ଆଜି ପବିତ୍ର ଅଁଳା ନବମୀ
ସମୟ ଲାଇଭ୍,୫/୧୧: କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀରେ ଅଁଳା ଗଛକୁ ପୂଜିବା ସହ ରାଧାପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ପୁରୀ ଜିଲ୍ଳାସ୍ଥିତ ସାକ୍ଷୀଗୋପାଳ ମନ୍ଦିର ଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର, କଟକ ଓ ସାରା ରାଜ୍ୟରେ ଥିବା ରାଧାକୃଷ୍ଣଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଛି। ଅନ୍ୟପଟେ ରାଧାପାଦ ଦର୍ଶନ କରିବା ଦ୍ୱାରା ପାପ କ୍ଷୟ ହୋଇ କୋଟି ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି। ତେଣୁ ଲମ୍ବାଧାଡ଼ିରେ ଯାଇ ଶ୍ରଦ୍ଧାଳୁ ବିଭିନ୍ନ ମନ୍ଦିରରେ ରାଧା ପାଦ […]
ସମୟ ଲାଇଭ୍,୫/୧୧: କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀରେ ଅଁଳା ଗଛକୁ ପୂଜିବା ସହ ରାଧାପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ପୁରୀ ଜିଲ୍ଳାସ୍ଥିତ ସାକ୍ଷୀଗୋପାଳ ମନ୍ଦିର ଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର, କଟକ ଓ ସାରା ରାଜ୍ୟରେ ଥିବା ରାଧାକୃଷ୍ଣଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଛି। ଅନ୍ୟପଟେ ରାଧାପାଦ ଦର୍ଶନ କରିବା ଦ୍ୱାରା ପାପ କ୍ଷୟ ହୋଇ କୋଟି ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି। ତେଣୁ ଲମ୍ବାଧାଡ଼ିରେ ଯାଇ ଶ୍ରଦ୍ଧାଳୁ ବିଭିନ୍ନ ମନ୍ଦିରରେ ରାଧା ପାଦ ଦର୍ଶନ କରୁଛନ୍ତି।
ଅଁଳା ଗଛକୁ ବିଧିବିଧାନ ସହ ପୂଜା କରିବା ସହ ଅଁଳା ଭୋଗ ଲଗାଉଛନ୍ତି ଭକ୍ତ। ସେହିପରି ଅଁଳାପତ୍ର ଅର୍ପଣ କରିବା ଦ୍ୱାରା ଇଶ୍ୱରପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଥିବାରୁ ଫୁଲ ସହ ସମସ୍ତେ ଅଁଳାପତ୍ର ଅର୍ପଣ କରୁଛନ୍ତି। ତେବେ ଏହିଦିନ ଅଁଳା ବୃକ୍ଷ ମୂଳରେ ବସି ସମୂହ ଭୋଜନର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ତେଣୁ ସ୍ଥାନେ ସ୍ଥାନେ ଏପରି ଆୟୋଜନ କରାଯାଇଛି।
Tags:




