ଅର୍ଥମନ୍ତ୍ରୀ କହିଲେ ମୁଁ ଏତେ ପିଆଜ ରସୁଣ ଖାଉନି

ସମୟ ଲାଇଭ, ୫/୧୨: ଦେଶରେ ପିଆଜ ଦରକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏନେଇ ଭାରତ ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ସେ ଅଧିକ ପିଆଜ, ରସୁଣ ଖାଆନ୍ତି ନାହିଁ। ସେ ଏମିତି ଏକ ପରିବାରରୁ ଆସଛନ୍ତି ଯେଉଁଠି ପିଆଜ, ରସୁଣ ସହ ବିଶେଷ ସମ୍ପର୍କ ନାହିଁ ବୋଲି ସେ କହିଥିଲେ। ନିର୍ମଳାଙ୍କ ଏପରି ମନ୍ତବ୍ୟରେ ସଂସଦରେ ହାସ୍ୟସ୍ପଦ ପରିବେଶ ସୃଷ୍ଟି ହୋଇଥିଲା। […]

Samaya Live Picture
Published On

ସମୟ ଲାଇଭ, ୫/୧୨: ଦେଶରେ ପିଆଜ ଦରକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏନେଇ ଭାରତ ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ସେ ଅଧିକ ପିଆଜ, ରସୁଣ ଖାଆନ୍ତି ନାହିଁ। ସେ ଏମିତି ଏକ ପରିବାରରୁ ଆସଛନ୍ତି ଯେଉଁଠି ପିଆଜ, ରସୁଣ ସହ ବିଶେଷ ସମ୍ପର୍କ ନାହିଁ ବୋଲି ସେ କହିଥିଲେ। ନିର୍ମଳାଙ୍କ ଏପରି ମନ୍ତବ୍ୟରେ ସଂସଦରେ ହାସ୍ୟସ୍ପଦ ପରିବେଶ ସୃଷ୍ଟି ହୋଇଥିଲା।
ସୂଚନା ଥାଉ କି, ସଂସଦରେ ଏନସିପି ସାଂସଦ ସୁପ୍ରିୟା ସୁଲେଙ୍କ ପ୍ରଶ୍ନର ଉତ୍ତରରେ ନିର୍ମଳା ଉପରୋକ୍ତ ଉତ୍ତର ଦେଇଥିଲେ।

Tags: