ଆତ୍ମହତ୍ୟା ରୋକିବ ‘ଜୀବନ ଜିନ୍ଦାବାଦ’

ଭୁବନେଶ୍ୱର : ଆତ୍ମହତ୍ୟା ରୋକିବ ‘ଜୀବନ ଜିନ୍ଦାବାଦ୍’ । ୧୦ ତାରିଖରୁ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ସଚେତନତା କାର୍ଯ୍ୟକ୍ରମ । ବିଭିନ୍ନ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କରାଯିବ। ଜିଲ୍ଲା ହେଡ୍‌କ୍ବାର୍ଟରରେ ଏହି କାର୍ଯ୍ୟକ୍ରମ କରାଯିବ । ଏନେଇ ଆଜି ଲୋକସେବା ଭବନରେ ବଡ ବୈଠକ ହୋଇଛି । ଏଥିରେ କଲେଜ, ସ୍କୁଲ ଛାତ୍ରଛାତ୍ରୀ ଓ ଯୁବବର୍ଗମାନେ ସାମିଲ ହେବେ। ୭୦ରୁ ଅଧିକ କଳାକାର ଏଥିରେ ସାମିଲ ହେବେ। ମହିଳା ଶିଶୁ ବିକାଶ ବିଭାଗ, ଗୃହ ଓ ଉଚ୍ଚ ଶିକ୍ଷା ବିଭାଗ ବିଭାଗ ପକ୍ଷରୁ ଏହା ଆୟୋଜିତ ହେବ।

ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ବୈଠକ ଆଲୋଚନା କରାଯାଇଛି। ଏଥିରେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଉଚ୍ଚଶିକ୍ଷା ବିଭାଗର ସଚିବ ଓ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ । ଅଭିନେତା ସବ୍ୟସାଚ୍ଚୀ ମିଶ୍ର ଓ ସଂଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦ ଉପସ୍ଥିତ ଥିଲେ ।

ଏହି ଅବସରରେ ବାଣୀବିହାର ଘଟଣାକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି,ଏନେଇ କୁଳପତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଣଛାତ୍ର ହୁଅନ୍ତୁ କିମ୍ବା ଶୈଖିକ ବାତାବରଣ ରଖୁ ନଥିବା ଯେ, କୌଣସି ବ୍ୟକ୍ତି ବିଶେଷ ହୁଅନ୍ତୁ ସେମାନଙ୍କ ଉପରେ ବିଧି ଅନୁସାରେ, ବିଶ୍ୱ ବିଦ୍ୟାଳୟର ନିୟମ ଅନୁସାରେ ଯାହା ଆବଶ୍ୟକ ତାହା କରାଯିବ।

Launching Ceremony of “AYUSHMAN BHARAT

Comments are closed.