ଘଣ୍ଟାକୁ ପଢ଼ାଇବା ପାଇଁ ୩୦ ହଜାର ଟଙ୍କା

ବ୍ରିଟେନ୍‌: ଜଣେ ଭଲ ଶିକ୍ଷକଙ୍କଠାରୁ ପିଲା ଟୁ୍ୟସନ୍‌ ହେବା ପାଇଁ ସବୁ ମାତାପିତା ଚାହାନ୍ତି । ସେଥିପାଇଁ ସେ ବହୁ ଅର୍ଥ ମଧ୍ୟ ଖର୍ଚ୍ଚ କରିଥାନ୍ତି । ହେଲେ କୌଣସି ମାତାନିତା ଘଣ୍ଟାକୁ ୩୦ ହଜାର ଟଙ୍କା ଦେଇ ନିଜ ପିଲାମାନଙ୍କୁ ପାଠ ପଢ଼ାଇବାକୁ ଚାହିଁବେ ନାହିଁ । ବ୍ରିଟେନ୍‌ରେ ଜଣେ ଏମିତି ଶିକ୍ଷୟିତ୍ରୀ ଅଛନ୍ତି, ଯାହାଙ୍କୁ ଠାରୁ ଘଣ୍ଟାକୁ ୩୦ ହଜାର ଦେଇ ପାଠ ପଢ଼ିବାକୁ ସବୁ ଯୁବକ ଲାଇନ୍‌ ଲଗାଇଥାନ୍ତି । ଶିକ୍ଷୟିତ୍ରୀଙ୍କ ନାମ […]

Samaya Live Picture
Published On

ବ୍ରିଟେନ୍‌: ଜଣେ ଭଲ ଶିକ୍ଷକଙ୍କଠାରୁ ପିଲା ଟୁ୍ୟସନ୍‌ ହେବା ପାଇଁ ସବୁ ମାତାପିତା ଚାହାନ୍ତି । ସେଥିପାଇଁ ସେ ବହୁ ଅର୍ଥ ମଧ୍ୟ ଖର୍ଚ୍ଚ କରିଥାନ୍ତି । ହେଲେ କୌଣସି ମାତାନିତା ଘଣ୍ଟାକୁ ୩୦ ହଜାର ଟଙ୍କା ଦେଇ ନିଜ ପିଲାମାନଙ୍କୁ ପାଠ ପଢ଼ାଇବାକୁ ଚାହିଁବେ ନାହିଁ । ବ୍ରିଟେନ୍‌ରେ ଜଣେ ଏମିତି ଶିକ୍ଷୟିତ୍ରୀ ଅଛନ୍ତି, ଯାହାଙ୍କୁ ଠାରୁ ଘଣ୍ଟାକୁ ୩୦ ହଜାର ଦେଇ ପାଠ ପଢ଼ିବାକୁ ସବୁ ଯୁବକ ଲାଇନ୍‌ ଲଗାଇଥାନ୍ତି ।
ଘଣ୍ଟାକୁ ପଢ଼ାଇବା ପାଇଁ ୩୦ ହଜାର ଟଙ୍କା

ଶିକ୍ଷୟିତ୍ରୀଙ୍କ ନାମ ହେଲା କେଜିଆ ନୋବେଲ । ୨୦୦୬ ମସିହାରେ ସେ ଲଣ୍ଡନର ଏକ କ୍ଲବ୍‌ରେ ବସିଥିଲେ, ସେଠାରେ ଟୁ୍ୟସନ କରିବାର ଚିନ୍ତା ତାଙ୍କ ମୁଣ୍ଡକୁ ଜୁଟିଥିଲା ବୋଲି ସେ କହିଛନ୍ତି ।

‘ଦ ସନ୍‌’ ପତ୍ରିକାର ରିପୋର୍ଟ ଅନୁସାରେ, କେଜିଆ ହେଉଛନ୍ତି ଜଣେ ‘ଡେଟିଂ ଆଣ୍ଡ ଆଟ୍ରାକ୍‌ସନ୍‌’ ଶିକ୍ଷୟିତ୍ରୀ । ସେ ୧୫ ବର୍ଷ ବୟସରୁ ସ୍କୁଲ ଛାଡ଼ି ଦେଇଥିଲେ । ସେ ଦେଖିବାକୁ ସୁନ୍ଦର ଥିବା କାରଣରୁ ବହୁ ଯୁବକ ତାଙ୍କ ସୌନ୍ଦର୍ଯ୍ୟ ପ୍ରତି ଆକର୍ଷିତ ହୋଉଥିଲେ । ୨୫ ବର୍ଷ ବୟସ ଥିବା ସମୟରେ ସେ ଲଣ୍ଡନର ଏକ କ୍ଲବରେ ବସିଥିଲେ । ସେଠାରେ ଜଣ ଯୁବକ ତାଙ୍କ ପାଖକୁ ଆସିଥିଲେ ଏବଂ ସିଙ୍ଗଲ୍‌ ଝିଅମାନଙ୍କ ସହିତ କିପରି କଥାବାର୍ତ୍ତା ଓ ବ୍ୟବହାର କରି ଆକର୍ଷିତ କରିହେବ, ସେ ନେଇ କେଜିଆଙ୍କ ମନ୍ତବ୍ୟ ଲୋଡ଼ିଥିଲେ ।
ଘଣ୍ଟାକୁ ପଢ଼ାଇବା ପାଇଁ ୩୦ ହଜାର ଟଙ୍କା

