ସୁନା @ ୭୦

ଭୁବନେଶ୍ୱର : ଆକାଶଛୁଆଁ ହେଲା ସୁନା ଦର I ଗୋଟିଏ ଦିନରେ ୧୪ଶହ ଟଙ୍କା ମୂଲ୍ୟବୃଦ୍ଧି ହୋଇ ୭୦ ହଜାର ଟଙ୍କାରେ ପହଁଚିଲା ଦର I ୧୦ଗ୍ରାମ ୨୪କ୍ୟାରେଟ ସୁନା ଦାମ ୬୯ହଜାର ୭ଶହ ଟଙ୍କା ଉପରେ ରହିଥିବା ବେଳେ ୧୦ଗ୍ରାମ ୨୨କ୍ୟାରେଟ ସୁନାର ଦାମ ୬୨ହଜାର ୮ଶହ ରହିଛି । ବିବାହ ଋତୁ ଚାଲିଥିବାରୁ ସୁନା ଦର ଗ୍ରାହକଙ୍କୁ ଚିନ୍ତାରେ ପକାଇଛି । ସୁନାର ଏହି ଦର ସର୍ବକାଳୀନ ରେକର୍ଡ କୁହାଯାଉଛି। ତେବେ ସବୁଠାରୁ କୌତୂହଳର […]

Samaya Live Picture
Published On

ଭୁବନେଶ୍ୱର : ଆକାଶଛୁଆଁ ହେଲା ସୁନା ଦର I ଗୋଟିଏ ଦିନରେ ୧୪ଶହ ଟଙ୍କା ମୂଲ୍ୟବୃଦ୍ଧି ହୋଇ ୭୦ ହଜାର ଟଙ୍କାରେ ପହଁଚିଲା ଦର I ୧୦ଗ୍ରାମ ୨୪କ୍ୟାରେଟ ସୁନା ଦାମ ୬୯ହଜାର ୭ଶହ ଟଙ୍କା ଉପରେ ରହିଥିବା ବେଳେ ୧୦ଗ୍ରାମ ୨୨କ୍ୟାରେଟ ସୁନାର ଦାମ ୬୨ହଜାର ୮ଶହ ରହିଛି । ବିବାହ ଋତୁ ଚାଲିଥିବାରୁ ସୁନା ଦର ଗ୍ରାହକଙ୍କୁ ଚିନ୍ତାରେ ପକାଇଛି । ସୁନାର ଏହି ଦର ସର୍ବକାଳୀନ ରେକର୍ଡ କୁହାଯାଉଛି। ତେବେ ସବୁଠାରୁ କୌତୂହଳର ବିଷୟ ହେଉଛି ଯେ, ମାତ୍ର ମାସକ ମଧ୍ୟରେ ବଜାରରେ ସୁନା ମୂଲ୍ୟ ୪ ହଜାର ଟଙ୍କା ମହଙ୍ଗା ହୋଇଛି।

ଆଜି ଚେନ୍ନାଇରେ ସବୁଠାରୁ ଅଧିକ ରହିଛି ଦର I ୨୨ କ୍ୟାରେଟ ସୁନା ଦର ୬୩ ହଜାର ୯୦୦ ଟଙ୍କା ହୋଇଥିବାବେଳେ ୨୪ କ୍ୟାରେଟ ସୁନା ଦର ୬୯ ହଜାର ୯୧୦ ଟଙ୍କାରେ ପହଁଚିଛି I ସେହିପରି ଦିଲ୍ଲୀରେ ସୁନା ଦର ୨୨କ୍ୟାରେଟକୁ ୬୩ ହଜାର ୧୧୦ ଟଙ୍କା ରହିଥିବାବେଳେ ୨୪ କ୍ୟାରେଟ ଦର ୬୯ ହଜାର ୭୧୦ ଟଙ୍କାରେ ପହଁଚିଛି I ଚଳିତ ମାସ ୧ ତାରିଖ ରୁ ୨୮ ତାରିଖ ମଧ୍ୟରେ ୭.୨ ପ୍ରତିଶତ ଲାଭ ଦେଇଛି ସୁନା I

ଅପରପକ୍ଷେ ରୁପା ମୂଲ୍ୟ ୭୯ ହଜାର ଟଙ୍କା ଛୁଇଁଛି। ଏହା ମଧ୍ୟ ରୁପା ମୂଲ୍ୟରେ ଆଉ ଏକ ବଡ଼ ରେକର୍ଡ। ବଜାର ବିଶେଷଜ୍ଞଙ୍କ ଅନୁଯାୟୀ ଆଗାମୀ ଦିନରେ ସୁନା ଦର ଆହୁରି ବୃଦ୍ଧି ହୋଇପାରେ। ଏହି କାରଣରୁ, ଚଳିତ ମାସ ଶେଷ ସୁଦ୍ଧା ସୁନା ୧୦ ଗ୍ରାମ ପିଛା ୭୦ ହଜାର ଟଙ୍କା ସ୍ତର ପର୍ଯ୍ୟନ୍ତ ଯାଇପାରେ। ଏଥିସହିତ ରୂପା ମଧ୍ୟ କିଲୋଗ୍ରାମ ପିଛା ୭୫ହଜାର ଟଙ୍କାରେ ପହଞ୍ଚିପାରେ ବୋଲି ଆକଳନ କରାଯାଇଛି ।

୨୦୨୪ରେ ବିଶ୍ବକୁ ମାନ୍ଦାବସ୍ଥାର ଭୟ, ବିବାହ ଋତୁ ହେତୁ ସୁନା ଚାହିଦାରେ ବୃଦ୍ଧି, ଡଲାର ସୂଚକାଙ୍କ ଦୁର୍ବଳ ହେବା ଏବଂ ବିଶ୍ବର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଅଧିକ ପରିମାଣରେ ସୁନା କିଣିବା ଯୋଗୁ ବଜାରରେ ସୁନା ମହଙ୍ଗା ହୋଇଛି। ଚଳିତ ମାସ ଅର୍ଥାତ୍ ମାର୍ଚ୍ଚରେ ସୁନା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି । ଯଦି ଆପଣ ସୁନା ଅଳଙ୍କାରର ଖୁଚୁରା ମୂଲ୍ୟ ଜାଣିବାକୁ ଚାହୁଁଛନ୍ତି ତେବେ ୮୯୫୫୬୬୪୪୩୩ ରେ ଏକ ମିସ୍ କଲ୍ ଦେଇପାରିବେ। ମିସ କଲ ଦେବାର ଅଳ୍ପ ସମୟ ମଧ୍ୟରେ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଆପଣ ଦର ଜାଣିପାରିବେ। ଏହା ସହିତ ଆପଣ କ୍ରମାଗତ ଭାବେ ସୁନାଦର ଜାଣିବା ପାଇଁ www.ibja.co କିମ୍ବା ibjarates.com ସାଇଟକୁ ଭିଜିଟ କରି ଜାଣିପାରିବେ।

Tags: