COVID-19 related innovations
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
କୋଭିଡ-19 ସଂକ୍ରାନ୍ତ 3ଟି ଉଦ୍ଭାବନର ପ୍ୟାଟେଣ୍ଟ ପାଇଁ ବ୍ରହ୍ମପୁର ଆଇଟିଆଇର ଆବେଦନ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୨୨:କୋଭିଡ-19ର ମୁକାବିଲା ନିମନ୍ତେ ବୈଷୟିକ ଜ୍ଞାନ ପ୍ରୟୋଗ କରି ଉଦ୍ଭାବନ କରିଥିବା 3ଟି ସାମଗ୍ରୀ ପାଇଁ ଆଇଟିଆଇ ବ୍ରହ୍ମପୁର ପ୍ୟାଟେଣ୍ଟକୁ ପଞ୍ଜୀକୃତ କରିବା ପାଇଁ ଆବେଦନ କରିଛି । ଏହି ଉଦ୍ଭାବନ ଉପରେ ଆଇଟିଆଇ ବ୍ରହ୍ମପୁରର ଅଗ୍ରାଧିକାର ରହିବ । ଦେଶର ଅନ୍ୟାନ୍ୟ ଆଇଟିଆଇ ଓ ଏନଆଇଟିଗୁଡିକର ପଦାଙ୍କ ଅନୁସରଣ କରି ଆଇଟିଆଇ ବ୍ରହ୍ମପୁର ଦେଶର ଏହି ପ୍ୟାଟେଣ୍ଟ କ୍ଲବରେ ସାମିଲ ଦେଇଛି । ଆଗାମୀ ଦିନରେ ଏହି ସଫଳତା ଦେଶର ଅନ୍ୟାନ୍ୟ ଆଇଟିଆଇଗୁଡିକୁ ସେମାନଙ୍କ ଉଦ୍ଭାବିତ ସାମଗ୍ରୀର ପ୍ୟାଟେଣ୍ଟ ପାଇଁ ଦାବି କରିବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ସ୍ଵପ୍ନକୁ ମଧ୍ୟ ସାକାର କରିବ । ଆଇଟିଆଇ ବ୍ରହ୍ମପୁରର ଏହି ଉଦ୍ୟମକୁ ପ୍ରଶଂସା କରି କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ମହିନ୍ଦ୍ରନାଥ ପାଣ୍ଡେ କହିଛନ୍ତି ଯେ, ଏହା ଚଟାଣକୁ ଜୀବାଣୁମୁକ୍ତ କରିବା ପାଇଁ ୟୁଭିସି ରୋବୋ ଯୋଦ୍ଧା ହେଉ ବା ଭ୍ରାମ୍ୟମାଣ ସ୍ଵାବ ସଂଗ୍ରହ କିଓସ୍କ, କୋଭିଡ-19 ଆହ୍ଵାନର ମୁକାବିଲାରେ ଆଇଟିଆଇଗୁଡିକ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି । ଏହି ପ୍ରକାର ଉଦ୍ଭାବନ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବା ସହ ସମାଜରେ ଅଧିକରୁ ଅଧିକ ଆଇଟିଆଇ କୋଭିଡ ଭଳି ଅଦୃଶ୍ୟ ଭୁତାଣୁର ମୁକାବିଲା ପାଇଁ ଆଗକୁ ଆସିବେ ବୋଲି ସେ କହିଛନ୍ତି । ଏଭଳି ଉଦ୍ଭାବନ ପାଇଁ ସେ ଆଇଟିଆଇ ବ୍ରହ୍ମପୁରକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ କରୋନା ଭୂତାଣୁ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ଦେଶର ଅନ୍ୟାନ୍ୟ ଆଇଟିଆଇ ସରକାରଙ୍କ ସହ ଅଛନ୍ତି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତର ପ୍ରତିଶ୍ରୁତି ପୂରଣ ଦିଗରେ ଆଇଟିଆଇ ବ୍ରହ୍ମପୁରର ଏହି ଉଦ୍ୟମ ଅଧିକ ଫଳପ୍ରଦ ହେବ । ଯେଉଁ 3ଟି ଉଦ୍ଭାବନ ପ୍ରତିଷ୍ଠାନ କରିଛି, ସେଥିରେ ରହିଛି – ଭ୍ରାମ୍ୟମାଣ ସ୍ଵାବ ସଂଗ୍ରହ କିଓସ୍କ – ନିକଟରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କରୋନା ଭୂତାଣୁ ବାୟୁ ଦ୍ଵାରା ବ୍ୟାପିବାର ଘୋଷଣା କରିଛି । ଜଳୀୟ କଣାଗୁଡିକ ଅଧିକ ସମୟ ବାୟୁ ମଣ୍ଡଳରେ ତିଷ୍ଠି ରହୁଥିବାରୁ ସ୍ଵାବ ସଂଗ୍ରହ ସମୟରେ ସନ୍ଦିଗ୍ଧ ରୋଗୀ ହସ୍ପିଟାଲ ବା ଭ୍ରାମ୍ୟମାଣ କିଓସ୍କର ବାହାରେ ରହିଥାଏ । ସ୍ଵାବ ସଂଗ୍ରହକାରୀ ଟେକନିସିଆନକୁ କିଓସ୍କ ଭିତରେ ରହିବାକୁ ପଡେ । ସେଥିପାଇଁ ସଂକ୍ରମିତ ଜଳୀୟକଣା ପାଖାପାଖି ଅଞ୍ଚଳକୁ ସଂକ୍ରମିତ କରିବାର ସମ୍ଭାବନା ରହିଥାଏ । ସେହିସ୍ଥାନରୁ କରୋନା ଭୂତାଣୁ ସଂକ୍ରମିତ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଆଇଟିଆଇ ବ୍ରହ୍ମପୁର ଏକ ସମାଧାନର ସୂତ୍ର ବାହାର କରିଛି । ଏଥିରେ ସଦିଗ୍ଧ ରୋଗୀ କ୍ୟାବିନ ଭିତରେ ରହୁଥିବା ବେଳେ ଟେକନିସିଆନ ବାହାରେ ରହିବେ । ଏକ ବୈଷୟିକ କୌଶଳ ହେପା ଫିଲ୍ଟର ଦ୍ଵାରା ଜଳକଣାଗୁଡିକ ଛାଣି ହୋଇଯିବା ଫଳରେ ସେହିସ୍ଥାନ ଭୁତାଣୁମୁକ୍ତ ହୋଇଯିବ । ଯୁଭିସି ଏକକ ସାନିଟାଇଜର – ଏହି ସାନିଟାଇଜର ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଉଥିବା ଭଳି ଏକ ସାମଗ୍ରୀ । ଏଥିରେ ହଳେ ଜୋତା ସୋଲ ବ୍ୟବହୃତ ହୋଇଥାଏ । ଏହି ସୋଲକୁ ଏକ ୟୁଭିସି ଆଲୋକ ଦ୍ଵାରା ନିୟନ୍ତ୍ରଣ କରାଯାଏ । ଯୁଭିସି ରଶ୍ମି ଅଣୁ ଜୋତା ସୋଲରେ ଥିବା ଅଣୁଗୁଡିକୁ ନିଷ୍କ୍ରିୟ କରିଦିଏ । 8 ସେକେଣ୍ଡ ଧରି ଏହି ଯୁଭିସି ଲାଇଟ ଜଳି ତା’ପରେ ବନ୍ଦ ହୋଇଯାଏ । ଏଥିରେ ଶତକଡା 80 ଭାଗ ଭୂତାଣୁ ନିଷ୍କ୍ରିୟ ହୋଇଯାନ୍ତି । ସମାଜରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ପଦ୍ଧତି ଆମର ଜୋତା ସୋଲଗୁଡିକୁ କୋଭିଡ ଭୂତାଣୁ ସଂକ୍ରମଣରୁ ରକ୍ଷା କରିଥାଏ । ଏହାକୁ ହସ୍ପିଟାଲ, ଅଫିସ, ବିମାନବନ୍ଦର, ରେଳ ଷ୍ଟେସନ, ସପିଙ୍ଗ ମଲ, ହୋଟେଲ ଏବଂ ଶିକ୍ଷାନୁଷ୍ଠାନ ଇତ୍ୟାଦିର ପ୍ରବେଶ ପଥରେ ରଖିଲେ ଏହା ଜୋତା ସୋଲକୁ ସଂକ୍ରମଣ ମୁକ୍ତ କରିଥାଏ । ଏହାର ସହଜ ପରିବହନକ୍ଷମ ଛୋଟ ମେନିସକୁ ଘରର ପ୍ରବେଶ ପଥରେ ମଧ୍ୟ ରଖା ଯାଇପାରିବ । ଯୁଭିସି ରୋବୋ ୱାରିୟର […]

