ଭେଷ୍ଟିବୁଲାର ମାଇଗ୍ରେନ୍ ଅନେକ ଦିନ ଧରି ଆପଣଙ୍କୁ ସମସ୍ୟାରେ ପକାଇପାରେ । ତେବେ ଏଭଳି କେତେକ କେସ୍ ମଧ୍ୟ ରହିଛି, ଯେଉଁଠି ଏହା କିଛି ସେକେଣ୍ଡ୍ରେ ମଧ୍ୟ ଭଲ ହୋଇପାରେ । ଏହାର କୌଣସି ନିର୍ଦ୍ଦିଷ୍ଟ ସମୟ କିମ୍ବା ସ୍ଥାନ ନଥାଏ । ଏହାର ଅନେକ ଲକ୍ଷଣ ରହିଛି ଯେପରି ସନ୍ତୁଳନ ବିଗିଡିବା, ନିଦ ଲାଗିବା, ଅଳ୍ପ ମୁଣ୍ଡ ବିନ୍ଧିବା, ବାନ୍ତି, ନଉସେଆ ଫିଲ୍ ହେବା ଆଦି । ଏହି ଭେଷ୍ଟିବୁଲାର ମାଇଗ୍ରେନ୍ ସାଧାରଣ ମାଇଗ୍ରେନଠାରୁ ଭିନ୍ନ ହୋଇଥାଏ । ମାଇଗ୍ରେନ୍ରେ ଦେଖାଦେଉଥିବା କେତେକ ଲକ୍ଷଣ ଏହି ସମସ୍ୟାରେ ଜଣାପଡିନଥାଏ । ତେଣୁ ଏହାକୁ ଚିହ୍ନଟ କରିବା କଷ୍ଟ ହୋଇଥାଏ । ଏହି ରୋଗ ପାଇଁ ଡାକ୍ତରୀ ଚିକିତ୍ସା ଯେତିକି ଗୁରୁତ୍ୱପୂର୍ଣ୍ଣ ଏହାପାଇଁ ଡାଏଟ୍ର ମଧ୍ୟ ସେତିକି ଆବଶ୍ୟକତା ରହିଛି । ରିସର୍ଚ୍ଚ ଅନୁସାରେ ସେଭଳି କିଛି ପର୍ଟିକୁଲାର ଡାଏଟ୍ ଏଥିପାଇଁ ନାହିଁ, ହେଲ କିଛି ଟା ଖାଦ୍ୟ ଅଛି ଯାହାକୁ ଆଭୋଏଡ କରିବା ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା । ଏହି ଖାଦ୍ୟକୁ ଖାଇବା ଦ୍ୱାରା ଆମର ମାଇଗ୍ରେନ କିଛି ଅଂଶରେ ଠିକ ହୋଇପାରିବ । ତେବେ ଆପଣ ଯାହା ବି ଡାଏଟ୍ ଫଲୋ କରୁଛନ୍ତି ଏହାକୁ ଡାଇଟେସିଆନଙ୍କୁ ପଚାରି କରନ୍ତୁ । ଏହି ଡାଏଟ୍ର ଦୁଇଟି ଫେଜ୍ ରହିଛି ଏଲିମିନେସନ୍ ଓ ରେଣ୍ଟ୍ରୋଡକସନ୍ ଯାହାକୁ ଫଲୋ କରି ଆପଣ ଏକ ହେଲ˜ି ଲାଇଫ ବଞ୍ଚିପାରିବେ । ତେବେ ଡାକ୍ତରଙ୍କ ପରାମର୍ଶ ଏହି ଡାଏଟ୍ ଗ୍ରହଣ କରନ୍ତୁ ।
ଖାଇବା ନାହିଁ
-ଚିଜ୍
-ମଦ
-ଆର୍ଟିଫିସିଆଲ ସୁଇଟନର୍
-ଚକୋଲେଟ୍
-କଫି
-ପ୍ରୋସେସï ମିଟ୍
-ଖଟା ଫଳ
-ମଞ୍ଜି ଜାତୀୟ ଖାଦ୍ୟ
-ଲୁଣି ମାଛ
-ଫ୍ରୁଟ ଜୁସ୍
ଖାଇବା ଉଚିତ୍
-ଖଟା ଫଳଛଡା ଅନ୍ୟ ସମସ୍ତ ଫଳ ।
-ସବୁଜ ପନିପରିବା ।
-ଶସ୍ୟ ଜାତୀୟ ଖାଦ୍ୟ
-ଫ୍ରେସ୍ ମିଟ୍
-ଆଲମଣ୍ଡ ମିá, କୋକନଟ୍ ମିá
– ହର୍ବାଲ ଟି

Comments are closed.