ଉପଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣା ରେ ୧୧ ଗିରଫ
ବାଲେଶ୍ୱର : ଗତକାଲି ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ମୋତିଲାଲ ଚୌହାନ ଙ୍କ ଏବଂ ତାଙ୍କ ଡ୍ରାଇଭରଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ବାଲି ମାଫିଆ I ଏହି ଘଟଣାରେ ପୁଲିସ୍ ଏପର୍ଯ୍ୟନ୍ତ ସମୁଦାୟ ୧୧ ଙ୍କୁ ଗିରଫ କରିଛି । ଗତକାଲି ରାତିରେ ପୁଲିସ୍ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ସକାଳେ ଆଉ ୯ ଜଣଙ୍କୁ ବାନ୍ଧିଛି। ଏହି ଘଟଣାରେ ଅଭିଯୁକ୍ତ ମାନଙ୍କ ମଧ୍ୟରେ ୩ ମହିଳା ମଧ୍ୟ ସାମିଲ ଅଛନ୍ତି। ଘଟନାନୁସାରେ,ଗତକାଲି ଅପରାହ୍ନ […]
ବାଲେଶ୍ୱର : ଗତକାଲି ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ମୋତିଲାଲ ଚୌହାନ ଙ୍କ ଏବଂ ତାଙ୍କ ଡ୍ରାଇଭରଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ବାଲି ମାଫିଆ I ଏହି ଘଟଣାରେ ପୁଲିସ୍ ଏପର୍ଯ୍ୟନ୍ତ ସମୁଦାୟ ୧୧ ଙ୍କୁ ଗିରଫ କରିଛି । ଗତକାଲି ରାତିରେ ପୁଲିସ୍ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ସକାଳେ ଆଉ ୯ ଜଣଙ୍କୁ ବାନ୍ଧିଛି। ଏହି ଘଟଣାରେ ଅଭିଯୁକ୍ତ ମାନଙ୍କ ମଧ୍ୟରେ ୩ ମହିଳା ମଧ୍ୟ ସାମିଲ ଅଛନ୍ତି।
ଘଟନାନୁସାରେ,ଗତକାଲି ଅପରାହ୍ନ ୩ ଟା ବେଳେ ମନ୍ଦରପୁର ଓ ଦହପଡ଼ା ଅଞ୍ଚଳରେ ବୁଢ଼ାବଳଙ୍ଗ ନଦୀରେ ବେଆଇନ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ପରେ ଉପଜିଲ୍ଲାପାଳ ଗତକାଲି ଘଟଣାସ୍ଥଳର ପରିଦର୍ଶନ ନିମନ୍ତେ ଯାଇଥିଲେ। ଏକ୍ସସାଇଜ୍ ଟିମ୍ ଓ ପୁଲିସ ଟିମ୍ ଉପସ୍ଥିତିରେ ବେଆଇନ ଚାଲାଣ ହେଉଥିବା ପ୍ରାୟ ୫୦୦ ଟ୍ରିପ୍ ବାଲିକୁ ଜବତ କରାଯାଇଥିଲା। ପରେ ବାଲି ମାଫିଆ ଉପଜିଲ୍ଲାପାଳ ଓ ତାଙ୍କ ଡ୍ରାଇଭରକୁ ଅତର୍କିତ ଆକ୍ରମଣ କରିଥିଲେ । ବଳି ଖୋଦେଇରେ ବ୍ୟବହାର କରାଯାଉଥିବା ଇଟା, ବେଲଚା ଓ ଧାରୁଆ ଅସ୍ତ୍ରରେ ଉଭୟଙ୍କୁ ଆକ୍ରମଣ କରିଥିଲେ ବାଲି ମାଫିଆ।
ଏହି ଜିନିଷକୁ ପରେ ଆଣିବା ନିମନ୍ତେ ଉପଜିଲ୍ଲାପାଳ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ବାଲି ମାଫିଆମାନେ ଉପଜିଲ୍ଲାପାଳଙ୍କ ଗାଡ଼ି ଓ ଚଢ଼ାଉରେ ଯାଇଥିବା ଟିମ୍ ଉପରେ ପଥର ମାଡ଼ କରିଥିଲେ। ସେମାନଙ୍କ ଆକ୍ରମଣରେ ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ମୋତିଲାଲଙ୍କ ସମେତ ତାଙ୍କ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏହାପରେ ମାଫିଆମାନେ ଛତ୍ରଭଙ୍ଗ ଦେଇ ଫେରାର ହୋଇଥିଲେ।
ଏହି ଘଟଣାପରେ ପୋଲିସ ଉପଜିଲ୍ଲାପାଳଙ୍କ ଗାଡି ଓ ଅବକାରୀ ଗାଡ଼ିକୁ ଉଦ୍ଧାର କରିଥିଲା। ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ବାଲେଶ୍ଵର ଏସପି ଓ ଜିଲ୍ଲାପାଳ ପହଞ୍ଚି ଉଭୟଙ୍କୁ ଦେଖା କରିବା ସହ ସ୍ଥିତିକୁ ଅନୁଧ୍ୟାନ କରିଥିଲେ ।ଏହାସହ ଘଟଣାସ୍ଥଳରେ ଏକ ପୋଲିସ ଟିମ୍ ପହଞ୍ଚି ଛାନ ଭିନ ଆରମ୍ଭ କରିଥିଲା । ତେବେ ୧୧ ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହିତ ଅନ୍ୟ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ବାଲେଶ୍ୱର ଏସପି ସାଗରିକା ନାଥ କହିଛନ୍ତି




