ରୋଜ୍‍ ଡ଼େ ରେ ଦିଅନ୍ତୁ ନାହିଁ ଗୋଲାପ, ଜାଣନ୍ତୁ କ’ଣ ଦେବେ ସାଥୀଙ୍କୁ ?

ପ୍ରେମମୟ ଜୀବନରେ ସାଥୀଙ୍କୁ ନିଜର ମନର ମଣିଷ ଖୁବ୍‍ ସୁନ୍ଦର ଲାଗିଥାଏ। ସେ ସାଥୀଙ୍କୁକୁ କୋମଳ ଗୋଲାପ ଫୁଲ ସହିତ ତୁଳନା କରିବା ପୂର୍ବକ ଏହି ଦିନଟିକୁ ରୋଜ ଡ଼େ ଭାବେ ପାଳନ କରିଥା’ନ୍ତି। କେବଳ ଗୋଲାପ ସହ ତୁଳନା କରନ୍ତି ନାହିଁ ବରଂ ଗୋଲାପଫୁଲଟି ପରି ସାଥୀଙ୍କ ଜୀବନ ସୁବାସିତ ହେଉ ବୋଲି ସେ କାମନା କରିଥା’ନ୍ତି।
ତେବେ କେବଳ ଯେ ଗୋଲାପ ଫୁଲଟିଏ ଉପହାର ଦେଇ ଆପଣ ଆପଣଙ୍କ ମନର ଭାବନା ପ୍ରକାଶ କରିପାରିବେ ତାହା ନୁହେଁ। ଆପଣ ଏପରି କିଛି ଅନ୍ୟ ଉପହାର ସାଥୀଙ୍କୁ ଦେଇପାରିବେ ଯାହା କେବଳ ରୋଜ୍‍ ଡ଼େ ରେ ନୁହେଁ ବର୍ଷର ଯେକୌଣସି ଦିନରେ ଆପଣଙ୍କ ସାଥୀଙ୍କ ପାଖରେ ଆପଣଙ୍କ ଭାବନା ପହଞ୍ଚାଇବ।
୧) ଗୋଲାପ ଚାରା: ଗୋଲାପଫୁଲଟିଏ ବନ୍ଧୁଙ୍କୁ ଉପହାର ଦେଲେ ଗୋଟିଏ କିମ୍ବା ଦୁଇ ଦିନରେ ମଉଳି ଯିବ। ତେଣୁ ଏଥର ରୋଜ ଡ଼େରେ ଆପଣ ଆପଣଙ୍କ ସାଥୀଙ୍କୁ ଏକ ଗୋଲାପଚାରା ଉପହାର ଦିଅନ୍ତୁ। ଏହି ଚାରା ଯେତେ ବଡ଼ ହେବ ଏଥିରେ ଫୁଲ ମଧ୍ୟ ଅଧିକରୁ ଅଧିକ ଫୁଟିବାରେ ଲାଗିବ। ଏହାଦ୍ୱାରା ଆପଣଙ୍କ ଭାବନା ପ୍ରତିଦିନ ଆପଣଙ୍କ ସାଥୀ ଅନୁଭବ କରିପାରିବେ।

୨) ୱାଲ ପେପର୍‍ : କାନ୍ଥରେ ଲଗାଇବା ପାଇଁ ଗୋଲାପଫୁଲର ୱାଲ୍‍ ପେପର୍‍ ସାଥୀଙ୍କୁ ଦିଅନ୍ତୁ। ଯେତେଥର ବି ସାଥୀଙ୍କ ନଜର ଏହି ୱାଲପେପର୍‍ ଉପରେ ପଡ଼ିବ ସାଥୀ ଆପଣଙ୍କ ଭଲପାଇବାକୁ ଅନୁଭବ କରିପାରିବେ।
୩) ମୋବାଇଲ୍‍ ଫୋନ୍‍ କଭର୍‍ : ଆଜି କାଲି ମୋବାଇଲ୍‍ ଫୋନ୍‍ ସମସ୍ତଙ୍କର ଅତି ଆବଶ୍ୟକ ଜିନିଷ ହୋଇପଡ଼ିଛି। ତେଣୁ ଏହାକୁ ପ୍ରତିଦିନ ସେ ଯେଉଁଆଡ଼େ ବି ଯାହାନ୍ତୁ ନା କାହିଁକି ସାଥିରେ ମୋବାଇଲ୍‍ ଫୋନ୍‍ ନେଇଯାଆନ୍ତି। ତେବେ ଆପଣ ତାଙ୍କୁ ଉପହାର ଦେଇଥିବା ଗୋଲାପଫୁଲ ଚିତ୍ରିତ କଭର୍‍ ଆଣଙ୍କୁ ତାଙ୍କର କେତେ ନିକଟତର କରାଇବ।

୪) ଓଢ଼ଣୀ ବା ଷ୍ଟୋଲ:ଆପଣ ଯଦି ପୁରୁଷ ତେବେ ଆପଣଙ୍କ ପ୍ରେମିକାଙ୍କୁ ଗୋଲାପଫୁଲ ଚିତ୍ରିତ ଓଢ଼ଣୀ କିମ୍ବା ଷ୍ଟୋଲ ମଧ୍ୟ ଉପହାରରେ ଦେଇପାରିବେ। ଏହାଦ୍ୱାରା ସେ ଯେବେ ବି ଏହି ବସ୍ତ୍ର ବ୍ୟବହାର କରିବେ ଆପଣଙ୍କୁ ହିଁ ମନ ପକାଇବେ। ଆପଣ ତାଙ୍କ ବଷୟରେ କ’ଣ ଚିନ୍ତା କରନ୍ତି ତାହା ମଧ୍ୟ ହୃଦୟଙ୍ଗମ କରିପାରିବେ।

୫) ପରଫ୍ୟୁମ୍‍: ଆପଣ ଚାହିଁଲେ ଆପଣଙ୍କ ବନ୍ଧୁଙ୍କୁ ସୁବାସିତ ଫରଫ୍ୟୁମ୍‍ ମଧ୍ୟ ଦେଇପାରିବେ। ଏହାଦ୍ୱାରା ସେ ଜାଣିବେ ଆପଣ ଚାହାନ୍ତି କି ଏହି ସୁବାସିତ ଫରଫ୍ୟୁମ୍‍ ପରି ତାଙ୍କର ସାରା ଜୀବନ ମହକି ଉଠୁ।
କିନ୍ତୁ ମନେରଖିବେ ଉପହାରର ମୂଲ୍ୟ ଅର୍ଥ ସହ ତୁଳନା କରାଯାଏ ନାହିଁ ତେଣୁ ଉପହାର ଦିଅନ୍ତୁ ବା ନିଅନ୍ତୁ ଏହାକୁ ଅର୍ଥ ସହ ତୁଳନା କରନ୍ତୁ ନାହିଁ। ଉପହାରର ମୂଲ୍ୟ କେବଳ ଉପହାର ହିଁ ହୋଇଥାଏ।

Comments are closed.