ଆଇଟି କମ୍ପାନି ମାଲିକ ଦେଲେ ୧୦୦ କାର୍ ଉପହାର
ଚେନ୍ନାଇ: ଅପ୍ରେଲ ୧୩: କମ୍ପାନି ମାଲିକଙ୍କ ଭିନ୍ନ ପ୍ରୟାସ । କମ୍ପାନିର ସଫଳତା ଏବଂ ଅଭିବୃଦ୍ଧି ନିମନ୍ତେ ନିରବଚ୍ଛିନ୍ନ ସମର୍ଥନ ଏବଂ ଅତୁଳନୀୟ ଅବଦାନ ଥିବା ୧୦୦ଜଣ କର୍ମଚାରୀଙ୍କୁ ଆଇଟି କମ୍ପାନି ଆଇଡିଆଜ୍ ଟୁ ଆଇଟି ପ୍ରାୟ ୧୦୦ଟି ମାରୁତି ସୁଜୁକି କାର୍ ଉପହାର ଦେଇଛି। ୧୦୦ଟି କାର୍ ମଧ୍ୟରେ ରହିଛି ଏସ୍-କ୍ରସରୁ ଆରମ୍ଭ କରି ଭିତାରା ବ୍ରିଜା ଏବଂ ବାଲେନୋ ପରି କାର୍। ଆଇଡିଆଜ୍ ଟୁ ଆଇଟିର ମାର୍କେଟିଙ୍ଗ୍ ହେଡ୍ ହରି ସୁବ୍ରମଣିଆନ୍ କହିଛନ୍ତି, ୧୦ […]
ଚେନ୍ନାଇ: ଅପ୍ରେଲ ୧୩: କମ୍ପାନି ମାଲିକଙ୍କ ଭିନ୍ନ ପ୍ରୟାସ । କମ୍ପାନିର ସଫଳତା ଏବଂ ଅଭିବୃଦ୍ଧି ନିମନ୍ତେ ନିରବଚ୍ଛିନ୍ନ ସମର୍ଥନ ଏବଂ ଅତୁଳନୀୟ ଅବଦାନ ଥିବା ୧୦୦ଜଣ କର୍ମଚାରୀଙ୍କୁ ଆଇଟି କମ୍ପାନି ଆଇଡିଆଜ୍ ଟୁ ଆଇଟି ପ୍ରାୟ ୧୦୦ଟି ମାରୁତି ସୁଜୁକି କାର୍ ଉପହାର ଦେଇଛି। ୧୦୦ଟି କାର୍ ମଧ୍ୟରେ ରହିଛି ଏସ୍-କ୍ରସରୁ ଆରମ୍ଭ କରି ଭିତାରା ବ୍ରିଜା ଏବଂ ବାଲେନୋ ପରି କାର୍। ଆଇଡିଆଜ୍ ଟୁ ଆଇଟିର ମାର୍କେଟିଙ୍ଗ୍ ହେଡ୍ ହରି ସୁବ୍ରମଣିଆନ୍ କହିଛନ୍ତି, ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ ଆମ ନିଜର ହୋଇ ରହିଥିବା ୧୦୦ଜଣ କର୍ମଚାରୀଙ୍କୁ ଆମେ ୧୦୦ଟି କାର୍ ଉପହାର ଦେଉଛୁ। ଆମର ସର୍ବମୋଟ୍ ୫୦୦ କର୍ମଚାରୀ ଅଛନ୍ତି। ଆମେ ପାଇଥିବା ସମ୍ପଦ କର୍ମଚାରୀମାନଙ୍କୁ ଫେରଇ ଦେବା ହେଉଛି ଆମର ଚିନ୍ତାଧାରା। ଆଇଡିଆଜ୍ ଟୁ ଆଇଟି ସଂସ୍ଥାପକ ତଥା ଅଧ୍ୟକ୍ଷ ମୁରଲୀ ବିବେକାନନ୍ଦନ କହିଛନ୍ତି ଯେ, କମ୍ପାନିର ଉନ୍ନତି ନିମନ୍ତେ କର୍ମଚାରୀମାନେ ବହୁ କଷ୍ଟ ସ୍ୱୀକାର କରିଛନ୍ତି। କମ୍ପାନି ସେମାନଙ୍କୁ କାର୍ ଦେଉନାହିଁ, ସେମାନେ ତାଙ୍କ କଠିନ ପରିଶ୍ରମ ବଳରେ କାର୍ ପାଇଛନ୍ତି। ୭/୮ବର୍ଷ ତଳେ ଆମେ କଥା ଦେଇଥିଲୁ, ଲକ୍ଷ୍ୟ ହାସଲ କଲେ ଆମେ ଆମର ସମ୍ପଦ ବାଣ୍ଟିଦେବୁ। କାର୍ ପୁରସ୍କାର ଦେବା ଆରମ୍ଭ ମାତ୍ର। ନିକଟ ଭବିଷ୍ୟତରେ ଆମେ ଆହୁରି ଏ ଭଳି ଯୋଜନା ପାଇଁ ବ୍ୟବସ୍ଥା କରିଛୁ। ସୂଚନାଯୋଗ୍ୟ, ମାତ୍ର ୬ଜଣ ଇଞ୍ଜିନିୟରଙ୍କୁ ନେଇ ୨୦୦୯ରେ ସଂସ୍ଥାପିତ ଆଇଡିଆଜ୍ ଟୁ ଆଇଟିର ସମ୍ପ୍ରତି ଯୁକ୍ତରାଷ୍ଟ୍ର ଆମେରିକା, ମେକ୍ସିକୋ ଏବଂ ଭାରତର ବିଭିନ୍ନ ପ୍ରାନ୍ତରେ ଶାଖା କାର୍ଯ୍ୟାଳୟ ରହିଛି। ଫେସ୍ବୁକ୍, ବ୍ଲୁମ୍ବର୍ଗ, ମାଇକ୍ରୋସଫ୍ଟ, ଓରାକ୍ଲ, ମୋଟୋରୋଲା, ରସ୍ ଓ ମେଡ୍ଟ୍ରୋନିକ୍ ଭଳି କମ୍ପାନିଗୁଡ଼ିକୁ ଆଇଡିଆଜ୍ ଟୁ ଆଇଟି ସଫଫେୱର୍ ସେବା ଯୋଗାଉଛି।




