ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ବଡ଼ ଘୋଷଣା

 କରୋନା ଭାଇରସ୍‍ ସଂକ୍ରମଣ ଯୋଗୁଁ ଭାରତୀୟ ଅର୍ଥବ୍ୟବସ୍ଥାରେ ମହାସଙ୍କଟ ଦେଖଢ଼ାଦେଇଛି। ତେବେ ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବଡ଼ ଘୋଷଣା କରିଛନ୍ତି। ସେ ରିଭର୍ସ ରେପୋରେଟ୍‍ ହ୍ରାସ କରିବା ନେଇ ଘୋଷଣା କରିଛନ୍ତି। ସେହିପରି ନଗଦ ଦେଣନେଣ ସମସ୍ୟାରୁ ବର୍ତ୍ତିବା ପାଇଁ ଅତିରିକ୍ତ ୫୦ ହଜାର କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବା ନେଇ ସୂଚନ୩ା ଦେଇଛନ୍ତି। ଦେଶରେ ଉତ୍ପନ୍ନ ଆର୍ଥିକ ପରିସ୍ଥିତି ଉପରେ ବ୍ୟାଙ୍କ […]

Samaya Live Picture
Published On

 କରୋନା ଭାଇରସ୍‍ ସଂକ୍ରମଣ ଯୋଗୁଁ ଭାରତୀୟ ଅର୍ଥବ୍ୟବସ୍ଥାରେ ମହାସଙ୍କଟ ଦେଖଢ଼ାଦେଇଛି। ତେବେ ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବଡ଼ ଘୋଷଣା କରିଛନ୍ତି। ସେ ରିଭର୍ସ ରେପୋରେଟ୍‍ ହ୍ରାସ କରିବା ନେଇ ଘୋଷଣା କରିଛନ୍ତି। ସେହିପରି ନଗଦ ଦେଣନେଣ ସମସ୍ୟାରୁ ବର୍ତ୍ତିବା ପାଇଁ ଅତିରିକ୍ତ ୫୦ ହଜାର କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବା ନେଇ ସୂଚନ୩ା ଦେଇଛନ୍ତି।

ଦେଶରେ ଉତ୍ପନ୍ନ ଆର୍ଥିକ ପରିସ୍ଥିତି ଉପରେ ବ୍ୟାଙ୍କ ନଜର ରଖିଛି ଏବଂ ଏହାର ମୁକାବିଲା ପାଇଁ ଆବଣଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସେ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି। ଏଭଳି ପରିସ୍ଥିତିଯଦିଓ ଜିଡ଼ିପି ହ୍ରାସ ପାଇଛି ଖୁବ୍‍ ଶୀଘ୍ର ଏଥିରେ ସୁଧାର ଆସିବ ବୋଲି ଗଭର୍ଣ୍ଣର କହିଛନ୍ତି।
ତେବେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କହିବା ଅନୁଯାୟୀ, ରିଭର୍ସ ରେପୋ ରେଟରେ ୦.୨୫ ପ୍ରତିଶତ ହ୍ରାସ କରାଯାଇଛଇ। ଏହାସହ ବର୍ତ୍ତମାନ ଏହା ୩.୭୫ ପ୍ରତିଶତ ହୋଇଯାଇଛି। ନାବାର୍ଡ଼, ଏନଏଚବି ଓ ଏସଆଇଡ଼ିବିଆଇ ପାଇଁ ଆରବିଆଇ ବଡ଼ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ତିନୋଟି ସଂସ୍ଥାକୁ ରେପୋ ରେଟ ଉପରେ ଋଣ ମିଳିବ। ଏନଏଚବିକୁ ୧୦ ହଜାର କୋଟି ଓ ନାବାର୍ଡ଼କୁ ୨୫ ହଜାର କୋଟି ଟଙ୍କା ମିଳିବ।

Tags: