ଅନ୍ଧାରେ ଆସି ଆଲୁଅରେ ଯାଅ….

ସମୟ ଲାଇଭ୍‍,୨୪/୧୦:   ଆଲୋକର ପର୍ବ ଦୀପାବଳୀ। ଆଲୋକମାଳା ଓ ଦୀପଶିଖାରେ ଝଲସି ଉଠିବ ଚର୍ତୁଦିଗ। ଘରେ ଘରେ ଖେଳିଯିବ ହସଖୁସିର ବାତାବରଣ। ସଂଧ୍ୟା ହେଉ ହେଉ ଆତସବାଜିରେ କମ୍ପିବ ପଲ୍ଲୀଠୁ ସହର। ତେବେ ଜାଣନ୍ତୁ ଏହି ପର୍ବର କିଛି ସ୍ୱତନ୍ତ୍ର ବିଶେଷତ୍ୱ। ମହାଳୟା ଶ୍ରାଦ୍ଧରେ ପିତୃପୁରୁଷଙ୍କୁ ଆମନ୍ତ୍ରିତ କରାଯାଉଥିବା ବିଶ୍ୱାସ ରହିଛି। ପରିବାରକୁ ଆର୍ଶୀବାଦ ଦେବା ପାଇଁ ଯେଉଁ ଅମର ଆତ୍ମା ହାତ ବଢ଼ାଇଥା’ନ୍ତି ସେହି ପରମପୂଜ୍ୟ ପିତୃପୁରୁଷଙ୍କୁ ସଶ୍ରଦ୍ଧାରେ ବିଦାୟ ଦିଆଯାଇଥାଏ। ସଂଧ୍ୟା ହେଲେ ଘର […]

Samaya Live Picture
Published On

ସମୟ ଲାଇଭ୍‍,୨୪/୧୦:   ଆଲୋକର ପର୍ବ ଦୀପାବଳୀ। ଆଲୋକମାଳା ଓ ଦୀପଶିଖାରେ ଝଲସି ଉଠିବ ଚର୍ତୁଦିଗ। ଘରେ ଘରେ ଖେଳିଯିବ ହସଖୁସିର ବାତାବରଣ। ସଂଧ୍ୟା ହେଉ ହେଉ ଆତସବାଜିରେ କମ୍ପିବ ପଲ୍ଲୀଠୁ ସହର। ତେବେ ଜାଣନ୍ତୁ ଏହି ପର୍ବର କିଛି ସ୍ୱତନ୍ତ୍ର ବିଶେଷତ୍ୱ।
ମହାଳୟା ଶ୍ରାଦ୍ଧରେ ପିତୃପୁରୁଷଙ୍କୁ ଆମନ୍ତ୍ରିତ କରାଯାଉଥିବା ବିଶ୍ୱାସ ରହିଛି। ପରିବାରକୁ ଆର୍ଶୀବାଦ ଦେବା ପାଇଁ ଯେଉଁ ଅମର ଆତ୍ମା ହାତ ବଢ଼ାଇଥା’ନ୍ତି ସେହି ପରମପୂଜ୍ୟ ପିତୃପୁରୁଷଙ୍କୁ ସଶ୍ରଦ୍ଧାରେ ବିଦାୟ ଦିଆଯାଇଥାଏ। ସଂଧ୍ୟା ହେଲେ ଘର ଅଗଣାରେ ତୁଳସୀ ଚଉଁରା ପୂଜା କରାଯାଇଥାଏ।

ଯଥାସମ୍ଭବ ଫଳଭୋଗ ଅର୍ପଣ କରାଯିବା ସହ ଧୂପଦୀପ ଜାଳି ପୂଜା କରାଯାଏ। ସେହିପରି କାଉଁରିଆ କାଠି ଜଳାଇବାର ପରମ୍ପରା ବହୁ ପୁରାତନ। ଚର୍ତୁଦିଗ ଆଲୋକିତ କରି ପିତୃପୁରୁଷଙ୍କୁ ବିଦାୟ ଦେବା ଉଦ୍ଦେଶ୍ୟରେ କାଉଁରିଆ କାଠି ଜଳାଯାଇଥାଏ।

ଏହା ସହିତ ବଡ଼ୁବଡ଼ୁଆ ଯୋ ବଡ଼ବଡ଼ୁଆ ଅନ୍ଧାରେ ଆସି ଆଲୁଏ ଯାଅଟ୍ଟ ଏପରି କିଛି ପଦ ଆବୃତ୍ତି କରିଥା’ନ୍ତି ଏବଂ ପିତୃପୁରୁଷଙ୍କ ଆଶୀର୍ବାଦ କାମନା କରିଥା’ନ୍ତି। କେହି କେହି ମନ୍ଦିର ଯାଇ ଏହି ବିଧି ପୂରଣ କରିଥା’ନ୍ତି।
ତେବେ ଘରପରିବାରକୁ ନକରାତ୍ମକ ଶକ୍ତିରୁ ନିବୃତ୍ତ ରଖିବା ପାଇଁ ଏପରି କରାଯାଉଥିବା ଲୋକମୁଖରେ ଆଲୋଚିତ ହେବାର ଦେଖାଯାଇଥାଏ।

Tags: