ପ୍ରଭାବିତ ହେବ ୭୨ ପ୍ରତିଶତ କମ୍ପାନୀ

ସମୟ ଲାଇଭ,୨୩/୪: ଦେଶରେ କରେନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍‍ ଡ଼ାଉନ୍‍ କରୋନା କାରଣରୁ ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପଡ଼ିଥିବାବେଳେ ପ୍ରାୟ ୭୨% ବ୍ୟବସାୟିକ ସଂସ୍ଥାର ବ୍ୟବସାୟ ସଙ୍କଟରେ ପଡ଼ିବ ବୋଲି ସର୍ଭେରୁ ଜଣାପଡ଼ିଛି। ଅନ୍ୟପଟେ କରୋନା ଅର୍ଥନୀତିର ମେରୁଦଣ୍ଡରେ ପ୍ରହାର କରୁଥିବାରୁ ପୂର୍ବ ବର୍ଷଗୁଡ଼ିକରେ ବ୍ୟବସାୟରୁ ଲାଭବାନ ହୋଇଥିବା ସଂସ୍ଥାମାନେ ଉପାର୍ଜିତ ପୁଞ୍ଜି ହରାଇବେ ବୋଲି କୁହାଯାଉଛି। ଲକ୍‍ ଡ଼ାଉନ୍‍ ଜାରି ରହିଥିବାବେଳେ ବ୍ୟବସାୟ କ୍ଷେତ୍ରରେ ଏହାର ଯଥେଷ୍ଟ ପ୍ରଭାବ ପଡ଼ିଛି। ଲକ୍‍ ଡ଼ାଉନ୍‍ ଫଳରେ […]

Samaya Live Picture
Published On

ସମୟ ଲାଇଭ,୨୩/୪: ଦେଶରେ କରେନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍‍ ଡ଼ାଉନ୍‍ କରୋନା କାରଣରୁ ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପଡ଼ିଥିବାବେଳେ ପ୍ରାୟ ୭୨% ବ୍ୟବସାୟିକ ସଂସ୍ଥାର ବ୍ୟବସାୟ ସଙ୍କଟରେ ପଡ଼ିବ ବୋଲି ସର୍ଭେରୁ ଜଣାପଡ଼ିଛି। ଅନ୍ୟପଟେ କରୋନା ଅର୍ଥନୀତିର ମେରୁଦଣ୍ଡରେ ପ୍ରହାର କରୁଥିବାରୁ ପୂର୍ବ ବର୍ଷଗୁଡ଼ିକରେ ବ୍ୟବସାୟରୁ ଲାଭବାନ ହୋଇଥିବା ସଂସ୍ଥାମାନେ ଉପାର୍ଜିତ ପୁଞ୍ଜି ହରାଇବେ ବୋଲି କୁହାଯାଉଛି।

ଲକ୍‍ ଡ଼ାଉନ୍‍ ଜାରି ରହିଥିବାବେଳେ ବ୍ୟବସାୟ କ୍ଷେତ୍ରରେ ଏହାର ଯଥେଷ୍ଟ ପ୍ରଭାବ ପଡ଼ିଛି। ଲକ୍‍ ଡ଼ାଉନ୍‍ ଫଳରେ ପ୍ରାୟ ୭୨ ପ୍ରତିଶତ କମ୍ପାନୀ କ୍ଷତିଗ୍ରସ୍ତ ହୋଇଥିବା ଭାରତୀୟ ବ୍ୟବସାୟ ଓ ଶିଳ୍ପ ମହାସଂଘ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି। ଏପରି ସ୍ଥିତିରେ ବ୍ୟବସାୟଙ୍କ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ବ୍ୟବସାୟିକ ମହଲରେ ଦାବି ହେଉଛି।

Tags: