ଅଧା ଦାମରେ କାର କ୍ଲିଓରେନ୍ସ ସେଲ ଘଟଣା,ଆଜି ସରିବ ଠକ ଦମ୍ପତିଙ୍କ ରିମାଣ୍ଡ

ଭୁବନେଶ୍ୱର : ମା’ପାଟଖଣ୍ଡା ଅଟୋମୋବାଇଲସ କାର କ୍ଲିଓରେନ୍ସ ମାମଲା I ଗିରଫପରେ ଠକ ଦମ୍ପତିଙ୍କୁ ରିମାଣ୍ଡରେ ନେଇଛି ପୋଲିସ I ଅଧା ଦାମରେ କାର ଓ ବାଇକ ଦେବାର ପ୍ରଲୋଭନ ଦେଖାଇ ଶତାଧିକ ଲୋକଙ୍କଠାରୁ ଗଞ୍ଜାମ ଦମ୍ପତି ଅକ୍ଷୟ ଗୌଡ ଓ ତାଙ୍କ ସ୍ତ୍ରୀ ଉଷାରାଣୀ ବାରିକ ପାଖାପାଖି ୫୦ କୋଟି ଟଙ୍କା ଠକିଥିବା ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା । ଠକେଇ ଅଭିଯୋଗ ପରେ ସ୍ୱାମୀ,ସ୍ତ୍ରୀଙ୍କୁ ଅଟକ ରଖିଥିଲା ପୋଲିସ I ଠକେଇ ର଼୍ୟାକେଟ ସମ୍ପର୍କରେ […]

Samaya Live Picture
Published On

ଭୁବନେଶ୍ୱର : ମା’ପାଟଖଣ୍ଡା ଅଟୋମୋବାଇଲସ କାର କ୍ଲିଓରେନ୍ସ ମାମଲା I ଗିରଫପରେ ଠକ ଦମ୍ପତିଙ୍କୁ ରିମାଣ୍ଡରେ ନେଇଛି ପୋଲିସ I ଅଧା ଦାମରେ କାର ଓ ବାଇକ ଦେବାର ପ୍ରଲୋଭନ ଦେଖାଇ ଶତାଧିକ ଲୋକଙ୍କଠାରୁ ଗଞ୍ଜାମ ଦମ୍ପତି ଅକ୍ଷୟ ଗୌଡ ଓ ତାଙ୍କ ସ୍ତ୍ରୀ ଉଷାରାଣୀ ବାରିକ ପାଖାପାଖି ୫୦ କୋଟି ଟଙ୍କା ଠକିଥିବା ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା । ଠକେଇ ଅଭିଯୋଗ ପରେ ସ୍ୱାମୀ,ସ୍ତ୍ରୀଙ୍କୁ ଅଟକ ରଖିଥିଲା ପୋଲିସ I ଠକେଇ ର଼୍ୟାକେଟ ସମ୍ପର୍କରେ ଅଧିକ ତଥ୍ୟ ପାଇବାକୁ ପୋଲିସ ଅକ୍ଷୟଙ୍କୁ ୫ଦିନିଆ ରିମାଣ୍ଡରେ ନେଇଥିଲା । ଏହି ସମୟରେ ୨୦ କୋଟି ଟଙ୍କାର ହିସାବ ପାଇଥିଲା ପୋଲିସ I ଆଜି ସରିବ ଠକ ଦମ୍ପତିଙ୍କର ରିମାଣ୍ଡ ଅବଧି I ତେବେ ଦମ୍ପତିଙ୍କ ଏହି ଠକେଇ ର଼୍ୟାକେଟରେ ଏକାଧିକ ପୋଲିସ୍‌ଙ୍କ ସମ୍ପୃକ୍ତି ଥିବାର ପ୍ରମାଣ ତଦନ୍ତକାରୀ ଅଧିକାରୀଙ୍କ ହାତରେ ଲାଗିଛି। ଠକ ଦମ୍ପତି ପୋଲିସକୁ ଢାଲ କରି ଠକେଇ କରୁଥିବା ଅଭିଯୋଗ ଆସିବା ପରେ ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇଛି। ଯେଉଁମାନଙ୍କ ନାଁ ଏହି ଠକ ଦମ୍ପତିଙ୍କ ଠାରୁ ସୁରାକ ମିଳିବ ସେହି ସମସ୍ତଙ୍କୁ ଡାକି ପଚରା ଉଚରା କରିବ କମିଶନରେଟ ପୋଲିସ I ହେଲେ ସମ୍ପୃକ୍ତ ପୋଲିସକୁ ଦୋଷୀ ବୋଲି ପ୍ରମାଣିତ କରିବେ ନା ଖାକି କଳକଙ୍କୁ ନଜରକୁ ହଟାଇବା ପାଇଁ ଖସାଇବାକୁ ଯୋଜନା ହେବ, ତାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଠକାମିରେ ପଡିଛନ୍ତି ପୋଲିସ ବାବୁ ନା ଠକେଇ ଅଭିଯୁକ୍ତଙ୍କ ଢାଲ ସାଜିଛନ୍ତି, ତାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।

Tags: