ପୁରୀ: ମଇ ୩୧: ତମାଖୁ ସେବନ ଦ୍ୱାରା ଶରୀରରେ ହେଉଥିବା ବିଭିନ୍ନ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତି ବର୍ଷ ମେ ୩୧ ତାରିଖକୁ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଇଥାଏ ।ଚଳିତବର୍ଷର ଥିମ୍ ରହିଛି ଟୋବାକୋ ଥ୍ରେଟ୍ ଆୱାର ଏନଭରମେଣ୍ଟ । ବା ତମାଖୁ ଆମ ପରିବେଶ ପ୍ରତି ବିପଦଜନକ । ନିୟମିତ ତମାଖୁ ସେବନ କ୍ୟାନସର, ହୃଦଘାତ ଏବଂ ମସ୍ତିସ୍କାଘାତର ମୂଳ କାରଣ । ଏହା ଦ୍ୱାରା ମାନସିକ ଅବସାଦ ମଧ୍ୟ ବୃଦ୍ଧି ପାଇଥାଏ ବୋଲି ବିଶେଷଜ୍ଞମତ ଦେଇଛନ୍ତି । ତେଣୁ ତମାଖୁର କୁପ୍ରଭାବ ବିଷୟରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ସାଧାରଣ ଜନତାଙ୍କୁ ସଚେତନ କରାଯାଇଥାଏ । ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଅନ୍ୟପକ୍ଷେ, ସ୍ୟାଣ୍ଡ ଆନିମେଟର ମାନସ ସାହୁ ମଧ୍ୟ ନିଜ ବାଲୁକା କଳା ମାଧ୍ୟମରେ ଜନତାଙ୍କୁ ସଚେତନର ବାର୍ତ୍ତା ଦେଇଛନ୍ତି । ମିଶନ ଓଡିଶା ତରଫରୁ ଲାଇଟ ହାଉସ ବେଳାଭୂମିରେ ସେ ଏକ ସ୍ୟାଣ୍ଡ ଆର୍ଟ କରିଛନ୍ତି ।

Comments are closed.