ବିଏସ୍‍ଏନ୍‍ଏଲ୍‍ ପାଇଁ ସୃଷ୍ଟି ହୋଇପାରେ କର୍ମଚାରୀ ସମସ୍ୟା

ସମୟ ଲାଇଭ,୧୩/୧୧:  କର୍ମଚାରୀଙ୍କ ଦରମା ବ୍ୟୟ ରାଶିରେ ହ୍ରାସ ଆଣିବା ସହିତ କମ୍ପାନୀର କ୍ଷତି ରୋକିବାକୁ ବିଏସ୍‍ଏନଏଲ କର୍ତ୍ତୃପକ୍ଷ ସ୍ୱେଚ୍ଛାକୃତ ଅବସର ଯୋଜନାକୁ ଗୁରୁତ୍ୱ ଦେଇଥିବାବେଳେ ଏଥିପ୍ରତି ବହୁ ସଂଖ୍ୟକ କର୍ମଚାରୀ ଆଗ୍ରହ ପ୍ରକାଶ କରିଛନ୍ତି। କମ୍ପାନୀର ମୋଟ ୧,୦୪,୪୭୧ କର୍ମଚାରୀଙ୍କ ମଧ୍ୟରୁ ଗତ ଶନିବାର ସନ୍ଧ୍ୟା ସୁଦ୍ଧା ଏହି ଯୋଜନା ପାଇଁ ୬୩,୮୫୪ ଜଣ କର୍ମଚାରୀ ଆବେଦନ କରିଥିବା ଜଣାପଡିଛି।ଭିଆର୍‍ଏସ୍‍ ଯୋଜନା ପାଇଁ ଆବେଦନ କରିବା ଅବଧି ଆସନ୍ତା ଡିସେମ୍ବର ୩ ତାରିଖରେ ଶେଷ ହେଉଥବାବେଳେ […]

Samaya Live Picture
Published On

ସମୟ ଲାଇଭ,୧୩/୧୧:  କର୍ମଚାରୀଙ୍କ ଦରମା ବ୍ୟୟ ରାଶିରେ ହ୍ରାସ ଆଣିବା ସହିତ କମ୍ପାନୀର କ୍ଷତି ରୋକିବାକୁ ବିଏସ୍‍ଏନଏଲ କର୍ତ୍ତୃପକ୍ଷ ସ୍ୱେଚ୍ଛାକୃତ ଅବସର ଯୋଜନାକୁ ଗୁରୁତ୍ୱ ଦେଇଥିବାବେଳେ ଏଥିପ୍ରତି ବହୁ ସଂଖ୍ୟକ କର୍ମଚାରୀ ଆଗ୍ରହ ପ୍ରକାଶ କରିଛନ୍ତି। କମ୍ପାନୀର ମୋଟ ୧,୦୪,୪୭୧ କର୍ମଚାରୀଙ୍କ ମଧ୍ୟରୁ ଗତ ଶନିବାର ସନ୍ଧ୍ୟା ସୁଦ୍ଧା ଏହି ଯୋଜନା ପାଇଁ ୬୩,୮୫୪ ଜଣ କର୍ମଚାରୀ ଆବେଦନ କରିଥିବା ଜଣାପଡିଛି।ଭିଆର୍‍ଏସ୍‍ ଯୋଜନା ପାଇଁ ଆବେଦନ କରିବା ଅବଧି ଆସନ୍ତା ଡିସେମ୍ବର ୩ ତାରିଖରେ ଶେଷ ହେଉଥବାବେଳେ ଏହି ସମୟ ସୁଦ୍ଧା ପ୍ରାୟ ୭୭,୦୦୦ କର୍ମଚାରୀ ଅବସର ନେବେ ବୋଲି କମ୍ପାନୀ ଆଶା ରଖିଥିଲା।ତେବେ ବର୍ତ୍ତମାନ ସୁଦ୍ଧା ଏତେ ପରିମାଣର କର୍ମଚାରୀ ଏହି ଯୋଜନା ପାଇଁ ଆବେଦନ କରିଥିବାରୁ ଆଗାମୀ ଦିନରେ ଆବେଦନ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଦେଖାଦେଇଛି।ତେଣୁ ଆଗାମୀ ଦିନରେ କମ୍ପାନୀ ପରିଚାଳନା କ୍ଷେତ୍ରରେ କର୍ମଚାରୀଙ୍କ ସଂଖ୍ୟାକୁ ନେଇ ସମସ୍ୟା ଦେଖାଦେଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି।

Tags: