୬୯୯ଟଙ୍କାରେ ଉପଲବ୍ଧ ରିଲାଏନ୍ସ ଜିଓ ଫୋନ

ସମୟ ଲାଇଭ୍‍,୨୧/୧୦: ପାର୍ବଣ ଋତୁରେ ରିଲାଏନ୍ସ ଗ୍ରାହକମାନଙ୍କ ପାଇଁ ଖାସ୍‍ ଅଫର୍‍ ନେଇଆସିଛି । ଏହି ଅଫର ଅନୁଯାୟୀ ମାତ୍ର ୬୯୯ ଟଙ୍କାରେ ଉପଭୋକ୍ତାଙ୍କୁ ରିଲାଏନ୍ସ ଜିଓ ଫୋନ୍‍ ମିଳିପାରିବ। ଏହାସହ ଉପଭୋକ୍ତାଙ୍କୁ ୬୯୩ ଟଙ୍କାର ଅତିରିକ୍ତ ବେନିଫିଟ୍‍ ମିଳିପାରିବ। ତେବେ ଏହି ଫୋନରେ ମାଗଣା ଭଏସ୍‍ କଲ୍‍, ଅନିଲିମିଟେଡ଼ ଡ଼ାଟା ସହ ଏଚଡ଼ି ଭଏସ୍‍ ସୁବିଧା ମଧ୍ୟ ଉପଲବ୍ଧ ହେବ। ସୂଚନା ଥାଉ କି, ଏହି ଫୋନର ମୂଲ୍ୟ ଭାରତୀୟ ବଜାରରେ ୧୫୦୦ ଟଙ୍କା ହୋଇଥିବାବେଳେ […]

Samaya Live Picture
Published On

ସମୟ ଲାଇଭ୍‍,୨୧/୧୦: ପାର୍ବଣ ଋତୁରେ ରିଲାଏନ୍ସ ଗ୍ରାହକମାନଙ୍କ ପାଇଁ ଖାସ୍‍ ଅଫର୍‍ ନେଇଆସିଛି

। ଏହି ଅଫର ଅନୁଯାୟୀ ମାତ୍ର ୬୯୯ ଟଙ୍କାରେ ଉପଭୋକ୍ତାଙ୍କୁ ରିଲାଏନ୍ସ ଜିଓ ଫୋନ୍‍ ମିଳିପାରିବ। ଏହାସହ ଉପଭୋକ୍ତାଙ୍କୁ ୬୯୩ ଟଙ୍କାର ଅତିରିକ୍ତ ବେନିଫିଟ୍‍ ମିଳିପାରିବ। ତେବେ ଏହି ଫୋନରେ ମାଗଣା ଭଏସ୍‍ କଲ୍‍, ଅନିଲିମିଟେଡ଼ ଡ଼ାଟା ସହ ଏଚଡ଼ି ଭଏସ୍‍ ସୁବିଧା ମଧ୍ୟ ଉପଲବ୍ଧ ହେବ।
ସୂଚନା ଥାଉ କି, ଏହି ଫୋନର ମୂଲ୍ୟ ଭାରତୀୟ ବଜାରରେ ୧୫୦୦ ଟଙ୍କା ହୋଇଥିବାବେଳେ ଦୀପାବଳି ଅବସରରେ ଏହା ଉପରେ ରିହାତି ଦେବା ପାଇ ଁ ରିଲାଏନ୍ସ ସ୍ଥିର କରିଛି। ଫଳରେ ଗ୍ରାହକ ପୂରା ୮୦୧ ଟଙ୍କାର ଛାଡ଼ ପାଇପାରିବେ। ୪ଜି ଭୋଲ୍ଟ ଅଫର ସହ ଏହି ଫୋନ୍‍ କିଣିବା ପାଇଁ ରିଲାଏନ୍ସ ତା’ର ୱେବସାଇଟ୍‍ ଜରିଆରେ ଗଆହକଙ୍କୁ ଆମନ୍ତ୍ରଣ କରିଛି। ଏହି ଦୀପାବଳି ପ୍ରିୟଜନଙ୍କୁ ଏହି ଫୋନ୍‍ ଉପହାର ସ୍ୱରୂପ ଦେବା ପାଇଁ କମ୍ପାନୀ ଗ୍ରାହକଙ୍କୁ ପରାମର୍ଶ ଦେଇଛି।

Tags: