ଚନ୍ଦ୍ରଯାନ ଅଭିଯାନ ସରିନାହିଁ ଖୁବଶୀଘ୍ର ହେବ ସଫ୍ଟ ଲାଣ୍ଡିଂ: କେ. ଶିବନ

ସମୟ ଲାଇଭ,୧/୧୧: ଚନ୍ଦ୍ରଯାନ ୨ର ସଫଳ ଲାଣ୍ଡିଂ ଉପରେ ଇଶ୍ରୋ ମୁଖ୍ୟ କେ. ଶିବନ କହିଛନ୍ତି କି ଏଇଠୁ ଚନ୍ଦ୍ରଯାନର କାହଣୀ ସରିନାହିଁ। ଆଗକୁ ଚନ୍ଦ୍ରକୁ ଯାନ ପଠାଇବା ସହିତ ମଣିଷ ପଠାଇବ ଇଶ୍ରୋ। ଇସ୍ରୋର ଅଧ୍ୟକ୍ଷ କେ.ଶିବନ ଆଜି ଆଇଆଇଟି ଦିଲ୍ଲୀର ୫୦ ବର୍ଷ ପୁର୍ତ୍ତି ଅବସରରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଯୋଗ ଦେଇ ଏପରି କହିଥିଲେ । ଭବିଷ୍ୟତରେ ଚନ୍ଦ୍ରପୃଷ୍ଠରେ ନିଶ୍ଚୟ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ହେବୁ ବୋଲି ସେ କହିଛନ୍ତି । ‘ଆଦିତ୍ୟ ଏଲ-୧ ସୋଲାର ମିଶନ’,‘ହ୍ୟୁମାନ ସ୍ପେଶଫ୍ଲାଇଟ ପ୍ରୋଗ୍ରାମ ଟ୍ରାକ’ ଉପରେ ଇସ୍ରୋ ନଜର ରଖିଛି । ଆଗାମୀ ଦିନରେ ଏହି ସବୁ ସାଟେଲାଇଟ ଲଞ୍ଚ କରାଯିବ । ତାଛଡା ୨୦୦ ଟନ ବିଶିଷ୍ଟ ସେମି-କ୍ରୋୟୋର ଇଞ୍ଜିନର ଟେଷ୍ଟିଂ ଆରମ୍ଭ ହେବାକୁ ଯାଉଛି କହିଛନ୍ତି କେ.ଶିବନ ।

Launching Ceremony of “AYUSHMAN BHARAT

Comments are closed.