ପାର୍ଲେ କମ୍ପାନୀ ବାଣ୍ଟିବ ୩ କୋଟି ବିସ୍କୁଟ ପ୍ୟାକେଟ
ସମୟ ଲାଇଭ୍,୨୭/୩: କରୋନା ଭାଇରସ୍ ଦେଶରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ସରକାରଙ୍କ ଦ୍ୱାରା ଏନେଇ ୨୧ ଦିନିଆ ଲକ୍ ଡ଼ାଉନ୍ ଘୋଷଣା କରାଯାଇଛି। ତେବେ ଅନେକ ଗରିବ ଲୋକ ଘରୁ ନବାହାରିପାରି ନିଜର ରୋଜଗାର ହରାଇଛନ୍ତି। ଏପରିକି କିଛି ଲୋକ ଦୈନିକ ଭୋଜନରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ଏପରି ସ୍ଥିତିରେ ପାର୍ଲେ କମ୍ପାନୀ ପକ୍ଷରୁ ବୁଧବାର ମାଗଣା ବିସ୍କୁଟ ବଣ୍ଟନ କରାଯିବ ବୋଲି ଘୋରୋ କରାଯାଇଛି। ୩ କୋଟି ବିସ୍କୁଟ ପ୍ୟାକେଟ ପାର୍ଲେ […]
ସମୟ ଲାଇଭ୍,୨୭/୩: କରୋନା ଭାଇରସ୍ ଦେଶରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ସରକାରଙ୍କ ଦ୍ୱାରା ଏନେଇ ୨୧ ଦିନିଆ ଲକ୍ ଡ଼ାଉନ୍ ଘୋଷଣା କରାଯାଇଛି। ତେବେ ଅନେକ ଗରିବ ଲୋକ ଘରୁ ନବାହାରିପାରି ନିଜର ରୋଜଗାର ହରାଇଛନ୍ତି। ଏପରିକି କିଛି ଲୋକ ଦୈନିକ ଭୋଜନରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ଏପରି ସ୍ଥିତିରେ ପାର୍ଲେ କମ୍ପାନୀ ପକ୍ଷରୁ ବୁଧବାର ମାଗଣା ବିସ୍କୁଟ ବଣ୍ଟନ କରାଯିବ ବୋଲି ଘୋରୋ କରାଯାଇଛି। ୩ କୋଟି ବିସ୍କୁଟ ପ୍ୟାକେଟ ପାର୍ଲେ ପକ୍ଷରୁ ଗରିବ ଲୋକଙ୍କୁ ବଣ୍ଟନ କରାଯିବ ବୋଲି କମ୍ପାନୀ ସୂଚନା ଦେଇଛି। ଏହାଦ୍ୱାରା ମଧ୍ୟ କିଛି ଲୋକ ଉପକୃତ ହେବେ ବୋଲି କମ୍ପାନୀ ଆଶା ରଖଛି।
ସୂଚନା ଥାଉକି, କରୋନା ସଂକ୍ରମଣ ଭୟରେ ଏହି କମ୍ପାନୀରେ କାର୍ଯ୍ୟରତ ଶ୍ରମିକଙ୍କ ସଂଖ୍ୟା ୫୦ ପ୍ରତିଶତ କମାଇଦିଆଯାଇଛି। ଏନେଇ କମ୍ପାନୀର ବରିଷ୍ଠ ଅଧିକାରୀ ମୟଙ୍କ ଶାହ ସୂଚନା ଦେଇଛନ୍ତି।
Tags:




