାହାର ନୁହେଁ । ଏମିତି କହି ମହିଳାଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି ଜଣେ ଯୁବକ । ଏକତରଫା ପ୍ରେମରୁ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି I ମୃତକ ଜଣଙ୍କ ହେଲେ ଗୀତାଞ୍ଜଳି ରଞ୍ଜିତ ଓରଫ ଦୀପିକା । ଗତକାଲି ସନ୍ଧ୍ୟାବେଳେ ରାଜଧାନୀ ଜନଗହଳିପୂର୍ଣ୍ଣ ଅଞ୍ଚଳ ରାଜମହଲ ଛକ ଠାରେ ଏହି ଘଟଣା ଘଟିଛି I ମୃତକଙ୍କ ସ୍ୱାମୀ କୁଞ୍ଜବିହାରି ଦତ୍ତ ଏନେଇ ଗତକାଲି ରାତିରେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି I
ଘଟଣାନୁସାରେ,ମୃତା ଗୀତାଞ୍ଜଳିଙ୍କ ଘର ବାଲେଶ୍ଵର ଜଳେଶ୍ବର ରେ ବୋଲି ଜଣାପଡିଛି। ଶିଶୁଭବନ ଛକ ନିକଟରେ ସେ ଭଡାରେ ରହୁଥିଲେ । ମୃତକଙ୍କ ସ୍ୱାମୀ କୁଞ୍ଜବିହାରି ଦତ୍ତଙ୍କର ବାପୁଜିନଗର ରେ ଏକ ମୋବାଇଲ ମରାମତି ଦୋକାନ ରହିଛି । ଗତକାଲି ସନ୍ଧ୍ୟାରେ ଗୀତାଞ୍ଜଳି ସ୍ୱାମୀଙ୍କୁ ଦେଖା କରିବାକୁ ଆସିଥିବାବେଳେ ଜଣେ ଯୁବକ ତାଙ୍କୁ ପିଛା କରି ଅଟକାଇଥିଲେ । ସେଠାରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା I ଘଟଣାସ୍ଥଳରେ କିଛି ଲୋକ ଜମା ହୋଇଥିଲେ I ଏହାଦେଖି ଗୀତାଞ୍ଜଳି ଯୁବକଙ୍କୁ ସେଠାରୁ ଚାଲିଯିବାକୁ କାଇଥିଲେ I ତେବେ ଯୁବକ ଜଣଙ୍କ ସେଠାରୁ କିଛିବାଟ ଯିବାପରେ ଫେରିଆସି ଗୀତଞ୍ଜଳିଙ୍କ ପେଟରେ ବାରମ୍ବାର ଛୁରୀଭୁସି ଥିଲା I ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ସେଠାରୁ ତାଙ୍କୁ କଟକ ଏସ୍ସିବି କୁ ସ୍ଥାନାନ୍ତର କରାଯାଇଥିଲା I ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା I ଏହି ଘଟଣାରେ କ୍ୟାପିଟାଲ ଥାନା ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରଖିଛି I




