ଲକ୍‍ ଡ଼ାଉନ୍‍ ରେ ଘରେ ବନାନ୍ତୁ ପୋହା କଟଲେଟ୍‍

ସମୟ ଲାଇଭ,୬/୪: ଲକ୍‍ ଡ଼ାଉନ୍‍ରେ ଘରେ ବସି ବସି ବିରକ୍ତ ହୋଇ ଗଲେଣି କି ? ଘର ଖାଇବା ପସନ୍ଦ ଆସୁନାହିଁ କି? ତେବେ ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ପୋହା କଟଲେଟ୍‍, ନିଜେ ଖାଆନ୍ତୁ ଏବଂ ଘରର ସବୁ ସଦସ୍ୟଙ୍କୁ ପରଷନ୍ତୁ।
ଆବଶ୍ୟକୀୟ ସାମଗ୍ରୀ:
ଚୁଡ଼ା, ସିଝା ଆଳୁ, ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଧନିଆପତ୍ର, ଭୃଶଙ୍ଗ ପତ୍ର, ଜିରାଗୁଣ୍ଡ, ଧନିଆଗୁଣ୍ଡ, ତେ, ପାଣି, ୧ ଇଞ୍ଚ ଅଦା
ପ୍ରଥମେ ଚୁଡ଼ାକୁ ଗୋଟିଏ ପାତ୍ରରେ ଭିଜାଇ ରଖନ୍ତୁ। ଚୁଡ଼ା ବତୁରି ଗଲେ ତାହାକୁ ଅନ୍ୟଏକ ପାତ୍ରରେ ଛାଣି ଚକଟି ଦିଅନ୍ତୁ। ଯେତିକି ଚୁଡ଼ା ଚକଟା ନେଇଛନ୍ତି ସେତିକି ପରିମାଣର ସିଝା ଆଳୁ ଚକଟନ୍ତୁ। ଏଥିରେ ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଧନିଆପତ୍ର, ଭୃଶଙ୍ଗ ପତ୍ର, ଜିରାଗୁଣ୍ଡ, ଧନିଆଗୁଣ୍ଡ ପକାଇ ଚୁଡ଼ା ସହ ମିଶାଇ ଚକଟନ୍ତୁ। ଧ୍ୟାନ ରଖନ୍ତୁ ଏହି ଚକଟା ଯେପରି ଆଦୈା ପାଣିଆ ନହୁଏ। ଏହାପରେ ଏହାକୁ ହାତରେ ଗୁଳା କରି ଦୁଇହାତରେ ଚାପି ଚେପଟା ଆକୃତି କରନ୍ତୁ। ଠିକ୍‍ କାକରା ପିଠା ପରି ଗଢ଼ି ରଖନ୍ତୁ। ଏହାପରେ ଗ୍ୟାସରେ କଢ଼େଇ ବସାଇ ମଧ୍ୟମ ଆଞ୍ଚରେ ଫ୍ରାଏ କରନ୍ତୁ।
ପ୍ରସ୍ତୁତ ହୋଇଗଲା ଆପଣଙ୍କର ପ୍ରିୟ ପୋହା କଟଲେଟ୍‍। ଆପଣ ଏହା ଟମାଟୋ ସସ୍‍ କିମ୍ବା ଧନିଆ ଚଟଣୀ ସହ ଖାଇପାରିବେ।

Comments are closed.