ସମୟ ଲାଇଭ୍,୬/୪:ସାରା ଦେଶରେ ୨୧ ଦିନିଆ ଲକ୍ ଡ଼ାଉନ୍ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବାବେଳେ ଏହାର ଅବଧି ଆସନ୍ତା ୧୪ ତାରିଖରେ ସମାପ୍ତ ହେଉଛି। ତେବେ ତେଲେଙ୍ଗାନା ସରକାର ନିଶ୍ଚିତ ବିପଦର ଆଶଙ୍କା କରି ଏହି ଅବଧିକୁ ବଢ଼ାଇଛନ୍ତି। ଅର୍ଥାତ୍ ଜୁନ୍ ୩ ତାରିଖ ପର୍ଯ୍ୟନ୍ତ ଲକ୍ ଡ଼ାଉନ୍ ଜାରି ରହିବ। ଏନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଘୋଷଣା କରିଛନ୍ତି। ![]()
ସୂଚନା ଥାଉ କି, ତେଲେଙ୍ଗାନା ଗତ ଶୁକ୍ରବାର ସର୍ବାଧିକ ୭୫% କରୋନା ପଜିଟିଭ ମାମଲା ସାମନାକୁ ଆସିଥିବାବେଳେ ୨ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା।
ତେବେ ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଲକ୍ ଡ଼ାଉନର ଅବଧି ବୃଦ୍ଧି କରାଯାଇପାରେ।

Comments are closed.