ଅଅଁଳା ନବମୀ

ଅଅଁଳା ନବମୀ
Ipsita Picture
By: Ipsita
Published On

 

କାର୍ତ୍ତିକ ମାସର ଶୁକ୍ଳପକ୍ଷ ନବମୀ ଦିନଟିକୁ ଅଅଁଳା ନବମୀ ଭାବେ ପାଳନ କରାଯାଏ । ଏହି ଦିନ ଅଅଁଳା ଗଛକୁ ପୂଜା କରାଯାଏ । ଓଡ଼ିଶାର ଧର୍ମ ସଂସ୍କୃତିରେ ଅଅଁଳା ଗଛକୁ ଦେବୀ ରୂପେ ଗ୍ରହଣ କରାଯାଇଛି । ବିଶ୍ୱାସ କରାଯାଏ ଯେ ସରସ୍ୱତୀଙ୍କର ରଜୋଗୁଣରୁ ଅଅଁଳାର ସୃଷ୍ଟି । ଏହି ଦିନଠାରୁ ସତ୍ୟ ଯୁଗ ଆରମ୍ଭ ହୋଇଥିବା ବିଶ୍ୱାସ କରାଯାଏ । ଏହି ଦିନଟିକୁ ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ଖୁବ ଧୁମଧାମରେ ପାଳନ କରାଯାଇଥାଏ । ଏହି ଦିନ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧା ପାଦଦର୍ଶନର ଆୟୋଜନ କରାଯାଇଥାଏ । ଏହି ଦିନ ମା ରାଧାରାଣୀ ଓଡିଆଣୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି । ଅନ୍ୟଦିନ ମାନଙ୍କରେ ମାଆଙ୍କର ପାଦ ଦେଖାଯାଉନଥିବା ବେଳେ ବର୍ଷକୁ ଥରେ ଏହି ଅଅଁଳା ନବମୀରେ ମାଆଙ୍କର ପାଦ ଦର୍ଶନ ମିଳିଥାଏ । ତେଣୁ ଏହି ଦିନ ଏଠାରେ ଅନେକ ଶ୍ରଦ୍ଧାଳୁଙ୍କର ଭିଡ ଦେଖିବାକୁ ମିଳିଥାଏ ।

Tags: