ଫ୍ରିଡମ ହେଲା ଏକ ନମ୍ବର କୁକିଙ୍ଗ ଅଏଲ
ଭୁବନେଶ୍ୱର: ଜୁନ ୨୫: ଭାରତରେ ୧ ନମ୍ୱର ସ୍ଥାନ ହାସଲ କଲା ଫ୍ରୀଡମ୍ । ଜେମିନି ଏଡିବଲ୍ ଆଣ୍ଡ ଫ୍ୟାଟ୍ସ ଇଣ୍ଡିଆ ଲିମିଟେଡର ଫ୍ରିଡମ୍ ରିଫାଇନï ସନଫ୍ଲାୱାର ଅଏଲ୍ ବ୍ରାଣ୍ଡ ସନଫ୍ଲାୱାର ଅଏଲ୍ ଶ୍ରେଣୀରେ ଏହି ସ୍ଥାନ ହାସଲ କରିଛି । କମ୍ପାନୀରେ ଏହି ରିଫାଇନï ତେଲ ଏବେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ଓଡ଼ିଶାରେ ଉପଲବ୍ଧ ହେଉଛି । ଏପରି ରାଙ୍କ୍ ହାସଲ କରିବାରେ ଗ୍ରାହକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଗ୍ରାହକ ଏହି ବ୍ରାଣ୍ଡର […]
ଭୁବନେଶ୍ୱର: ଜୁନ ୨୫: ଭାରତରେ ୧ ନମ୍ୱର ସ୍ଥାନ ହାସଲ କଲା ଫ୍ରୀଡମ୍ । ଜେମିନି ଏଡିବଲ୍ ଆଣ୍ଡ ଫ୍ୟାଟ୍ସ ଇଣ୍ଡିଆ ଲିମିଟେଡର ଫ୍ରିଡମ୍ ରିଫାଇନï ସନଫ୍ଲାୱାର ଅଏଲ୍ ବ୍ରାଣ୍ଡ ସନଫ୍ଲାୱାର ଅଏଲ୍ ଶ୍ରେଣୀରେ ଏହି ସ୍ଥାନ ହାସଲ କରିଛି । କମ୍ପାନୀରେ ଏହି ରିଫାଇନï ତେଲ ଏବେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ଓଡ଼ିଶାରେ ଉପଲବ୍ଧ ହେଉଛି । ଏପରି ରାଙ୍କ୍ ହାସଲ କରିବାରେ ଗ୍ରାହକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଗ୍ରାହକ ଏହି ବ୍ରାଣ୍ଡର ଗୁଣବତା, ସ୍ଥିରତା, ଉପଲବ୍ଧତା ଏବଂ ବିଶ୍ୱାସତା ଉପରେ ଭରସା କରିଛନ୍ତି । ଯାହାଫଳରେ ଫ୍ରିଡମ୍ ଆଜି ୧ ନମ୍ୱର ହୋଇପାରିଛି । ଫ୍ରିଡମ୍ ସନଫ୍ଲାୱାର ଅଏଲ୍ ଛଡ଼ା ରାଇସ୍ ବ୍ରାନ୍ ଅଏଲ୍, ଗ୍ରାଉଣ୍ଡ ନଟ୍ ଅଏଲ୍, ଷୋରିଷ ତେଲ ଆଦି ଉତ୍ପାଦନ କରୁଛି ଏହି କମ୍ପାନୀ । କମ୍ପାନୀ କଞ୍ଚା ସନଫ୍ଲାୱାର୍ ଅଏଲ୍ ଆମଦାନୀ କରିବାରେ ଗ୍ଲୋବାଲ୍ ଆୱାର୍ଡ ୨୦୨୧ ଜିତିଥିଲା । ୨୦୧୮ରେ ଗ୍ଲୋବାଲ୍ ଇଣ୍ଡିଆ ଏମର୍ଜିଙ୍ଗ୍ ବ୍ରାଣ୍ଡ ଆୱାର୍ଡରେ ଫ୍ରୀଡମକୁ ପୁରସ୍କୃତ କରାଯାଇଥିଲା । ରିପୋର୍ଟ ଅନୁସାରେ ୨୦୨୦ ରେ ଫ୍ରୀଡମ୍ ଟପ୍ ୫ କୁକିଙ୍ଗ୍ ଅଏଲ୍ ବ୍ରାଣ୍ଡଙ୍କ ମଧ୍ୟରେ ସ୍ଥାନ ପାଇଥିଲା । ବର୍ତ୍ତମାନ ସର୍ଭେ ଅନୁସାରେ ସାରା ଦେଶରେ ଫ୍ରୀଡମ୍ ୨୦.୫ ପ୍ରତିଶତ ସେୟାର ହାସଲ କରିଛି । ଏହା ଆମକୁ ଏକ ନମ୍ୱର କରାଇପାରିଥିବା ସେ କହିଛନ୍ତି । ଏହା ଆମ ପରିଶ୍ରମର ଫଳ । ଗ୍ରାହକଙ୍କ ଆଦୃତି, ଡିଷ୍ଟ୍ରିବ୍ୟୁସନ୍ ନେଟ୍ୱାର୍କ ଏବଂ ଗୁଣବତ୍ତା ଉପରେ କମ୍ପାନୀ ଧ୍ୟାନ ଦେଉଛି । ଆଗକୁ ତାମିଲନାଡ଼ୁ ଏବଂ କେରଳରେ ଫ୍ରୀଡମକୁ ଲଞ୍ଚ କରିବା ନେଇ କମ୍ପାନୀ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି ।




