କ୍ଷୀର ପ୍ଲାଣ୍ଟରୁ ଏମୋନିଆ ଗ୍ୟାସ ଲିକ, ଅଳ୍ପକେ ବର୍ତ୍ତିଲେ 300 କର୍ମଚାରୀ
ସମୟ ଲାଇଭ, 27/4(ସଂଗ୍ରାମ କେଶରୀ ମହାପାତ୍ର): କୋଣାର୍କ ରାସ୍ତାର ଗୋପ ସାରଡା ଛକ ଠାରେ ଥିବା ମିଲ୍କ ମୁଁ ଘରୋଇ କ୍ଷୀର କଂପାନୀରେ ଏକ ଅଘଟଣ ଘଟିଛି ।କଂପାନୀର ପ୍ଲାଣ୍ଟ ମଧ୍ୟ ରୁ ଆମୋନିଆ ଗ୍ୟାସ ଲିକ ହୋଇଥିବା ବେଳେ ଏକ ବଡ ଅଘଟଣରୁ ଅଳ୍ପକେ ଵର୍ତିଯାଇଛନ୍ତି କଂପାନୀର କର୍ମଚାରୀ ।ଲିକ ହୋଇଥିବା ଆମୋନିଆ ଗ୍ୟାସ ବନ୍ଦ କରିବା ପାଇଁ ଗୋପ ଓ କୋଣାର୍କର 4 ଦମକଳ ଗାଡି ସହ 20ରୁ ଉର୍ଧ ଅଗ୍ନିଶମ କର୍ମଚାରୀ ନିଯୁକ୍ତ […]
ସମୟ ଲାଇଭ, 27/4(ସଂଗ୍ରାମ କେଶରୀ ମହାପାତ୍ର): କୋଣାର୍କ ରାସ୍ତାର ଗୋପ ସାରଡା ଛକ ଠାରେ ଥିବା ମିଲ୍କ ମୁଁ ଘରୋଇ କ୍ଷୀର କଂପାନୀରେ ଏକ ଅଘଟଣ ଘଟିଛି ।କଂପାନୀର ପ୍ଲାଣ୍ଟ ମଧ୍ୟ ରୁ ଆମୋନିଆ ଗ୍ୟାସ ଲିକ ହୋଇଥିବା ବେଳେ ଏକ ବଡ ଅଘଟଣରୁ ଅଳ୍ପକେ ଵର୍ତିଯାଇଛନ୍ତି କଂପାନୀର କର୍ମଚାରୀ ।ଲିକ ହୋଇଥିବା ଆମୋନିଆ ଗ୍ୟାସ ବନ୍ଦ କରିବା ପାଇଁ ଗୋପ ଓ କୋଣାର୍କର 4 ଦମକଳ ଗାଡି ସହ 20ରୁ ଉର୍ଧ ଅଗ୍ନିଶମ କର୍ମଚାରୀ ନିଯୁକ୍ତ ହୋଇଥିଲେ । ଗ୍ୟାସ ଲିକେଜ ହେବାରୁ 3ଶହରୁ ଉର୍ଧ କର୍ମଚାରୀଙ୍କ ଜୀଵନ ଵିପଦରେ ପଡିଯାଇଥିଲା।ଫଳରେ ଭୟରେ କଂପାନୀ ପଛପଟ ଦେଇ ବାହାରକୁ ଦୌଡ଼ି ପଳେଇ ଆସିଲେ କିଛି କର୍ମଚାରୀ ।ଖବରପାଇ ପୋଲିସ ଫୋର୍ସ ସହ ଘଟଣା ସ୍ଥଳରେ ପହଚିଂଥିଲେ ଗୋପ ତହସିଲଦାର ପୃଥିରାଜ ମଣ୍ଡଳ ।ପ୍ରାୟ 3ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ଅଗ୍ନିଶମ କର୍ମଚାରୀମାନେ ଗ୍ୟାସ ଲିକକୁ ବନ୍ଦ କରିଥିଲେ ।
ଘଟଣା ର ତଦନ୍ତ ପରେ ତହସିଲଦାର ନିଜର ପ୍ରତିକ୍ରିୟା ଦେଇ କୁହନ୍ତି ସେପରି କିଛି ବଡ଼ ଧରଣର ଅଘଟଣ ହୋଇନାହିଁ ସ୍ଥିତି ନିୟନ୍ତ୍ରଣ ମଧ୍ୟରେ ରହିଛି।
ସେପଟେ ଏନେଇ କଂପାନୀର ଗୋପ ଵ୍ରାଞ୍ଚ ଏ.ଜି.ଏମ କେତନ ମିଶ୍ରଙ୍କୁ ପଚାରିଵାରେ ସେ କୁହନ୍ତି ତାଙ୍କର ଉପରିସ୍ତ ଅଫିସର ଅଛନ୍ତି,ସେକୋଣସି ଉତର ଦେଇପାରିଵେ ନାହିଁ ।
ଏଠି ପ୍ରଶ୍ନ ଉଠୁଛି ଯଦି ବିଶେଷ କିଛି ହୋଇନଥିଲା ତେବେ 2ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଧରି 4ଟି ଅଗ୍ନିଶମ ଗାଡିର କର୍ମଚାରୀମାନେ କଣ କରୁଥିଲେ ।ଏବଂ ଅଗ୍ନିଶମ ବିଭାଗ ର ଜଣେ ଅଧିକାରୀ ଙ୍କୁ ପଚାରିବାରୁ ସେ କହିଥିଲେ ଭିତରେ ମିଟିଙ୍ଗ ଚାଲୁଚି ।
କେଵଳ ଆଜି ନୁହେଁ ଏପରି ବିଭିନ୍ନ ଅଘଟଣ ଵିଭିନ୍ନ ସମୟରେ ଏହି ପ୍ଲାଣ୍ଟ ମଧ୍ୟରେ ଘଟୁଥିଲେ ମଧ୍ୟ ପ୍ରଶାସନ ସଵୁ ଜାଣି ମଧ୍ୟ କଣ ପାଇଁ ଚୁପ ହୋଇଵସିଛି ସେନେଇ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନ ।ଏହା ପ୍ରଶାସନ ସହ ଘରୋଇ କ୍ଷୀର କମ୍ପାନୀ ର କୌଣସି ସଲାସୁତରା ନୁହେଁ ତ!!ଯଦି କିଛି ଅଘଟଣ ହୋଇନାହିଁ କଣ ପାଇଁ କମ୍ପାନୀ ର ଅଧିକାରୀ କ୍ୟାମେରା କୁ ସାମ୍ନା କରିବାକୁ ମନା କରିଦେଇଛନ୍ତି?ଯାହା ଏବେ ସନ୍ଦେହ ସୃଷ୍ଟି କରିଛି। ଯଦି ଏହି ଗ୍ୟାସ ରୁ ପ୍ଲାଣ୍ଟ ନିକଟରେ ବସବାସ କରୁଥିବା ଲୋକ ମାନଙ୍କ ର କିଛି ଅସୁବିଧା ହୁଏ ସେଥିପାଇଁ ଦାୟୀ କିଏ ରହିବ ବୋଲି ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି |




