ଆରମ୍ଭ ହୋଇଛି ପ୍ରେମ ସପ୍ତାହ

ଆଜି ପ୍ରେମ ସପ୍ତାହର ପ୍ରଥମ ଦିନକୁ ରୋଜ୍‍ ଡ଼େ’ ଭାବରେ ପାଳନ କରାଯାଉଥିôବାବେଳେ ଫେବୃଆରୀ ୮ ତାରିଖକୁ ପ୍ରପୋଜ ଡ଼େ’ ଭାବେ ପାଳନ କରାଯିବ। ଏହିଦିନ ସାଥୀ ନିଜ ସାଥୀଭ୍‍କୁ ପ୍ରେମ ନିବେଦନ କରିବାର ଉତ୍କୃଷ୍ଟ ଦିନ ବୋଲି ବିଚାର କରିଥା’ନ୍ତି।

ଏହା ପରଦିନ ଅର୍ଥାତ୍‍ ୯ ତାରିଖକୁ ପ୍ରେମୀ ଯୁଗଳ ଚକୋଲେଟ ଡ଼େ’ ଭାବେ ପାଳନ କରିବା ସହ ପରସ୍ପରକୁ ଚକୋଲେଟ ଦେଇ ପ୍ରେମର ମିଠା ଅନୁଭୂତି ସାଉଁଟିବେ। ସେହିପରି ୧୦ ତାରିଖରେ ପଡ଼ୁଛି ଟେଡ଼ି ଡ଼େ’ ଏହିଦିନ ପ୍ରେମୀଯୁଗଳ ପରସ୍ପରକୁ ଉପହାର ସ୍ୱରୂପ ଟେଡ଼ି ଦେଇଥା’ନ୍ତି। ଏହା ଦ୍ୱାରା ସମ୍ପର୍କ ସୁଦୃଢ଼ ହୁଏ ବୋଲି ଅନେକଙ୍କ ମନରେ ବିଶ୍ୱାସ ରହିଛି।
ତେବେ ଫେବୃଆରୀ ମାସ ୧୧ ତାରିଖକୁ ପ୍ରୋମିଜ୍‍ ଡ଼େ’ ଭାବେ ପାଳନ କରିବା ସହ ସାଥୀଙ୍କ ସୁଖ ଦୁଃଖରେ ଭାଗୀଦାର ହେବା ପାଇଁ ପରସ୍ପର ପ୍ରତିଜ୍ଞା କରିଥା’ନ୍ତି। ୧୨ ତାରିଖରେ ‘ହଗ୍‍ ଡ଼େ’। ଏହିଦିନ ପରସ୍ପରକୁ ଆଲିଙ୍ଗନ କରିବା ପୂର୍ବକ ପରସ୍ପର ପ୍ରତି ଥିବା ବିଶ୍ୱାସ ଭାବକୁ ଉଦ୍ରେକ କରିଥା’ନ୍ତି। ୧୩ ତାରିଖ ଦିନ ‘କିସ୍‍ ଡ଼େ’ ରେ ପରସ୍ପରକୁ ଚୁମ୍ବନ କରିବା ସହ ସାରା ଜୀବନ ଜଣେ ଅନ୍ୟଜଣଙ୍କର ଯତ୍ନ ନେବେ ବୋଲି ପ୍ରତିଶ୍ରୁତିବଦ୍ଧ ହୋଇଥା’ନ୍ତି।

ତେବେ ଭାଲେଣ୍ଟାଇନ୍‍ ୱିକର ଶେଷଦିନ ଅର୍ଥାତ୍‍ ଭାଲେଣ୍ଟାଇନ୍‍ ଡ଼େ’ ନିଜ ଜୀବନସାଥୀଙ୍କ ସହ ନିଆରା ଢ଼ଙ୍ଗରେ ବିତାଇବାକୁ ଚେଷ୍ଟା କରିଥା’ନ୍ତି ସମସ୍ତେ। ଏହିଦିନକୁ ସ୍ମୃତି ଭାବେ ରଖିବାକୁ ଚାହିଁଥା’ନ୍ତି ସବୁ ପ୍ରେମୀଯୁଗଳ।

Launching Ceremony of “AYUSHMAN BHARAT

Comments are closed.