ଅତ୍ୟଧିକ ଉତ୍ତେଜନା ଓ ଶ୍ବାସରୁଦ୍ଧ ହୋଇ ASI ଆଲିସ ଲୁଗୁନଙ୍କ ମୃତ୍ୟୁ – ରିପୋର୍ଟ

ରାଉରକେଲା: ଏଏସଆଇ ଆଲିସ ଲୁଗୁନଙ୍କ ମୃତ୍ୟୁ ମାମଲାରେ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ଵ୍ୟଵଛେଦ ରିପୋର୍ଟ ଏମ୍ସ ହସ୍ପିଟାଲ ପଠାଯାଇଥିଲା। ଏମ୍ସର ଫରେନସିକ୍ ମେଡିସିନ ଏକ୍ସପର୍ଟଙ୍କ ରିପୋର୍ଟ ଅନୁଯାୟୀ ଏକ୍ସାଇଟେଡ୍ ଡେଲିରିଅମ ବା ଅତ୍ୟଧିକ ଉତ୍ତେଜନା କାରଣରୁ ତାଙ୍କର ମୃତ୍ୟୁ ହୋଇଛି I କୌଣସି ଆକ୍ରମଣ ହୋଇନାହିଁ। ଶରୀରରେ କୌଣସି କ୍ଷଚଚିହ୍ନ ନାହିଁ। ଏହା ହତ୍ୟା ଘଟଣା ନୁହେଁ ବୋଲି ଵ୍ୟଵଛେଦ ରିପୋର୍ଟରେ ଉଲ୍ଲେଖ ରହିଛି । ଲୁଗୁୁନ ଏକ ରୋଗରେ ପୀଡିତ ଥିଲେ । […]

Samaya Live Picture
Published On

ରାଉରକେଲା: ଏଏସଆଇ ଆଲିସ ଲୁଗୁନଙ୍କ ମୃତ୍ୟୁ ମାମଲାରେ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ଵ୍ୟଵଛେଦ ରିପୋର୍ଟ ଏମ୍ସ ହସ୍ପିଟାଲ ପଠାଯାଇଥିଲା। ଏମ୍ସର ଫରେନସିକ୍ ମେଡିସିନ ଏକ୍ସପର୍ଟଙ୍କ ରିପୋର୍ଟ ଅନୁଯାୟୀ ଏକ୍ସାଇଟେଡ୍ ଡେଲିରିଅମ ବା ଅତ୍ୟଧିକ ଉତ୍ତେଜନା କାରଣରୁ ତାଙ୍କର ମୃତ୍ୟୁ ହୋଇଛି I କୌଣସି ଆକ୍ରମଣ ହୋଇନାହିଁ। ଶରୀରରେ କୌଣସି କ୍ଷଚଚିହ୍ନ ନାହିଁ। ଏହା ହତ୍ୟା ଘଟଣା ନୁହେଁ ବୋଲି ଵ୍ୟଵଛେଦ ରିପୋର୍ଟରେ ଉଲ୍ଲେଖ ରହିଛି । ଲୁଗୁୁନ ଏକ ରୋଗରେ ପୀଡିତ ଥିଲେ । ଏଥିରେ ମଣିଷ ହଠାତ ପ୍ରତିକ୍ରିୟାଶୀଳ ହୋଇଯାଏ ବୋଲି ଜଣାପଡିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିଡିଓଗ୍ରାଫି କରାଯାଇ ଟିମ ଅଫ ଡକ୍ଟର ମୃତଦେହ ବ୍ୟବଚ୍ଛେଦ କରିଛନ୍ତି। ଭୁବନଶ୍ୱର ଏମ୍ସରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା କହିଛନ୍ତି ଏସପି ମିତ୍ରଭାନୁ ମହାପାତ୍ର ।

ସୂଚନାନୁସାରେ,ଚଳିତ ମାସ ଅକ୍ଟୋବର ୨ ତାରିଖରେ ସୁନ୍ଦରଗଡ଼ ପଟୁ ଆସୁଥିବା ରାଜା ଗୋଲ୍ଡ ବସ୍‌‌ ରାଉରକେଲା କୋର୍ଟ ସମ୍ମୁଖରେ ଏକ କାରକୁ ଧକ୍କା ଦେଇ ବସଷ୍ଟାଣ୍ଡ ଅଭିମୁଖେ ଦ୍ରୁତଗତିରେ ଚାଲିଯାଇଥିଲା। ପରେ ସ୍ଥାନୀୟ କିଛି ଯୁବକ ବସ୍‌‌ର ପିଛା କରି ରାଉରକେଲା ମହାନଗର ନିଗମ ଛକ ନିକଟରେ ଅଟକାଇବା ସହ ବସର କାଚ ଭଙ୍ଗାରୁଜା କରିଥିଲେ। ଖବର ପାଇ ଉଦିତନଗର ଥାନାରୁ ଏକ ପିସିଆର ଭ୍ୟାନ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲା I ପିସିଆର ଭ୍ୟାନରେ ଥିବା ଏଏସଆଇ ଲୁଗୁନ୍‌‌ ଜଣେ ଯୁବତୀଙ୍କ ଯୁକ୍ତିତର୍କ ହୋଇଥିଲା I ଏହାପରେ ଯୁବତୀଙ୍କ ସମେତ ଅନ୍ୟ ଗଣ୍ଡଗୋଳ କାରୀଙ୍କୁ ଥାନାକୁ ନିଆଯାଇଥିଲା । ଥାନାକୁ ନେବା ବାଟରେ ଏଏସଆଇ ଲୁଗୁନ୍‌‌ଙ୍କର ବାନ୍ତି ହେବା ସହ ସେ ଗୁରୁତର ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ହାଇଟେକ୍‌‌ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣାରେ ଉଦିତନଗର ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲେ। ଶଵ ଵ୍ୟଵଛେଦ ରିପୋର୍ଟ ଆସିବା ପରେ ଉଦିତନଗର ଥାନାରେ ରୁଜ୍ଜୁ ହୋଇଥିବା ହତ୍ୟା ମାମଲା ୩୦୨ ଦଫା ରହିଵ ନାହିଁ। ଦୁର୍ଘଟଣାସ୍ଥଳରେ ଉତ୍ତେଜନାକାରୀଙ୍କ ଉପରେ ଦଫା ଲାଗିବ ଏବଂ ଯେଉଁମାନେ ଗଣ୍ଡଗୋଳ କରିଥିଲେ ସମସ୍ତଙ୍କୁ ଧରାଯିଵ ବୋଲି ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି ।

Tags: