ଜାଣନ୍ତୁ ପାଚିଲା ଅମୃତଭଣ୍ଡା ଶରୀର ପାଇଁ କେତେ ଲାଭଦାୟକ

0

ସମୟ ଲାଇଭ,୭/୧: ସବୁଜ ପନିପରିବା ହେଉ ବା ତାଜା ଫଳ ଶରୀର ପାଇଁ ବେଶ ଉପକାରୀ ହୋଇଥାଏ | ତେବେ ଅମୃତ ଭଣ୍ଡ ଏପରି ଏକ ଜିନିଷ ଯାହା ଆପଣ କଞ୍ଚାରେ ପାରିବ ଓ ପାଚିଲାରେ ଫଳ ଭାବେ ବ୍ୟବହାର କରିଥାନ୍ତି | ତେବେ ଜାଣନ୍ତୁ ପାଚିଲା ଅମୃତଭଣ୍ଡା ଶରୀର ପାଇଁ କେତେ ଲାଭଦାୟକ ଅଟେ ।

– ଅମୃତଭଣ୍ଡାର ଦ୍ୱାରା ରକ୍ତଚାପ,ମହିଳାଙ୍କ ମାସିକ ଧର୍ମରେ ହେଉଥିବା ପିଡା,ମୁଖମଣ୍ଡଳର ବିଭିନ୍ନ ସମସ୍ୟା, ଚୁଟିର ସମସ୍ୟା କୁ ଦୂର କରେ ।

– ତେବେ ଅମୃତଭଣ୍ଡା ପତ୍ରକୁ ଯଦି ଭଲ ଭାବେ ଜୁସ୍ କରି ସେବନ କରନ୍ତି ତେବେ ପେଟରେ ହେଉଥିବା ସମସ୍ତ ସମସ୍ୟାକୁ ଦୂର କରେ । ଏଥିରେ ଭିଟାମିନ୍ ଏ, ସି, ଡି, ଇ ଏବଂ କ୍ୟାଲସିୟମ ରହିଛି । ଏଥିସହିତ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ ।

– ଅମୃତଭଣ୍ଡା ହଜମ କ୍ରିୟାକୁ ବଢ଼ାଇଥାଏ, ତେଣୁ ପ୍ରତିଦିନ ସେବନ ଅତ୍ୟନ୍ତ ଜରୁରୀ ।

– ଡେଙ୍ଗୁ ରୋଗରେ ପିଡିତ ବ୍ୟକ୍ତିଙ୍କୁ ନିୟମିତ ଭାବେ ଅମୃତଭଣ୍ଡା ପତ୍ରର ରସ ଯଦି ପିଅନ୍ତି ତେବେ ଏହି ରୋଗରୁ ଉପଶମ ମିଳିଥାଏ । ତେବେ ଏଥିରେ ଡାକ୍ତରଙ୍କ ପରାମର୍ଶ ଆବଶ୍ୟକ ।

– ଅମୃତଭଣ୍ଡାରେ ପ୍ରଚୁର ପରିମାଣରେ ଭିଟାମିନ୍ ‘ଏ’ରହିଛି, ତେବେ ଏହା ଦୃଷ୍ଟିଶକ୍ତି ପାଇଁ ଖୁବ୍ ଲାଭକାରୀ ।

– ଅମୃତଭଣ୍ଡାରେ ରହିଥିବା ଆଣ୍ଟି ଅକ୍ସିଡାଣ୍ଟ ଓ ଫାଇବର ଶରୀରର କୋଲେଷ୍ଟ୍ରଲ କୁ କମ କରିଥାଏ, ଫଳରେ ହୃଦରୋଗର ଆଶଙ୍କା କମ୍ ଦେଖାଦିଏ ।

Leave A Reply

Your email address will not be published.