ଟ୍ୱିଟର ର ମାଲିକ ହେଲେ ଏଲୋନ ମସ୍କ ,ସିଇଓ ପଦରୁ ପରାଗ ଅଗ୍ରୱାଲ ବିଦା
ସୋସିଆଲ ମିଡ଼ିଆ ଟ୍ୱିଟର ର ନୂଆ ମାଲିକ ହେଲେ ଏଲୋନ ମସ୍କ I ଟେସଲା ଏବଂ ସ୍ପେସ୍ ଏକ୍ସ ମାଲିକମାନେ ବର୍ତ୍ତମାନ ନିଜ ଇଚ୍ଛାନୁସାରେ ଟ୍ୱିଟର ଚଳାଇ ପାରିବେ। ଫଳରେ ଚଳିତ ବର୍ଷ ଏପ୍ରିଲରୁ ଟ୍ୱିଟର ଏବଂ ଏଲୋନ୍ ମସ୍କ ମଧ୍ୟରେ ଚାଲିଥିବା ବିବାଦ ର ଶେଷ ହୋଇଛି। ଆମେରିକା ମିଡ଼ିଆ ଖବର ଅନୁଯାୟୀ ଟ୍ୱିଟରକୁ କିଣିବା ପରେ ଟେସଲା ସିଇଓ ଏଲନ ମସ୍କ ବଡ଼ ପଦକ୍ଷେପ ନେଇଛନ୍ତି । କମ୍ପାନୀର ସିଇଓ ପରାଗ ଅଗରୱାଲଙ୍କ ସମେତ […]
ସୋସିଆଲ ମିଡ଼ିଆ ଟ୍ୱିଟର ର ନୂଆ ମାଲିକ ହେଲେ ଏଲୋନ ମସ୍କ I ଟେସଲା ଏବଂ ସ୍ପେସ୍ ଏକ୍ସ ମାଲିକମାନେ ବର୍ତ୍ତମାନ ନିଜ ଇଚ୍ଛାନୁସାରେ ଟ୍ୱିଟର ଚଳାଇ ପାରିବେ। ଫଳରେ ଚଳିତ ବର୍ଷ ଏପ୍ରିଲରୁ ଟ୍ୱିଟର ଏବଂ ଏଲୋନ୍ ମସ୍କ ମଧ୍ୟରେ ଚାଲିଥିବା ବିବାଦ ର ଶେଷ ହୋଇଛି।
ଆମେରିକା ମିଡ଼ିଆ ଖବର ଅନୁଯାୟୀ ଟ୍ୱିଟରକୁ କିଣିବା ପରେ ଟେସଲା ସିଇଓ ଏଲନ ମସ୍କ ବଡ଼ ପଦକ୍ଷେପ ନେଇଛନ୍ତି । କମ୍ପାନୀର ସିଇଓ ପରାଗ ଅଗରୱାଲଙ୍କ ସମେତ ୪ ଜଣ ବଡ଼ ବଡ଼ ପଦାଧିକାରୀଙ୍କ ଛଟେଇ କରିଛନ୍ତି ମସ୍କ। ସେ ଟ୍ୱିଟରକୁ ନିଜ ନିୟନ୍ତ୍ରଣକୁ ଆଣିବା ପରେ ସିଇଓ ପରାଗ ଅଗ୍ରୱାଲ, କମ୍ପାନୀର ମୁଖ୍ୟ ଆର୍ଥିକ କାରବାର ବୁଝୁଥିବା ଅଧିକାରୀ, ଆଇନ ନୀତି ଓ ସୁରକ୍ଷା ବିଭାଗର ମୁଖ୍ୟକୁ ବହିଷ୍କୃତ କରିଛନ୍ତି I ଯଦିଓ ଏନେଇ ଟ୍ୱିଟର ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ତେବେ ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି। ତେବେ ପରାଗଙ୍କୁ ଚାକିରିରୁ ବିଦା କରିବା ମସ୍କଙ୍କ ପାଇଁ ମାଗଣା ହେବନି। ଏଥିପାଇଁ ତାଙ୍କୁ ମୋଟI ଅଙ୍କର ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିବ। ନିୟମ ଅନୁସାରେ, କୌଣସି ବ୍ୟକ୍ତି କମ୍ପାନୀର ସିଇଓ ହେବା ମାତ୍ରେ ତାଙ୍କୁ ଦରମା ବ୍ୟତୀତ କମ୍ପାନୀର କିଛି ଶେୟାର ବି ଦିଆଯାଇଥାଏ। ସେହି ଦୃଷ୍ଟିରୁ ଟ୍ୱିଟରର କିଛି ଶେୟାର ପରାଗଙ୍କ ପାଖରେ ରହିଛି। ଏମିତି ସ୍ଥିତିରେ ଯଦି ମସ୍କ ତାଙ୍କୁ ଚାକିରିରୁ ବିଦା କରୁଛନ୍ତି ତେବେ କମ୍ପାନୀରେ ଥିବା ତାଙ୍କ ଶେୟାର ମୂଲ୍ୟ କମ୍ପାନୀକୁ ଦେବାକୁ ପଡ଼ିବ।
ଖବର ସରବରାହ ସଂସ୍ଥା ରୟଟର୍ସର ସୂଚନା ଅନୁସାରେ, ପରାଗଙ୍କୁ ଛଟେଇ କରିବା ପରେ ମସ୍କ ତାଙ୍କୁ ୨୪ ମିଲିୟନ ଡଲାର ଶେୟାର ମୂଲ୍ୟ ଦେବେ। ଭାରତୀୟ ଯାହାର ମୂଲ୍ୟ ୩୪୬ କୋଟି ହେବ। ଟ୍ୱିଟର ର ସିଇଓ ପରIଗ ଅଗ୍ରୱାଲଙ୍କୁ ଗତ ବର୍ଷ ନଭେମ୍ବରରେ ଟ୍ୱିଟର ସହ-ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସି ନିଯୁକ୍ତ କରିଛନ୍ତି। ଏହା ପରେ ଜ୍ୟାକ୍ ଡୋର୍ସି କମ୍ପାନୀ ଛାଡିଥିଲେ।
ଖବରନୁସାରେ ପୂର୍ବରୁ ଡିଲ୍କୁ ନେଇ ପଛଘୁଞ୍ଚା ଦେଉଥିବା ମସ୍କ କୋର୍ଟଙ୍କ ତାଗିଦ ପରେ ୪୪ ବିଲିୟନ ଡଲାର ଦେଇ ଟ୍ୱିଟରକୁ ସଂପୂର୍ଣ୍ଣ ଭାବେ ଦଖଲ କରିଛନ୍ତି। ଆଇନ ଅନୁଯାୟୀ ଟ୍ୱିଟରକୁ ଶେୟାର ପିଛା ୫୪.୨ ଡଲାର ରେଟ ହିସାବରେ ୪୪ ଅରବ ଡଲାରରେ କିଣିବା ପାଇଁ ସେ ଅଫର ଦେଇଥିଲେ । ମାତ୍ର ସ୍ପାମ ଓ ଫେକ ଆକାଉଣ୍ଟ କାରଣରୁ ସେ ଉକ୍ତ ଡିଲକୁ ହୋଲ୍ଡ କରି ରଖିଥିଲେ । ଏକ୍ଟାପରେ ଜୁଲାଇ ୮ରେ ସେ ଡିଲ ବାତିଲ୍ କରି ଦେଇଥିଲେ । ଏହା ବିରୋଧରେ ଟ୍ୱିଟର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।
ପରେ ଅକ୍ଟୋବର ମାସ ପ୍ରାରମ୍ଭରେ ମସ୍କ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଥିଲେ ଓ ପୁଣି ଥରେ ଡିଲ ପୂରା କରିବା ପାଇଁ ପ୍ରସ୍ତୁତ ହୋଇଥିଲେ । ଏହା ପରେ ୨୮ ଅକ୍ଟୋବର ସୁଦ୍ଧା ଡିଲା ପୂରା କରିବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।




