ହୁହୁ ହୋଇ ବଢୁଛି ସୁନା-ରୂପା ଦର
ଭୁବନେଶ୍ୱର: ଫେବୃଆରୀ ୨୧: ଦିନକରେ ସୁନା କିଲୋ ପ୍ରତି ୫୦୦୦ ଟଙ୍କା ବୃଦ୍ଧି ପାଇଛି। ଦେଶରେ ବର୍ତ୍ତମାନ ୨୪ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ୍କୁ ସର୍ବାଧିକ ୫୧ ହଜାର ୫୯୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ୍କୁ ୪୬ ହଜାର ଟଙ୍କା ରହିଛି। ରୁଷିଆ ୟୁକ୍ରେନ ବିବାଦ ପାଇଁ ୮ ମାସରେ ସୁନା ଦର ସର୍ବାଧିକ ସ୍ତରରେ ପହଞ୍ଚିଛି । ରୁପା କିଲୋ ପ୍ରତି ୬୩୦୦୦ ପାର୍ କରିଛି। ରିପୋର୍ଟ ଅନୁସାରେ, […]
ଭୁବନେଶ୍ୱର: ଫେବୃଆରୀ ୨୧: ଦିନକରେ ସୁନା କିଲୋ ପ୍ରତି ୫୦୦୦ ଟଙ୍କା ବୃଦ୍ଧି ପାଇଛି। ଦେଶରେ ବର୍ତ୍ତମାନ ୨୪ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ୍କୁ ସର୍ବାଧିକ ୫୧ ହଜାର ୫୯୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ୍କୁ ୪୬ ହଜାର ଟଙ୍କା ରହିଛି। ରୁଷିଆ ୟୁକ୍ରେନ ବିବାଦ ପାଇଁ ୮ ମାସରେ ସୁନା ଦର ସର୍ବାଧିକ ସ୍ତରରେ ପହଞ୍ଚିଛି । ରୁପା କିଲୋ ପ୍ରତି ୬୩୦୦୦ ପାର୍ କରିଛି। ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୦,୧୮୦୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୪,୦୦୦ ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୫,୯୯୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୦,୧୮୦ ଟଙ୍କା ରହିଛି।




