ଅନୈତିକ ସମ୍ପର୍କରୁ ଯୁବନେତାଙ୍କୁ ହତ୍ୟା

କନ୍ଧମାଳ : ଅନୈତିକ ସମ୍ପର୍କରୁ ହତ୍ୟାକାଣ୍ଡ I ବିବାହିତ ମହିଳାଙ୍କ ସହ ଅନୈତିକ ସଂପର୍କ ତଥା ଗ୍ରୁପ ଟଙ୍କା ନଫେରାଇବାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି I କନ୍ଧମାଳ ଜିଲ୍ଲା ଯୁବ ବିଜେଡ଼ି ଉପ-ସଭାପତି ତଥା ଦଡ଼କୀ ପଞ୍ଚାୟତ ସରପଞ୍ଚଙ୍କ ପୁଅ ସଂଜିତ କୁମାର ମଲ୍ଲିକ (୩୨) ବର୍ଷ ହତ୍ୟା ଘଟଣାର ପର୍ଦାଫାଶ କରିଛି ପୁଲିସ। ସଂଜିତଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସମ୍ପୃକ୍ତ ବିବାହିତା ମହିଳାଙ୍କୁ ଗିରଫ କରାଯାଇଛି I ଘଟନାନୁସାରେ,ଫୁଲବାଣୀସଦର SDPO ସୁପ୍ରସନ୍ନ ମଲ୍ଲିକ କହିଛନ୍ତି […]

Samaya Live Picture
Published On

କନ୍ଧମାଳ : ଅନୈତିକ ସମ୍ପର୍କରୁ ହତ୍ୟାକାଣ୍ଡ I ବିବାହିତ ମହିଳାଙ୍କ ସହ ଅନୈତିକ ସଂପର୍କ ତଥା ଗ୍ରୁପ ଟଙ୍କା ନଫେରାଇବାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି I କନ୍ଧମାଳ ଜିଲ୍ଲା ଯୁବ ବିଜେଡ଼ି ଉପ-ସଭାପତି ତଥା ଦଡ଼କୀ ପଞ୍ଚାୟତ ସରପଞ୍ଚଙ୍କ ପୁଅ ସଂଜିତ କୁମାର ମଲ୍ଲିକ (୩୨) ବର୍ଷ ହତ୍ୟା ଘଟଣାର ପର୍ଦାଫାଶ କରିଛି ପୁଲିସ। ସଂଜିତଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସମ୍ପୃକ୍ତ ବିବାହିତା ମହିଳାଙ୍କୁ ଗିରଫ କରାଯାଇଛି I

ଘଟନାନୁସାରେ,ଫୁଲବାଣୀସଦର SDPO ସୁପ୍ରସନ୍ନ ମଲ୍ଲିକ କହିଛନ୍ତି ଯେ, ଗତ ୧ ତାରିଖ ସକାଳେ ଦଡ଼କି PEOଙ୍କ ବାସଭବନରୁ ସଂଜିତଙ୍କ ମୃତଦେହ ମିଳିଥିଲା। ଏନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ପୁଲିସ ତଦନ୍ତ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା,ସଂଜିତ ମଲ୍ଲିକ ଜନୈକା ବିବାହିତା ମହିଳାଙ୍କ ସହିତ ସମ୍ପର୍କରେ ଥିଲେ I ସେମାନେ ପ୍ରାୟତଃ PEOଙ୍କ ଖାଲିପଡିଥିବା ବାସଗୃହରେ ଏକତ୍ର ରାତ୍ରି ଯାପନ କରୁଥିଲେ I ଏହା ସହିତ ସଂଜିତ ଉକ୍ତ ମହିଳାଙ୍କଠାରୁ ଗ୍ରୁପ ଟଙ୍କା ନେଇ ବି ଆଉ ଫେରାଉନଥିଲେ। ଏପରିକି ମହିଳାଙ୍କୁ ବଦନାମ କରିବାକୁ ଧମକ ଚମକ ବି ଦେଉଥିଲେ। ତେଣୁ ମହିଳା ଜଣକ ସଂଜିତଙ୍କ ଉପରେ ମନେ ମନେ ରାଗ ରଖିଥିଲେ। ଘଟଣାଦିନ ରାତିରେ ଉଭୟେ PEOଙ୍କ ବାସଭବନରେ ରହିଥିଲେ ସଂଜିତ ପ୍ରଚୁର ମଦ ପି’ସଂଜିତ ନିଶାସକ୍ତ ଥିବା ଅବସ୍ଥାରେ ତାଙ୍କୁ ମୁହଁକୁ ତକିଆରେ ଚାପି ହତ୍ୟା କରିଥିଲେ ସମ୍ପୃକ୍ତ ମହିଳା I ଏହାପରେ ସଂଜିତର ମୃତ ଦେହକୁ କମ୍ବଳ ଘୋଡାଇ ସେଠାରୁ ଚାଲିଯାଇଥିଲା I

ପରଦିନ ସକାଳେ ଘଟଣା ସମ୍ପର୍କରେ ଜଣାପଡିବା ପରେ,ସଂଜିତଙ୍କ ମାମୁଁଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ ସଂଜିତଙ୍କ ପତ୍ନୀ ଶୁଚିସ୍ମିତା ଦେହୁରୀ I ଘଟଣାସ୍ଥଳରେ ଡଗ ସ୍କ୍ୱାଡ଼ ଏବଂ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ କରିବା ପରେ ଧୀରେ ଧୀରେ ସମସ୍ତ ଘଟଣା ପଦାକୁ ଆସିଥିଲା I

Tags: