ବିଶ୍ୱାସ କରନ୍ତୁ : ଡିଜିଟାଲ ବୀମା ଯୁଗରେ ୟୁଜରଙ୍କ ଆତ୍ମବିଶ୍ୱାସ ଏବଂ ଭରସା ବୃଦ୍ଧି ପାଇଛି
ଆମର ଆର୍ଥିକ ପରିଚାଳନାକୁ ବୃଦ୍ଧି କରିବା ପାଇଁ ଟୁଲଗୁଡ଼ିକର ନିରନ୍ତର ପ୍ରୟାସ ବିଶ୍ୱାସକୁ ଆହୁରି ମଜବୁତ କରିଛି। ବ୍ୟାଙ୍କିଂ, ପେମେଣ୍ଟ କିମ୍ବା ଅନ୍ୟ ଆର୍ଥିକ ପ୍ରଡକ୍ଟ ଉପରେ ବିଶ୍ୱାସ ସୃଷ୍ଟି କରିବାର ଚ୍ୟାଲେଞ୍ଜ ପୂର୍ବରୁ ରହିଆସିଛି। ଇ-କମର୍ସ, ଇ-ଟିକେଟିଂ, ରାଇଡ୍ ଶେୟାରିଂ ଏବଂ ଭ୍ରମଣ ଭଳି କ୍ୟାଟାଗରି ସମେତ ଆର୍ଥିକ ସେବା କ୍ଷେତ୍ରରେ ଏହି ବିଶ୍ୱାସ ପ୍ରତିବନ୍ଧକ ସାଜିଥାଏ। ତେବେ, ଏହାକୁ ଗ୍ରହଣ କରିବାରେ ଆର୍ଥିକ କ୍ଷେତ୍ର, ବିଶେଷ କରି ବୀମା ପ୍ରଡକ୍ଟଗୁଡ଼ିକର ବିଭ୍ରାନ୍ତିକର ଚିତ୍ର ଅଧିକ […]
ଆମର ଆର୍ଥିକ ପରିଚାଳନାକୁ ବୃଦ୍ଧି କରିବା ପାଇଁ ଟୁଲଗୁଡ଼ିକର ନିରନ୍ତର ପ୍ରୟାସ ବିଶ୍ୱାସକୁ ଆହୁରି ମଜବୁତ କରିଛି। ବ୍ୟାଙ୍କିଂ, ପେମେଣ୍ଟ କିମ୍ବା ଅନ୍ୟ ଆର୍ଥିକ ପ୍ରଡକ୍ଟ ଉପରେ ବିଶ୍ୱାସ ସୃଷ୍ଟି କରିବାର ଚ୍ୟାଲେଞ୍ଜ ପୂର୍ବରୁ ରହିଆସିଛି। ଇ-କମର୍ସ, ଇ-ଟିକେଟିଂ, ରାଇଡ୍ ଶେୟାରିଂ ଏବଂ ଭ୍ରମଣ ଭଳି କ୍ୟାଟାଗରି ସମେତ ଆର୍ଥିକ ସେବା କ୍ଷେତ୍ରରେ ଏହି ବିଶ୍ୱାସ ପ୍ରତିବନ୍ଧକ ସାଜିଥାଏ। ତେବେ, ଏହାକୁ ଗ୍ରହଣ କରିବାରେ ଆର୍ଥିକ କ୍ଷେତ୍ର, ବିଶେଷ କରି ବୀମା ପ୍ରଡକ୍ଟଗୁଡ଼ିକର ବିଭ୍ରାନ୍ତିକର ଚିତ୍ର ଅଧିକ ବାଧକ ହୋଇଥାଏ।
ନବୀନତମ ଇଣ୍ଡିଆ ବ୍ରାଣ୍ଡ ଇକ୍ୱିଟି ଫାଉଣ୍ଡେସନ (ଆଇବିଇଏଫ) ରିପୋର୍ଟ ଅନୁଯାୟୀ, ୨୦୨୧ ଆର୍ଥିକ ବର୍ଷରେ ଭାରତରେ ବୀମା ପ୍ରବେଶ ମାତ୍ର ୪% ଥିଲା। ବିଶେଷ କରି ଜୀବନ ବୀମା ପ୍ରବେଶ ୩% ଥିବାବେଳେ ଅଣ-ଜୀବନ ବୀମା ପ୍ରବେଶ ମାତ୍ର ୧% ରହିଛି। ଏହି ପରିସଂଖ୍ୟାନ, ବିଶେଷ ଭାବରେ ସାମାନ୍ୟ, ବିସ୍ତାର ଏବଂ ଅଭିବୃଦ୍ଧିର ଗୁରୁତ୍ୱପୂର୍ଣ୍ଣ ସମ୍ଭାବନାକୁ ସୂଚାଇଥାଏ କାରଣ ବୀମା ନିବେଶର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ସହ ଅପ୍ରତ୍ୟାଶିତ ରିସ୍କ ବିରୁଦ୍ଧରେ ଏକ ସେଫଟି ନେଟ୍ ପ୍ରଦାନ କରିବାର ଭୂମିକା ଗ୍ରହଣ କରେ।
ବୀମା ଦ୍ୱନ୍ଦପୂର୍ଣ୍ଣ ମନେ ହୋଇଥାଏ କାରଣ ଲୋକମାନେ ଏହାକୁ ପ୍ରାୟତଃ କିଣନ୍ତି ନାହିଁ, ଏଥିରେ ଦୀର୍ଘ-କାଳୀନ ପ୍ରତିଶ୍ରୁତି ସାମିଲ ଥାଏ ଏବଂ ଏଥିରେ ଉଚ୍ଚ ଅନ୍ତର୍ନିହିତ ରିସ୍କ ରହିଥାଏ। ଏହି ଜଟିଳତା ଯୋଗୁଁ ଦୁଇଟି ସାଧାରଣ ଭୟ ସୃଷ୍ଟି ହୁଏ:
1. ଭୁଲ ପ୍ରଡକ୍ଟ କ୍ରୟ କରିବାର ଭୟ
ଉଦାହରଣ ସ୍ୱରୂପ ତେଲେଙ୍ଗାନାର ଜଣେ 35 ବର୍ଷୀୟ ଆଦିତ୍ୟଙ୍କୁ ନିଅନ୍ତୁ। ସେ ତାଙ୍କ ପରିବାର ପାଇଁ ନିବେଶ ଏବଂ ଆର୍ଥିକ ସୁରକ୍ଷାକୁ ମିଶାଇ ଏକ ଜୀବନ ବୀମା ଯୋଜନା ବାଛିଥିଲେ। ତେବେ ଦୁଇ ବର୍ଷ ପରେ ସେ ଅନୁଭବ କରନ୍ତି ଯେ ନିବେଶ କରିବା ପାଇଁ ଅଧିକ ଉପଯୁକ୍ତ ଆର୍ଥିକ ଟୁଲ୍ ଉପଲବ୍ଧ ରହିଛି। ସେ ଏବେ ବୁଝିଛନ୍ତି ଯେ ଏକ ଟର୍ମ ପ୍ଲାନ୍ ତାଙ୍କ ପରିବାର ପାଇଁ ପର୍ଯ୍ୟାପ୍ତ ସେଫଟି ନେଟ୍ ଯୋଗାଇ ପାରିଥାନ୍ତା। ଆଦିତ୍ୟ ନିଜ ଭବିଷ୍ୟତର ଆର୍ଥିକ ନିଷ୍ପତ୍ତିକୁ ନେଇ ଦ୍ୱନ୍ଦ୍ୱ ଓ ଚିନ୍ତାରେ ଅଛନ୍ତି।
2. ଆବଶ୍ୟକ ସମୟରେ ସଠିକ୍ ମୂଲ୍ୟ ନପାଇବାର ଭୟ
ଦିଲ୍ଲୀର ମିଷ୍ଟର ରାହୁଲଙ୍କୁ ଭେଟନ୍ତୁ, ଜଣେ ଭଲ ରୋଜଗାର କରୁଥିବା ବ୍ୟକ୍ତି ଯିଏକି ନିକଟରେ ବିବାହ କରିଛନ୍ତି। ବାପାମାଆଙ୍କଠାରୁ ଉତ୍ସାହିତ ହୋଇ ସେ ଏକ ପାରମ୍ପରିକ ଜୀବନ ବୀମା ଯୋଜନା କିଣିବାକୁ ଚିନ୍ତା କରୁଛନ୍ତି। କିନ୍ତୁ, ଧାର୍ଯ୍ୟ ଖର୍ଚ୍ଚ ଏବଂ 30-ବର୍ଷର ଲମ୍ୱା ପ୍ଲାନ ତାଙ୍କ ପାଇଁ ପ୍ରକୃତ ଆବଶ୍ୟକତାକୁ ପୂରଣ କରିବା ନେଇ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତାଙ୍କର ମୃତ୍ୟୁ ହେଲେ କିମ୍ବା ତିନି ଦଶନ୍ଧି ବିତିବା ପରେ ପ୍ରତିଶ୍ରୁତି ପୂରଣକୁ ନେଇ ରାହୁଲ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି।
ଏହି ଦୁଇଟି ପରିସ୍ଥିତି ବୀମା ପଲିସି ବିଷୟରେ ବୁଝିବା ଏବଂ ବିଶ୍ୱାସର ବ୍ୟବଧାନକୁ ସୂଚାଇଥାଏ। ଏହି ଚ୍ୟାଲେଞ୍ଜର ମୁକାବିଲା ପାଇଁ ନିୟାମକ, ନିର୍ମାତା ଏବଂ ଡିଷ୍ଟ୍ରିବ୍ୟୁଟରଙ୍କ ସମେତ ସମଗ୍ର ବୀମା ଇକୋସିଷ୍ଟମର ମିଳିତ ପ୍ରୟାସ ଆବଶ୍ୟକ। କେବଳ ବ୍ରାଣ୍ଡ ଉପରେ ଭରସା କରିବା ପରିବର୍ତ୍ତେ ସ୍ପଷ୍ଟ ସମ୍ବାଦ ପ୍ରଦାନ, ସିଧାସଳଖ ପ୍ରଡକ୍ଟ ଏବଂ ସରଳୀକୃତ ପ୍ରକ୍ରିୟାଗୁଡ଼ିକରେ ନିବେଶ କରିବା ଉପରେ ଧ୍ୟାନ ଦିଆଯିବା ଉଚିତ୍ ଯାହା ବିଶ୍ୱାସର ସମସ୍ତ ଦିଗକୁ ଅନ୍ତର୍ଭୁକ୍ତ କରେ, ଯେଉଁଥିରେ ଗ୍ରାହକ ନିଜ ନିଷ୍ପତ୍ତି ନେବାର କ୍ଷମତା ଉପରେ ବିଶ୍ୱାସ ରଖିଥାଏ।
ଅଭିବୃଦ୍ଧିର ଚ୍ୟାଲେଞ୍ଜକୁ ନାଭିଗେଟ କରିବା: ବିଶ୍ୱାସର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ
ଅନେକ ଜଟିଳତାରୁ ସୃଷ୍ଟି ହୋଇଥିବା ବୀମା କ୍ଷେତ୍ରକୁ ନାଭିଗେଟ କରିବା ୟୁଜରମାନଙ୍କ ପାଇଁ ଏକ ନିରନ୍ତର ଅନୁଭୂତି ହୋଇଥାଏ। “କୋ-ପେମେଣ୍ଟ”, “ସାମୂହିକ ବୋନସ” ଏବଂ ଅନ୍ୟ ଇଣ୍ଡଷ୍ଟୀ ଭାଷା ଭଳି ଶବ୍ଦଗୁଡ଼ିକର ଅନ୍ତର୍ଭୁକ୍ତି ଅନେକ ସମୟରେ ଏକ ଭୟଙ୍କର ପ୍ରତିବନ୍ଧକ ସୃଷ୍ଟି କରିଥାଏ, ଯାହା ଅନେକଙ୍କ ପାଇଁ ପଲିସି ବିବରଣୀ ଅବୋଧଗମ୍ୟ ହୋଇଥାଏ।
ସାମଗ୍ରିକ ଜଟିଳତା ଅଫରକୁ ବୁଝିବା କଷ୍ଟକର କରିଦିଏ,ଯାହା ଫଳରେ ନିଷ୍ପତ୍ତି ନେବା ବହୁତ କଷ୍ଟକର ହୋଇପଡ଼େ। ଏଭଳି ପରିସ୍ଥିତିରେ ୟୁଜରମାନେ ବୀମା ଏଜେଣ୍ଟଙ୍କ ଉପରେ ଭରସା କରିବା ସହ ଜଟିଳତାକୁ ଦୂର କରିବା ପାଇଁ ସେମାନଙ୍କ ପରାମର୍ଶ ନେଇଥାନ୍ତି। ଯଦିଓ ଅନେକ ସମ୍ଭାବ୍ୟ କାରଣ ଯୋଗୁଁ, ମଧ୍ୟସ୍ଥିମାନଙ୍କ ଉପରେ ନିର୍ଭର କରିବାକୁ ପଡ଼େ କିନ୍ତୁ “ପ୍ରକୃତରେ ଯାହା ଆବଶ୍ୟକ” ତାହାର ଗ୍ୟାରେଣ୍ଟି କେହି ଦିଅନ୍ତି ନାହିଁ।
ବୀମା ପ୍ରଡକ୍ଟଗୁଡ଼ିକର ଜଟିଳତା ଏବଂ ସେଗୁଡ଼ିକୁ ବୁଝିବାର ଚ୍ୟାଲେଞ୍ଜ, ବୀମା କ୍ଷେତ୍ର ମଧ୍ୟରେ ବିଶ୍ୱାସର ମୂଳଦୁଆ ସୃଷ୍ଟି କରିଥାଏ। ୟୁଜରମାନେ ପ୍ରତିବନ୍ଧକକୁ ବୁଝିବା ଏବଂ ଏଜେଣ୍ଟମାନଙ୍କ ଉପରେ ବିଶ୍ୱାସ ରଖିବା ପାଇଁ ସଂଘର୍ଷ କରୁଥିବା ବେଳେ, ଆଶା ଏବଂ ପଲିସି କଭରେଜ୍ ମଧ୍ୟରେ ଥିବା ଦ୍ୱନ୍ଦ୍ୱକୁ ଇଣ୍ଡଷ୍ଟ୍ରୀର ବିଶ୍ୱସନୀୟତା ଦୂର କରିଥାଏ।
ଟ୍ରଷ୍ଟ ପଜଲର ସମାଧାନ କରିବା: ଡିଜିଟାଲ ପ୍ଲାଟଫର୍ମର ପରିବର୍ତ୍ତନଶୀଳ ଭୂମିକା
ସର୍ବତ୍ର ବିସ୍ତାର ହୋଇଥିବା ଓ ୟୁଜରଙ୍କ ବିଶ୍ୱସନୀୟ ଫୋନପେ ଭଳି ପ୍ଲାଟଫର୍ମ, ଡିଜିଟାଲ କ୍ଷେତ୍ରରେ ବିଶ୍ୱାସ ମାଧ୍ୟମରେ ସବୁ ସମସ୍ୟାର ସମାଧାନ କରିବା, ବାସ୍ତବତାକୁ ଗ୍ରହଣ କରିବା ଏବଂ ୟୁଜରଙ୍କ ବିଶ୍ୱାସକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଗତ ଏକ ଦଶନ୍ଧି ମଧ୍ୟରେ ବାଣିଜ୍ୟ, ଟିକେଟ୍, ବିଲ୍, ପ୍ରମାଣୀକରଣ, ସରକାରୀ ସେବା (ଭିସା, ପାସପୋର୍ଟ, ଫାଷ୍ଟଟ୍ୟାଗ), ମାଇକ୍ରୋ ପେମେଣ୍ଟ, ଋଣ ପ୍ରଦାନ ଏବଂ ନିବେଶ ସମେତ ଭାରତର ବିଭିନ୍ନ ଡୋମେନ ସଫଳତାର ସହ ଡିଜିଟାଲ ପ୍ଲାଟଫର୍ମରେ ପରିବର୍ତ୍ତନ ହୋଇଛି। ଆମେ ଭାବୁଛୁ ଯେ ଏହି ଡିଜିଟାଲ ବିବର୍ତ୍ତନ, ବୀମା କ୍ଷେତ୍ର ପର୍ଯ୍ୟନ୍ତ ବିସ୍ତାର କରି ଟ୍ରଷ୍ଟ ପଜଲର ସମାଧାନ କରିବା ଏବଂ ସ୍ୱତନ୍ତ୍ର ବୀମା ଟ୍ରାଞ୍ଜାକ୍ସନ ପାଇଁ ଗ୍ରାହକମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବାର କାର୍ଯ୍ୟ କରିବ।
ଡିଜିଟାଲ ବୀମା ପାର୍ଟନରମାନେ ୟୁଜରଙ୍କ ମଧ୍ୟରେ ଥିବା ଏହି ଟ୍ରଷ୍ଟ ପଜଲଗୁଡ଼ିକୁ ସମାଧାନ କରିବା ନେଇ କିଛି ଉପାୟ ଏଠାରେ ଦିଆଯାଇଛି:
ନିରପେକ୍ଷ ଭାବେ ପରାମର୍ଶ ଦେବା: ଦକ୍ଷତା କଥା ଆସିଲେ ଡିଜିଟାଲ ଡିଷ୍ଟ୍ରିବ୍ୟୁସନର ଯଥେଷ୍ଟ ସୁବିଧା ରହିଛି, ଅର୍ଥାତ୍ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକ ଗ୍ରାହକଙ୍କୁ ପରାମର୍ଶ ଦେବାରେ ହେଉଥିବା ଖର୍ଚ୍ଚର ରିକଭରୀ କଥା ନଭାବି ପ୍ରକୃତରେ “ଗ୍ରାହକ-ପ୍ରଥମ” ବୋଲି ଗ୍ରହଣ କରିବା ଆବଶ୍ୟକ।
ସୁବ୍ୟବସ୍ଥିତ ଢଙ୍ଗରେ ତୁଳନା କରିବା: ଅନେକ ଡିଜିଟାଲ ପ୍ଲାଟଫର୍ମ ମାର୍କେଟପ୍ଲେସ ଭାବେ ବିଭିନ୍ନ ବୀମା ପ୍ରଦାନକାରୀଙ୍କ ପ୍ଲାନକୁ ତୁଳନା କରିବା ଏବଂ ସେମାନଙ୍କ ପ୍ଲାନର ଫିଚର ଦେବା ଆଦି କାର୍ଯ୍ୟ କରିଥାନ୍ତି। ଏହା ଗ୍ରାହକମାନଙ୍କୁ ସମସ୍ତ ବିକଳ୍ପ ସହ ଏକ୍ସପ୍ଲୋର କରିବାକୁ ସୁନିଶ୍ଚିତ କରିଥାଏ। ଏହି ପ୍ଲାଟଫର୍ମ ଜଟିଳ ପରିଭାଷାକୁ ସରଳ କରି ଫିଚରଗୁଡ଼ିକ ଭିଜୁଆଲୀ ଉପସ୍ଥାପନ କରିଥାଏ ଏବଂ ଉପଯୁକ୍ତ ପ୍ରଡକ୍ଟ କିଣିବା ପାଇଁ ଗ୍ରାହକଙ୍କୁ ସୁଚିନ୍ତିତ ନିଷ୍ପତ୍ତି ନେବାରେ ଗାଇଡ କରେ।
ସରଳୀକୃତ କ୍ରୟ ପ୍ରକ୍ରିୟା: କ୍ରୟ ପ୍ରକ୍ରିୟାକୁ ସ୍ୱଚ୍ଛ, ସୁବିଧାଜନକ ଏବଂ ନିର୍ଭୁଲ କରିବା ପାଇଁ ଅପ୍ଟିମାଇଜ୍ କରାଯାଇଛି। ଅଫଲାଇନରେ ପାରମ୍ପରିକ ଭାବେ ଏକ ବୀମା ପ୍ରଡକ୍ଟ କ୍ରୟ କରିବାକୁ ସପ୍ତାହେ ସମୟ ଲାଗୁଥିବା ସମୟରେ ଏବେ ଡିଜିଟାଲ ଫର୍ମ ପୂରଣ, ପେପରଲେସ୍ ଡକ୍ୟୁମେଣ୍ଟ ଅପଲୋଡ୍ ଏବଂ e-KYC ଯାଞ୍ଚକରଣ କରି କିଛି ମିନିଟ୍ ମଧ୍ୟରେ କ୍ରୟ କରାଯାଇପାରୁଛି।
ସରଳୀକୃତ ଦାବି ପ୍ରକ୍ରିୟା: ଜରୁରୀକାଳୀନ ପରିସ୍ଥିତିରେ ସେବା ଯୋଗାଇବା ପାଇଁ ଭର୍ଚୁଆଲ ଏଜେଣ୍ଟ ଏବଂ 24 ଘଣ୍ଟିଆ ଅନ-କଲ୍ ସପୋର୍ଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଡିଜିଟାଲ ପ୍ଲାଟଫର୍ମ ଦାବିର ସ୍ଥିତି ବିଷୟରେ ରିଅଲ-ଟାଇମ୍ ସୂଚନା ପ୍ରଦାନ କରିଥାଏ ଯାହା ଦ୍ୱାରା ଆର୍ଥିକ ବୋଝକୁ ହ୍ରାସ କରାଯାଇପାରେ।
ପଲିସି ଡକ୍ୟୁମେଣ୍ଟର ଆକ୍ସେସ: ବୀମା କ୍ରୟ କରିବା ପରେ ପଲିସି ଡକ୍ୟୁମେଣ୍ଟର ବ୍ୟବହାର କମ୍ ହୋଇଥିବାରୁ ଅନେକ ଗ୍ରାହକ ଆବଶ୍ୟକ ସମୟରେ ସେଗୁଡ଼ିକୁ ଖୋଜିବାରେ ସମୟ ନେଇଥାନ୍ତି। ଡିଜିଟାଲ ପ୍ଲାଟଫର୍ମ ଏବଂ ଇ-ଇନସ୍ୟୁରାନ୍ସ ଆକାଉଣ୍ଟ ଯେକୌଣସି ସମୟରେ ଏବଂ ଯେକୌଣସି ସ୍ଥାନରୁ ପଲିସିକୁ ଆକ୍ସେସ କରିବାକୁ ସହଜ କରିଥାଏ ।
ଇନକ୍ଲୁସିଭ ଡିଷ୍ଟ୍ରିବ୍ୟୁସନ: ଅନେକ ଭାରତୀୟ ଉପଭୋକ୍ତାଙ୍କ ପାଖରେ ବୀମା ପ୍ରଡକ୍ଟ ଏବଂ ଉଚ୍ଚ-ଗୁଣବତ୍ତା ପରାମର୍ଶ ପହଞ୍ଚି ନଥାଏ। ଦୁର୍ଗମ ଅଞ୍ଚଳରେ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକ ଷ୍ଟାଣ୍ଡାର୍ଡ ସେବା ମାଧ୍ୟମରେ ବୀମା କ୍ରୟ କରିବା, ଦାବି ସହାୟତା, ପ୍ରଶ୍ନର ସମାଧାନ ଏବଂ ପଲିସି ସଂଶୋଧନ ସମ୍ୱନ୍ଧୀୟ ସେବା ପ୍ରଦାନ କରିଥାନ୍ତି ।
ଟେକ୍ନୋଲୋଜିର ବହୁଗୁଣିତ ବ୍ୟବହାର:
ଏକାଧିକ ଇଣ୍ଡଷ୍ଟ୍ରୀରେ ଏହା ପ୍ରମାଣିତ ହୋଇଛି ଯେ ଟେକ୍ନୋଲୋଜି ପ୍ରକୃତରେ ସମ୍ପୃକ୍ତ ଇଣ୍ଡଷ୍ଟ୍ରୀର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଥାଏ କାରଣ ଏକାଧିକ ବ୍ୟବହାରିକ-ବିଷୟ ଏବଂ ବଡ଼ ଆକାରରେ ଗ୍ରାହକଙ୍କ ସମସ୍ୟାର ସମାଧାନ କରିବାରେ ଏହା ସାହାଯ୍ୟ କରିଥାଏ।
ପରିଶେଷରେ, ବୀମାର ଭବିଷ୍ୟତ ଗ୍ରାହକମାନଙ୍କୁ ସରଳୀକରଣ ପ୍ରଡକ୍ଟ, ପ୍ରକ୍ରିୟା ଏବଂ ଗ୍ରାହକ ଅନୁଭୂତି ଦ୍ୱାରା ବୀମାର ଜଟିଳତା କ୍ଷେତ୍ରକୁ ନାଭିଗେଟ କରିବା ପାଇଁ ସଶକ୍ତ କରିଥାଏ। ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (IRDAI) ବୀମାକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରାଇବା ପାଇଁ ଯଥେଷ୍ଟ ପରିବର୍ତ୍ତନ ଆଣିଥିବା ବେଳେ ‘2047 ସୁଦ୍ଧା ସମସ୍ତଙ୍କ ପାଇଁ ବୀମା’ର ଲକ୍ଷ୍ୟ ଦିଗରେ ପ୍ରୟାସ ଜାରି ରହିଛି, ଆମେ ବିଶ୍ୱସନୀୟ ସୂଚନା ଏବଂ ନିର୍ଭରଯୋଗ୍ୟ ପ୍ଲାଟଫର୍ମ ଦ୍ୱାରା ବୀମାକୁ ସହଜରେ ସୁନିଶ୍ଚିତ କରି ଭବିଷ୍ୟତକୁ ସୁରକ୍ଷିତ ରଖିବା ଦିଗରେ କାର୍ଯ୍ୟ କରୁଛୁ।




