ଅକ୍ଷୟ ପରିଜାଙ୍କ ପରେ ଇଡି ରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର : ଅକ୍ଷୟ ପରିଜାଙ୍କ ପରେ ଇଡି ରେ ହାଜର ହେଲେ ଅର୍ଚ୍ଚନାଙ୍କ ଅନ୍ୟତମ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା I ଆଜି ଜେରା ପାଇଁ ଇଡି ଅଫିସ୍ରେ ପହଞ୍ଚିଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା। ଆଜି ଅକ୍ଷୟ ପରିଜାଙ୍କ ସହ ତାଙ୍କୁ ଏକାଠି ମୁହାଁମୁହିଁ ଜେରା କରାଯିବ ବୋଲି ସୂଚନା ମିଳିଛି । ଏମାନଙ୍କ ସହ ଖଗେଶ୍ୱରକୁ ବି ସାମନା ସାମନି ଜେରା ହେବ । ତିନି ଜଣଙ୍କୁ ଜେରା ପରେ ଅନେକ ଗୁମର ଫିଟିବା ଆଶା କରାଯାଉଛି । […]
ଭୁବନେଶ୍ୱର : ଅକ୍ଷୟ ପରିଜାଙ୍କ ପରେ ଇଡି ରେ ହାଜର ହେଲେ ଅର୍ଚ୍ଚନାଙ୍କ ଅନ୍ୟତମ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା I ଆଜି ଜେରା ପାଇଁ ଇଡି ଅଫିସ୍ରେ ପହଞ୍ଚିଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା। ଆଜି ଅକ୍ଷୟ ପରିଜାଙ୍କ ସହ ତାଙ୍କୁ ଏକାଠି ମୁହାଁମୁହିଁ ଜେରା କରାଯିବ ବୋଲି ସୂଚନା ମିଳିଛି । ଏମାନଙ୍କ ସହ ଖଗେଶ୍ୱରକୁ ବି ସାମନା ସାମନି ଜେରା ହେବ ।
ତିନି ଜଣଙ୍କୁ ଜେରା ପରେ ଅନେକ ଗୁମର ଫିଟିବା ଆଶା କରାଯାଉଛି । ମଙ୍ଗଳବାର ଦିନ ୯ଘଣ୍ଟା ଜେରା ପରେ ଇଡିରୁ ବାହାରିଥିଲେ ଅକ୍ଷୟ। ତେବେ ଆଜି ଟଙ୍କା ନେଣଦେଣ ଓ ଅଶ୍ଳୀଳ ଫଟୋ ସୁଟ୍କୁ ନେଇ ପଚରାଉଚରା କରାଯିବ ।
ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅଶ୍ଲୀଳ ଭିଡିଓ ଶୁଟ୍ କରି ବ୍ଲାକମେଲିଂ ନେଇ ନୟାପଲ୍ଲୀ ଥାନାରେ ଏତଲା ହୋଇଥିଲା। ଅର୍ଚ୍ଚନା ନିଜ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ଜରିଆରେ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ କରି ୩ କୋଟି ଟଙ୍କା ମାଗିଥିଲେ ବୋଲି ଅଭିଯୋଗ ହୋଇଥିଲା। ତେଣୁ ଇଡି ଏହି ଟଙ୍କା କାରବାର ସମ୍ପର୍କରେ ପଚରାଉଚରା କରୁଛି। ଶ୍ରଦ୍ଧାଞ୍ଜଳି ବି ଅର୍ଚ୍ଚନାଙ୍କ ନାଁରେ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ ।
ସେହିପରି ଗତକାଲି ଇଡି ଅଫିସରୁ ବାହାରିବା ପରେ ଅକ୍ଷୟ ପରିଜା କହିଥିଲେ, ତାଙ୍କର ନ୍ୟାୟପାଳିକା ଉପରେ ବିଶ୍ୱାସ ରହିଛି, ଆଇନ ତା ବାଟରେ ଯିବ । ଦୋଷୀ ନିଶ୍ଚିତ ଦଣ୍ଡ ପାଇବ ବୋଲି ସେ ଆଶା ରଖିଥିବା କହିଥିଲେ I ସେହିପରି ତାଙ୍କ ଓକିଲ ଆକାଶ ଭୂୟାଁ କହିଥିଲେ ‘ ଆମେ ଇଡିକୁ ସମ୍ପୂର୍ଣ ସହଯୋଗ କରିଛୁ। ଯାହା ପଚାରିଲେ ସବୁ କହିଛୁ। ଏହା ଏକ ଷଡଯନ୍ତ୍ର। ଆମେ ନ୍ୟାୟ ପାଇବୁ।’




