ମାଛ ସହ ରାମ୍ପ ୱାକ
ବର୍ତ୍ତମାନ ସମୟରେ କିଛି ଭିନ୍ନ କରିବା ଉଦ୍ଦେଶ୍ୟରେ ମଣିଷ କିଛି ବି କରିବା ପାଇଁ ପଶ୍ଚାତପଦ କରୁନାହାନ୍ତି । ବର୍ତ୍ତମାନ ଠିକ୍ ସେହିଭଳି ଏକ ଘଟଣା ଲୋକଲୋଚନକୁ ଆସିଛି । ଜଣେ ଯୁବତୀ ଜୀବନ୍ତ ମାଛକୁ ଧରି ରାମ୍ପ୍ରେ ଚାଲୁଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଜୀବନ୍ତ ମାଛକୁ ସାଙ୍ଗରେ ଧରି ର୍ୟାମ୍ପ୍ ୱାá କରିବା ଏହି ଯୁବତୀଙ୍କ ଉପରେ ଭାରି ପଡିଛି । ଯାହାଫଳରେ ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ନାନା […]
ବର୍ତ୍ତମାନ ସମୟରେ କିଛି ଭିନ୍ନ କରିବା ଉଦ୍ଦେଶ୍ୟରେ ମଣିଷ କିଛି ବି କରିବା ପାଇଁ ପଶ୍ଚାତପଦ କରୁନାହାନ୍ତି । ବର୍ତ୍ତମାନ ଠିକ୍ ସେହିଭଳି ଏକ ଘଟଣା ଲୋକଲୋଚନକୁ ଆସିଛି । ଜଣେ ଯୁବତୀ ଜୀବନ୍ତ ମାଛକୁ ଧରି ରାମ୍ପ୍ରେ ଚାଲୁଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଜୀବନ୍ତ ମାଛକୁ ସାଙ୍ଗରେ ଧରି ର୍ୟାମ୍ପ୍ ୱାá କରିବା ଏହି ଯୁବତୀଙ୍କ ଉପରେ ଭାରି ପଡିଛି । ଯାହାଫଳରେ ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ନାନା ପ୍ରକାରର ଟ୍ରୋଲ୍ କରିବା ସହିତ ତାଙ୍କ ଉପରେ ଖୁବ୍ ଜୋର୍ରେ ବର୍ଷିଛନ୍ତି ।
ଫ୍ୟାସନ୍ ସୋ’ରେ ବିଭିନ୍ନ ଷ୍ଟାଇଲିସ୍ ଡିଜାଇନର୍ ଆଉଟ୍ଫିଟ୍ର ପ୍ରଦର୍ଶନ କରାଯାଇଥାଏ । ବିଶ୍ୱବ୍ୟାପୀ ଆୟୋଜିତ ହେଉଥିବା ଏଭଳି ସୋ’ରେ ଡିଜାଇନର୍ମାନେ କିଛି ଭିନ୍ନ ତଥା ଆକର୍ଷଣୀୟ ପୋଷାକର ପ୍ରଦର୍ଶନ କରିଥାଆନ୍ତି । କିଛିଦିନ ତଳେ ଏକ ଭିଡିଓ ବେଶ୍ ଭାଇରାଲ୍ ହୋଇଥିଲା, ଯେଉଁଥିରେ ପ୍ୟାରିସ୍ ଫ୍ୟାସନ୍ ୱିକ୍ରେ ଜଣେ ମଡେଲ୍ ଛତୁ ଆକୃତିର ଡ୍ରେସ୍ ପିନ୍ଧିଥିଲେ । ଏହି ଡ୍ରେସ୍ ଏଭଳି ହୋଇଥିଲା ଯେ ଏହା ଭିତରେ ଥାଇ ମଡେଲ୍ଙ୍କୁ କୌଣସି ବାହ୍ୟ ଦୃଶ୍ୟ ଦେଖାଯାଉନଥିଲା । ଯାହାଫଳରେ ସେ ନିଜର ଭାରସାମ୍ୟ ହରାଇ ଟଳମଳ ହୋଇପଡିଥିଲେ । ଏହାକୁ ନେଇ ସେ ଖୁବ୍ ଟ୍ରୋଲ୍ ହୋଇଥିଲେ । ବର୍ତ୍ତମାନ ଠିକ୍ ଏଭଳି ଏକ ଘଟଣା ଚେନ୍ନାଇରେ ଘଟିଛି । ଏଠାରେ ଜଣେ ମଡେଲ୍ ଜୀବନ୍ତ ମାଛକୁ ଧରି ର୍ୟାମ୍ପ୍ରେ ୱାá କରୁଥିବା ନଜର ଆସିଛନ୍ତି । ଜୀବନ୍ତ ମାଛକୁ ନେଇ ର୍ୟାମ୍ପ୍ରେ ଚାଲିବା ସହିତ ତାଙ୍କ ଡ୍ରେସ୍ ମଧ୍ୟ ଖୁବ୍ ମଜାଦାର ହୋଇଥିଲା । ତାଙ୍କ ଡ୍ରେସ୍ରେ ସାମୁକା ଖଚିତ ହୋଇଥିବାବେଳେ ଅଣ୍ଟାଠୁ ତଳକୁ ମାଛ କାତି ଭଳି ଡିଜାଇନ୍ କରାଯାଇଥିଲା । ଏଥିରେ ସେ ବିଲକୁଲ ଭାବେ ଜଳପରୀ ଭଳି ଦୃଶ୍ୟମାନ୍ ହେଉଥିଲେ । ଏହାସହିତ ତାଙ୍କ ଡ୍ରେସ୍ରେ ଏକ କାଚ ପାତ୍ର ମଧ୍ୟ ସେଟ୍ କରାଯାଇଥିଲା, ଯେଉଁଥିରେ ବିଭିନ୍ନ ରଙ୍ଗବେରଙ୍ଗର ମାଛ ସାଙ୍ଗକୁ ପାଣି ମଧ୍ୟ ରଖାଯାଇଥିଲା । ଏହି ଗେଟ୍ଅପ୍ରେ ସେ ରାମ୍ପ୍ ରେ ଚାଲୁଥିବା ସମୟରେ ଲୋକେ ତାଙ୍କର ଖୁବ୍ ମଜାକ୍ ଉଡ଼ାଇଥିଲେ । ଏହାସହିତ ଅନେକ ଲୋକ ତାଙ୍କୁ ଟ୍ରୋଲ୍ ମଧ୍ୟ କରିଥିଲେ । ଏହି ସମୟର ଏକ ଭିଡିଓ ଇନ୍ଷ୍ଟାଗ୍ରାମ୍ରେ ମେକ୍ଓଭର୍ ବାଏ ପ୍ରୀତି ନାମକ ଏକ ଆକାଉଣ୍ଟ୍ରୁ ସେୟାର କରାଯାଇଛି । ଭିଡିଓଟି ଖୁବ୍ ଭାଇରାଲ୍ ହେଉଥିବାବେଳେ ନିଜ ସଉକ୍ ପାଇଁ ପଶୁପକ୍ଷୀଙ୍କୁ ନେଇ ଏଭଳି ବ୍ୟବହାର କରିଥିବାରୁ ଲୋକେ ଏହାକୁ ଘୃଣ୍ୟ ବୋଲି କମେଣ୍ଟ ଦେଇଛନ୍ତି । ଏହାସହିତ ଏଥିରୁ ନିବୃତ ରହିବା ଲାଗି ମଧ୍ୟ କେତେକ ୟୁଜର୍ ପରାମର୍ଶ ଦେଇଛନ୍ତି ।




