ବଢ଼ିଲା ଓମଫେଡ କ୍ଷୀର ଦାମ୍

ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା ଓମଫେଡ କ୍ଷୀର ଦର । ଲିଟର ପିଛା ଏକା ଥରକେ ୪ ଟଙ୍କା ବଢିଛି କ୍ଷୀର ଦାମ I ଏହି ନୂଆ ଦର ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଛି I ଦର ବଢ଼ିବା ପରେ ପ୍ରତି ହାଫ୍ ଲିଟର ଟୋନଡ କ୍ଷୀର ୨୧ ଟଙ୍କାରୁ ୨୩ ଟଙ୍କାକୁ ବୃଦ୍ଧି ପାଇଛି। ବର୍ତ୍ତମାନ ସମୟରେ ଦେଶରେ ମହଙ୍ଗା ମାଡ଼ ଜାରି ରହିଥିବା ବେଳେ ପୁଣି ଏକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା ଓମଫେଡ କ୍ଷୀର ଦର । ଲିଟର ପିଛା ଏକା ଥରକେ ୪ ଟଙ୍କା ବଢିଛି କ୍ଷୀର ଦାମ I ଏହି ନୂଆ ଦର ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଛି I ଦର ବଢ଼ିବା ପରେ ପ୍ରତି ହାଫ୍ ଲିଟର ଟୋନଡ କ୍ଷୀର ୨୧ ଟଙ୍କାରୁ ୨୩ ଟଙ୍କାକୁ ବୃଦ୍ଧି ପାଇଛି। ବର୍ତ୍ତମାନ ସମୟରେ ଦେଶରେ ମହଙ୍ଗା ମାଡ଼ ଜାରି ରହିଥିବା ବେଳେ ପୁଣି ଏକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ିଛି ।

କମ୍ପାନୀ ପକ୍ଷରୁ ପ୍ରିମିୟମ୍ ଓ ଗୋଲ୍ଡ କ୍ଷୀର ୨୪ ଟଙ୍କାରୁ ୨୬ ଟଙ୍କାକୁ ବୃଦ୍ଧି ହୋଇଛି। ଚା’ ସ୍ପେସିଆଲ୍ ୨୩ ଟଙ୍କାରୁ ୨୫ ଟଙ୍କାକୁ ବୃଦ୍ଧି ପାଇଛିା ଏସବୁ ଆସନ୍ତା ୧ ତାରିଖରୁ ଲାଗୁ ହେବ। ସେହିପରି ଫୁଲ କ୍ରିମ ଓ ଟୋକନ ଯୁକ୍ତ କ୍ଷୀରର ଦାମରେ ବୃଦ୍ଧି କରାଯାଇଛି । ଫୁଲ କ୍ରିମ କ୍ଷୀର ଲିଟର ପିଛା ୧ ଟଙ୍କା ବୃଦ୍ଧି କରାଯାଇଥିବା ନେଇ ମଦର ଡେୟରୀ ପକ୍ଷରୁ ଘୋଷଣା କରାଯାଇଛି । ଏଥିସହିତ ଟୋକନ ଯୁକ୍ତ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଛି । ତେବେ କମ୍ପାନୀ କ୍ଷୀରର ଦାମ୍ ଦିଲ୍ଲୀ-ଏନସିଆର ଅଞ୍ଚଳର ଗ୍ରାହକଙ୍କ ପାଇଁ ବଢ଼ାଇଥିବା ଜଣାପଡ଼ିଛି । କୃଷକଙ୍କ ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ଯଥା ଗୋଖାଦ୍ୟ ଓ ଗୋଚାରାର ମୂଲ୍ୟ, ଔଷଧ ଏବଂ ଇନ୍ଧନ ମୂଲ୍ୟ ଏବଂ ପ୍ୟାକେଜିଂ ସାମଗ୍ରୀର ମୂଲ୍ୟ ଅହେତୁକ ବୃଦ୍ଧି ଯୋଗୁ ଓମଫେଡ୍‌ ଏହାର କ୍ଷୀର ଦର ବୃଦ୍ଧି କରିଛି। କ୍ଷୀର ଦାମ ବୃଦ୍ଧି ପାଉଥିବାରୁ ଆଗକୁ କ୍ଷୀରଜାତୀୟ ସାମଗ୍ରୀର ମୂଲ୍ୟ ମଧ୍ୟ ଆଗକୁ ବଡିବ ବୋଲି ଆଶା କରାଯାଉଛି ।

Tags: