ଲୁଣ ଦୂର କରିବ ବାସ୍ତୁଦୋଷ ଓ ସ୍ୱାସ୍ଥ୍ୟସମସ୍ୟା

ସମୟ ଲାଇଭ୍‍,୧୩/୧୧: ବାସ୍ତୁଦଦୋଷ, ଶାରୀରିକ ଓ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାସ୍ତୁବିତ୍‍ଙ୍କ ପରାମର୍ଶ ନେବା ସହ ବିଭିନ୍ନ ଉପାୟ ଅବଲମ୍ବନ କରିଥା’ନ୍ତି। ତେବେ ଆପଣଙ୍କ ରୋଷେଇ ଘରେ ଉପଲବ୍ଧ ହେଇଥିବା ଲୁଣ ଆପଣଙ୍କ ଏ ସମସ୍ତ ସମସ୍ୟା ଦୂର କରିବା ସହ ବାଣିଜ୍ୟ ବ୍ୟବସାୟରେ ମଧ୍ୟ ଉନ୍ନତିରେ ସହାୟକ ହୋଇଥାଏ। ଏସବୁ ସମସ୍ୟାକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…… ୧)ଏକ ଲୁଣପୂର୍ଣ୍ଣ କାଚପାତ୍ରକୁ ଘରର ଯେକୌଣସି ସ୍ଥାନରେ ରଖିବା ଦ୍ୱାରା […]

Samaya Live Picture
Published On

ସମୟ ଲାଇଭ୍‍,୧୩/୧୧: ବାସ୍ତୁଦଦୋଷ, ଶାରୀରିକ ଓ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାସ୍ତୁବିତ୍‍ଙ୍କ ପରାମର୍ଶ ନେବା ସହ ବିଭିନ୍ନ ଉପାୟ ଅବଲମ୍ବନ କରିଥା’ନ୍ତି। ତେବେ ଆପଣଙ୍କ ରୋଷେଇ ଘରେ ଉପଲବ୍ଧ ହେଇଥିବା ଲୁଣ ଆପଣଙ୍କ ଏ ସମସ୍ତ ସମସ୍ୟା ଦୂର କରିବା ସହ ବାଣିଜ୍ୟ ବ୍ୟବସାୟରେ ମଧ୍ୟ ଉନ୍ନତିରେ ସହାୟକ ହୋଇଥାଏ। ଏସବୁ ସମସ୍ୟାକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ……


୧)ଏକ ଲୁଣପୂର୍ଣ୍ଣ କାଚପାତ୍ରକୁ ଘରର ଯେକୌଣସି ସ୍ଥାନରେ ରଖିବା ଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ।

୨) ଗୋଟାଲୁଣକୁ ନାଲି କପଡ଼ାରେ ବାନ୍ଧି ଘରର ମୁଖ୍ୟ ଦ୍ୱାରରେ ବାନ୍ଧନ୍ତୁ ଏହା ଦ୍ୱାରା ନକରାତ୍ମକ ପ୍ରଭାବରୁ ମୁକ୍ତି ମିଳିଥାଏ।

୩) ବାଣିଜ୍ୟ ବ୍ୟବସାୟର ଉନ୍ନତିରେ ମଧ୍ୟ ଲୁଣ ସହାୟକ ହୋଇଥାଏ। ଲୁଣକୁ କପଡ଼ାରେ ବାନ୍ଧି ଅଫିସର ମୁଖ୍ୟ ଦ୍ୱାର କିମ୍ବା ଆଲମିରା ଉପରେ ରଖନ୍ତୁ। ଏହାଦ୍ୱାରା ଶୁଭଫଳ ମିଳିଥାଏ।
୪) ସେହିପରି ରାତିରେ ଶୋଇବା ପୂର୍ବରୁ ଲୁଣ ପାଣିରେ ହାତପାଦ ଧୋଇଦିଅନ୍ତୁ। ଏହା ଦ୍ୱାରା ସାରାଦିନର ଥକାପଣ ଦୂର ହେବା ସହ ଶୀଘ୍ରନିଦ ଆସିଥାଏ।
୫) ପରିବାରରେ ସୁଖ ସମୃଦ୍ଧି ବଜାୟ ରଖିବା ପାଇଁ ଘରେ ରକ୍‍ସଲ୍ଟ ଲ୍ୟାମ୍ପ ରଖନ୍ତୁ। ଏହା ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିଥାଏା

Tags: