ଅଭାବନୀୟ ଘଟଣା, ସ୍ୱାମୀକୁ ମାରି ଘରଭିତରେ ପୋତିଦେଲା ସ୍ତ୍ରୀ

ନୟାଗଡ଼ : ନିଜ ହାତରେ ନିଜ ସିନ୍ଦୁର ପୋଛିଲା ସ୍ତ୍ରୀ I ସ୍ୱାମୀଙ୍କୁ ମାରି ଘର ଭିତରେ ପୋତିଦେଲା I ଏଥିରେ ତାକୁ ସହଯୋଗ କରିଥିଲେ ମା’ ଓ ପ୍ରେମିକ I ଅଭିଯୋଗ ମିଳିବାପରେ ଘର ଭିତରୁ ମାଟି ଖୋଳାଯାଇ ଶବ ବାହାର କରାଯାଇଛି I ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଓଡଗାଁ ଥାନା କୋମଣ୍ଡ ଗାଁରେ I ମୃତକ ଜଣକ ହେଲେ ପ୍ରକାଶ ନାୟକ I ଏହି ଘଟଣାରେ ପୋଲିସ ସ୍ତ୍ରୀ ଜୋସ୍ନାରାଣୀ […]

Samaya Live Picture
Published On

ନୟାଗଡ଼ : ନିଜ ହାତରେ ନିଜ ସିନ୍ଦୁର ପୋଛିଲା ସ୍ତ୍ରୀ I ସ୍ୱାମୀଙ୍କୁ ମାରି ଘର ଭିତରେ ପୋତିଦେଲା I ଏଥିରେ ତାକୁ ସହଯୋଗ କରିଥିଲେ ମା’ ଓ ପ୍ରେମିକ I ଅଭିଯୋଗ ମିଳିବାପରେ ଘର ଭିତରୁ ମାଟି ଖୋଳାଯାଇ ଶବ ବାହାର କରାଯାଇଛି I ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଓଡଗାଁ ଥାନା କୋମଣ୍ଡ ଗାଁରେ I ମୃତକ ଜଣକ ହେଲେ ପ୍ରକାଶ ନାୟକ I ଏହି ଘଟଣାରେ ପୋଲିସ ସ୍ତ୍ରୀ ଜୋସ୍ନାରାଣୀ ନାୟକ, ପ୍ରେମିକ ସୋନୁ ସାମଲ ଓ ଶାଶୁ ଡମଣୀ ପ୍ରଧାନଙ୍କୁ ଅଟକ ରଖିଛି।

ଘଟଣାନୁସାରେ ,ପ୍ରକାଶ ନାୟକ କୋମଣ୍ଡ ଗାଁରେ ନିଜ ଶ୍ୱଶୁର ଘରେ ରହୁଥିଲେ I ତେବେ ସେ ୨୦ ଦିନ ହେବ ନିଖୋଜ ଥିବାନେଇ ପ୍ରକାଶଙ୍କ ବାପା ଗୋକୁଳ ନାୟକ ଓଡଗାଁ ଥାନାରେ ଅଭିଯୋଗ କରିଥିଲେ I ଏହାପରେ ପ୍ରକାଶଙ୍କ ବାପା ପୁଅର ଶ୍ୱଶୁର ଘରକୁ ଯାଇ ଘଟଣା ସମ୍ପର୍କରେ ବୁଝିବା ସହିତ ଗୋଟିଏ ଜାଗାରେ ମାଟି ଖୋଳାଯାଇଥିବାର ଦେଖିଥିଲେ I ଏବିଷୟରେ ପୋଲିସ ଓଡଗାଁ ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥତିରେ ଘର ଭିତରେ ଚଢ଼ାଉ କରି ମାଟି ତଳୁ ପ୍ରକାଶଙ୍କ ଶବ ଉଦ୍ଧାର କରିଥିଲା I ଏହି ଘଟଣାରେ ପ୍ରକାଶଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନାରାଣୀ ନାୟକ, ପ୍ରେମିକ ସୋନୁ ସାମଲ ଓ ଶାଶୁ ଡମଣୀ ପ୍ରଧାନଙ୍କୁ ଥାନାକୁ ନେଇଛି I ପରକୀୟା ପ୍ରୀତି ଧରାପଡିଯିବାରୁ ଏହିଭଳି ନାରକୀୟ କାଣ୍ଡ ଘଟିଥିବା କୁହାଯାଉଛି I ଗାଁରେ କୌଣସି ବିଶୃଙ୍ଖଳା ପରିସ୍ଥତି ନ ଉପୁଜିବା ଆଶଙ୍କାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ସାଇଣ୍ଟିଫିକ ଟିମ୍ ଘଟଣାର ତଦନ୍ତ କରିବା ସହ ପୁଲିସ ମଧ୍ୟ ଅଭିଯୁକ୍ତମାନଙ୍କ ନେଇ ସିନ୍ ରିକ୍ରିଏଟ୍ କରିଥିବା ଜଣାପଡ଼ିଛି।

Tags: