ଭିଆରଏସ୍‍ ଯୋଜନା ଜାରିକଲା ବିଏସଏନଏଲ

ସମୟ ଲାଇଭ୍‍,୭/୧୧: ରାଷ୍ଟ୍ରାୟତ୍ତ ଟେଲିକମ୍‍ କମ୍ପାନୀ ବିଏସ୍‍ଏନ୍‍ଏଲ୍‍ର ପୁନରୁଦ୍ଧାର ପ୍ୟାକେଜ୍‍ ଘୋଷଣା କରିସାରିଥିବାବେଳେ ଏଥି ମଧ୍ୟରେ ବିଏସ୍‍ଏନ୍‍ଏଲ୍‍ କର୍ମଚାରୀଙ୍କ ସ୍ୱେଚ୍ଛାକୃତ ଅବସର ଯୋଜନା ସାମିଲ ରହିଥିଲା। କମ୍ପାନୀର ପ୍ରାୟ ୮୦ ହଜାର କର୍ମଚାରୀଙ୍କୁ ଏହି ଯୋଜନାରେ ଅବସର ଦେଇ ସେମାନଙ୍କ ଦରମା ବାବଦରେ ହେଉଥିବା ବ୍ୟୟରେ ପ୍ରାୟ ୭୫୦୦ କୋଟି ଟଙ୍କା ହ୍ରାସ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥବଲେ। ତେବେ ଏନେଇ ବିଏସଏନ୍‍ଏଲ୍‍ ପକ୍ଷରୁ ଭିଆର୍‍ଏସ୍‍ ଯୋଜନା ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଯୋଜନାରେ […]

Samaya Live Picture
Published On

ସମୟ ଲାଇଭ୍‍,୭/୧୧: ରାଷ୍ଟ୍ରାୟତ୍ତ ଟେଲିକମ୍‍ କମ୍ପାନୀ ବିଏସ୍‍ଏନ୍‍ଏଲ୍‍ର ପୁନରୁଦ୍ଧାର ପ୍ୟାକେଜ୍‍ ଘୋଷଣା କରିସାରିଥିବାବେଳେ ଏଥି ମଧ୍ୟରେ ବିଏସ୍‍ଏନ୍‍ଏଲ୍‍ କର୍ମଚାରୀଙ୍କ ସ୍ୱେଚ୍ଛାକୃତ ଅବସର ଯୋଜନା ସାମିଲ ରହିଥିଲା। କମ୍ପାନୀର ପ୍ରାୟ ୮୦ ହଜାର କର୍ମଚାରୀଙ୍କୁ ଏହି ଯୋଜନାରେ ଅବସର ଦେଇ ସେମାନଙ୍କ ଦରମା ବାବଦରେ ହେଉଥିବା ବ୍ୟୟରେ ପ୍ରାୟ ୭୫୦୦ କୋଟି ଟଙ୍କା ହ୍ରାସ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥବଲେ। ତେବେ ଏନେଇ ବିଏସଏନ୍‍ଏଲ୍‍ ପକ୍ଷରୁ ଭିଆର୍‍ଏସ୍‍ ଯୋଜନା ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଯୋଜନାରେ ଅବସର ନେବାକୁ ଚାହୁଁଥବବା କର୍ମଚାରୀମାନଙ୍କ ପାଇଁ ଆବେଦନ ସମୟସୀମା ନଭେମ୍ବର ୪ରୁ ଡ଼ିସେମ୍ବର ୩ ପର୍ଯ୍ୟନ୍ତ ରହିଛି। ଆବେଦନକାରୀଙ୍କୁ ୨୦୨୦ ମସିଆ ଜାନୁଆରୀ ୩୧ ସୁଦ୍ଧା ଅବସର ଦିଆଯିବ ବୋଲି ସୂଚନା ମିଳିଛି।

Tags: