ଆଜିଠୁ ରଣଜୀ ଟ୍ରଫି କ୍ୱାର୍ଟରଫାଇନାଲ

ବେଙ୍ଗାଲୁରୁ : ବିସିସିଆଇର ଘରୋଇ ପ୍ରତିଯୋଗିତା ରଣଜୀ ଟ୍ରଫିର ନକ୍‌ଆଉଟ୍‌ ପର୍ଯ୍ୟୟ ଆଜିଠୁ ଆରମ୍ଭ ହେବାକୁଯାଉଛି । ଆଇପିଏଲ୍‌ ପାଇଁ ରଣଜୀ ଟ୍ରଫିର ନକ୍‌ଆଉଟ୍‌ ୨ ମାସରୁ ଅଧିକ ସମୟ ଧରି ବନ୍ଦ ରହିଥିଲା । ଲିଗ୍‌ ପର୍ଯ୍ୟାୟରୁ ମୋଟ୍‌ ୮ଟି ଦଳ କ୍ୱାର୍ଟରଫାଇନାଲ ଯୋଗ୍ୟତା ଅର୍ଜନ କରିଛନ୍ତି । ବେଙ୍ଗାଲୁରୁରେ ପ୍ରଥମ ମ୍ୟାଚ୍‌ ବେଙ୍ଗଲ ଓ ଝାଡ଼ଖଣ୍ଡ ମଧ୍ୟରେ ସୋମବାର ଆରମ୍ଭ ହେବ । ୫ ଦିନିଆ ଏହି ମୁକାବିଲା ପାଇଁ ଦଳ ଗୁଡିକ ସେମାନଙ୍କ ପ୍ରସ୍ତୁତି ପର୍ବ ଶେଷ କରିଛନ୍ତି । ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଆଲୁରରେ ମୁମ୍ବାଇ ଓ ଉତ୍ତରାଖଣ୍ଡ ମଧ୍ୟରେ, ତୃତୀୟ ମ୍ୟାଚ୍‌ ଆଲୁରରେ କର୍ଣ୍ଣାଟକ ଓ ୟୁପି ମଧ୍ୟରେ ଏବଂ ଚତୁର୍ଥ କ୍ୱାର୍ଟରଫାଇନାଲ ଆଲୁରରେ ପଞ୍ଜାବ ଓ ମଧ୍ୟପ୍ରଦେଶ ମଧ୍ୟରେ ଖେଳାଯିବ ।

୨୦୦୦ରୁ ୨୦୨୨ ମଧ୍ୟରେ ମୁମ୍ବାଇ ଦଳ ରଣଜୀ ଟ୍ରଫିରେ ୭ଥର ଚାମ୍ପିଅନ୍‌ ହୋଇଥିବା ବେଳେ ଅନ୍ୟାନ୍ୟ ପ୍ରତିଯୋଗିତାଗୁଡିକରେ ଚମକପ୍ରଦ ପ୍ରଦର୍ଶନ ଦେଖାଇଛି । ୪୧ଥର ଟାଇଟଲ ଜିତିଥିବା ମୁମ୍ବାଇ କ୍ୱାର୍ଟରଫାଇନାଲରେ ଫେବୋରିଟ୍‌ ରହିବ । ପୃଥ୍ୱୀ ଶ’ ମୁମ୍ବାଇର ନେତୃତ୍ୱ ନେବେ । ଅନଭିଜ୍ଞ ଉତ୍ତରାଖଣ୍ଡ ପାଇଁ ମୁମ୍ବାଇକୁ ପ୍ରତିହତ କରିବ ସହଜ ହେବ ନାହିଁ । ଏହି ମ୍ୟାଚ ଆଲୁର କ୍ରିକେଟ୍‌ ଷ୍ଟାଡିୟମ୍‌-୨ରେ ଖେଳାଯିବ । ମୁମ୍ବାଇ ଦଳରେ ପୃଥ୍ୱୀ ଶ’ଙ୍କ ବ୍ୟତୀତ ଅର୍ମାନ ଜାଫର ଭୁପେନ ଲାଲୱାନୀ ଓ ହାର୍ଦ୍ଦିକ ତୋମାନଙ୍କ ଭଳି ଯୁବ ପ୍ରତିଭା ରହିଛନ୍ତି । ଏମାନଙ୍କ ପ୍ରଦର୍ଶନ ଦଳର ଫଳାଫଳକୁ ପ୍ରଭାବିତ କରିବ । ଯଶଶ ଭି ଜୟସ୍ୱାଲ ଓ ସର୍ଫରାଜ ଖାନ୍‌ଙ୍କ ଭୂମିକା ଏହି ମ୍ୟାଚ୍‌ରେ ଗୁରୁତ୍ୱପୂର୍ଣ୍ଣ ରହିବ ।

ସେହିଭଳି ପଞ୍ଜାବ ଓ ମଧ୍ୟପ୍ରଦେଶ ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିବ । ଖାସ୍‌ କରି ଶୁଭମନ ଗିଲ ପଞ୍ଜାବ ଦଳର ନେତୃତ୍ୱ ନେବେ । ଗିଲ୍‌ ଭଲ ଲୟରେ ଥିବାରୁ ମଧ୍ୟପ୍ରଦେଶ ପାଇଁ ତାଙ୍କୁ ଟMର ଦେବା କଷ୍ଟସାଧ୍ୟ ହେବ । ମଧ୍ୟପ୍ରଦେଶ ଦଳରେ କୁମାର କାର୍ତ୍ତିକେୟ ସିଂ ଅଛନ୍ତି । ଚଳିତ ଆଇପିଏଲ୍‌ରେ ସେ ଡେବୁ୍ୟ କରିଥିଲେ । ଏହି ବାମହାତି ସ୍ପିନର ମଧ୍ୟପ୍ରଦେଶର ଟ୍ରମ୍ପକାର୍ଡ ହେବେ ବୋଲି ଆଶା କରାଯାଉଛି । ଏହି ମ୍ୟାଚ୍‌ରେ ଦୁଇ ଭେଟରାନ କୋଚ ଚନ୍ଦ୍ରକାନ୍ତ ପଣ୍ଡିତ ଓ ସୁରେନ୍ଦ୍ର ଭାବେଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି ଆଶା କରାଯାଉଛି । ଦୁହେଁ ପରସ୍ପରର ତୀବ୍ର ବିରୋଧି । ତେଣୁ ପଞ୍ଜାବ ଓ ମଧ୍ୟପ୍ରଦେଶ ମ୍ୟାଚ୍‌ରେ ଉଚ୍ଚକୋଟୀର ଲଢ଼େଇ ଦେଖିବାକୁ ମିଳିପାରେ ।

Govt

Comments are closed.