କେଜିଆ ମଧ୍ୟ ଖୁସି ହୋଇ ତାଙ୍କୁ ନିଜ ମନ୍ତବ୍ୟ ଦେଇଥିଲେ । ଏଥିରେ ଖୁସି ହୋଇ ଯୁବକ ଜଣଙ୍କ ତାଙ୍କୁ କିଛି ଅର୍ଥ ଦେବା ସହିତ ଏନେଇ ଏକ ଟୁ୍ୟସନ୍‌ କ୍ଲାସ୍‌ ଖୋଲିବା ପାଇଁ ପ୍ରେରଣା ଦେଇଥିଲେ । ବାସ୍‌ ଏହାପରଠାରୁ କେଜିଆ ଆତ୍ମବିଶ୍ୱାସ ସହିତ ଡେଟିଂ ଆଣ୍ଡ ଆଟ୍ରାକ୍‌ସନ୍‌ ଟୁ୍ୟସନ୍‌ କ୍ଲାସ୍‌ ଖୋଲିଥିଲେ । ଝିଅମାନଙ୍କ ସହିତ କିପରି ବ୍ୟବହାର କରି ତାଙ୍କୁ ଆକର୍ଷିତ କରିହେବ, ଏନେଇ ସେ ଯୁବକମାନଙ୍କୁ ଟୁ୍ୟସନ୍‌ ଦେଇଥିଲେ ।

ଧୀରେ ଧୀରେ ଟୁ୍ୟସନ୍‌ କ୍ଲାସ୍‌ରେ ଯୁବକଙ୍କ ସଂଖ୍ୟା ବଢ଼ିବାକୁ ଲାଗିଥିଲା ଏବଂ ଭଲ ଅର୍ଥ ରୋଜଗାର ମଧ୍ୟ ହେଲା । କେଜିଆଙ୍କୁ ବର୍ତ୍ତମାନ ୪୧ ବର୍ଷ ବୟସ । ସେ ବ୍ରିଟେନ୍‌ର ୯ଟି ସ୍ଥାନରେ ଏବେ ଡେଟିଂ ଆଣ୍ଡ ଆଟ୍ରାକ୍‌ସନ୍‌ ଟୁ୍ୟସନ୍‌ କ୍ଲାସ୍‌ ଖୋଲିଛନ୍ତି ଓ ୨୫ ଜଣ ବେସାହାରା ମହିଳାଙ୍କୁ ଅର୍ଥ ରୋଜଗାର କରିବାର ସୁଯୋଗ ମଧ୍ୟ ଦେଇଛନ୍ତି ।
ଘଣ୍ଟାକୁ ପଢ଼ାଇବା ପାଇଁ ୩୦ ହଜାର ଟଙ୍କା

ସେ ନିଜର ଏକ ୟୁଟୁ୍ୟବ୍‌ ଚ୍ୟାନେଲ୍‌ ଖୋଲିଛନ୍ତି ଏବଂ ସେଠାରେ ମଧ୍ୟ ସେ ଡେଟିଂ ଆଣ୍ଡ ଆଟ୍ରାକ୍‌ସନ୍‌ ଟୁ୍ୟସନ୍‌ ଦେଉଛନ୍ତି । ଚାରି ଲକ୍ଷରୁ ଅଧିକ ତାଙ୍କ ଫଲୋଅର୍ସ ରହିଛି ଏବଂ ଘଣ୍ଟାକୁ ଟୁ୍ୟସନ୍‌ କରିବା ପାଇଁ ସେ ୩୦ ହଜାର ଟଙ୍କା ନେଇଥାନ୍ତି । ଏହାଛଡ଼ା ତାଙ୍କର ନିଜସ୍ୱ ବହି, ଡିଭିଡି ଓ ଭିଡିଓ ବଜାରରେ ଉପଲବ୍ଧ ହେଉଛି ।

ଘଣ୍ଟାକୁ ପଢ଼ାଇବା ପାଇଁ ୩୦ ହଜାର ଟଙ୍କା
କେବଳ ବହି, ଡିଭିଡି ଓ ଭିଡିଓ ମାଧ୍ୟମାରୁ ସେ ୧୦ କୋଟି ଟଙ୍କାରୁ ଅଧିକ ଅର୍ଥ ରୋଜଗାର କରୁଛନ୍ତି ।