ବ୍ୟବସାୟୀଙ୍କ ପାଇଁ ହ୍ୱାଟସଅପ୍‍ ଗ୍ରୁପ୍‍

ସମୟ ଲାଇଭ୍‍,୧୫/୪: ଦେଶରେ ଲକ୍‍ଡ଼ାଉନ ଅବଧିକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାବେଳେ ଖାଉଟି ଓ ବ୍ୟବସାୟୀଙ୍କ ସୁବିଧା ପାଇଁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଉଭୟ ଖାଉଟି ଓ ବ୍ୟବସାୟୀଙ୍କ ପାଇଁ କମିଶନରେଟ୍‍ ପୋଲିସ୍‍ ପକ୍ଷରୁ ଏକ ହ୍ୱାଟସଅପ୍‍ ଗ୍ରୁପ୍‍ ଖୋଲାଯାଇଛି। ଏହାଦ୍ୱାରା ବ୍ୟବସାୟୀଙ୍କ ମଧ୍ୟରେ ସମନ୍ୱୟ ରଖିବା ସହ ସେମାନଙ୍କ ଅସୁବିଧା ଦୂର ହୋଇପାରିବ ବୋଲି ଆଶା କରାଯାଉଛି। ସୂଚନା ଅନୁସାରେ ଗ୍ରୁପରେ ପାଖାପାଖି ୧୯୪ଟି ଭିନ୍ନ ଭିନ୍ନ ବ୍ୟବସାୟିକ ସଂଗଠନର କର୍ତ୍ତୃପକ୍ଷ ଏଥିରେ […]

Samaya Live Picture
Published On

ସମୟ ଲାଇଭ୍‍,୧୫/୪: ଦେଶରେ ଲକ୍‍ଡ଼ାଉନ ଅବଧିକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାବେଳେ ଖାଉଟି ଓ ବ୍ୟବସାୟୀଙ୍କ ସୁବିଧା ପାଇଁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଉଭୟ ଖାଉଟି ଓ ବ୍ୟବସାୟୀଙ୍କ ପାଇଁ କମିଶନରେଟ୍‍ ପୋଲିସ୍‍ ପକ୍ଷରୁ ଏକ ହ୍ୱାଟସଅପ୍‍ ଗ୍ରୁପ୍‍ ଖୋଲାଯାଇଛି। ଏହାଦ୍ୱାରା ବ୍ୟବସାୟୀଙ୍କ ମଧ୍ୟରେ ସମନ୍ୱୟ ରଖିବା ସହ ସେମାନଙ୍କ ଅସୁବିଧା ଦୂର ହୋଇପାରିବ ବୋଲି ଆଶା କରାଯାଉଛି।
ସୂଚନା ଅନୁସାରେ ଗ୍ରୁପରେ ପାଖାପାଖି ୧୯୪ଟି ଭିନ୍ନ ଭିନ୍ନ ବ୍ୟବସାୟିକ ସଂଗଠନର କର୍ତ୍ତୃପକ୍ଷ ଏଥିରେ ସଦସ୍ୟ ରହିଛନ୍ତି। ରାଜ୍ୟର ସମସ୍ତ ବ୍ୟବସାୟୀ ସଂଘ, ଏଲପିଜି ଡ଼ିଷ୍ଟ୍ରିବ୍ୟୁଟର ଓ ପେଟ୍ରୋଲିୟମ ଡ଼ିଲର ମହାସଂଘକୁ ଏକାଠି କରାଯାଇ ଏହି ହ୍ୱାଟସଅପ୍‍ ଗ୍ରୁପ୍‍ ତିଆରି କରାଯାଇଛି।
ଲକ୍‍ଡ଼ାଉନ୍‍ ସମୟରେ ଖାଉଟିଙ୍କ ପାଖରେ କିପରି ସୁବିଧାରେ ସାମଗ୍ରୀ ପହଞ୍ଚିପାରିବ ସେନେଇ ଏହି ଗ୍ରୁପ୍‍ ଖୋଲାଯାଇଛି।

Tags: