ପବନରେ ଝୁଲୁଛି ମନ୍ଦିର !

ସମୟ ଲାଇଭ,୩୧/୧୦: କଥାଟା ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ବିଶ୍ୱରେ ଏମତି ଏକ ମନ୍ଦିର ଅଛି ଯେଉଁଠି ପବନରେ ଝୁଲୁଛି ମନ୍ଦିର। ଏଭଳି ଏକ ଜାଗା ପଡୋଶି ଚାଇନାରେ ଅଛି, ଯେଉଁଠି ,ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମନ୍ଦିରଟି ସମ୍ପୂର୍ଣ୍ଣ ପବନରେ ଝୁଲୁଥିବାର ଆପଣ ଦେଖିବାକୁ ପାଇବେ। ଏଠାରେ ନା କୈାଣସି ଖୁଣ୍ଟ ଅଛି ନା କୈାଣସି ଫାଉଣ୍ଡେସନ ଧରି ରଖିଛି ଏହାକୁ। କେବଳ ପବନରେ ଝୁଲୁଥିବା ଭଳି ଦେଖିବାକୁ ପାଇବେ।ଚାଇନାରେ ଏପରି ଏକ ମନ୍ଦିର ଯାହା ପବନରେ ଝୁଲୁଥିବା ଲୋକେ କୁହନ୍ତି । ଦୀର୍ଘ ୧୫ ବର୍ଷ ହେବ ଏହି ମନ୍ଦିର ପବନରେ ଝୁଲୁଥିବା କୁହାଯାଉଛି । ଏହି ମନ୍ଦିର, ବୁଦ୍ଧ, ତାଓ ଓ କନଫୁସିୟସ୍ ଏହି ୩ଟି ଶୈଳୀରେ ନିର୍ମାଣ କରାଯାଇଛି। ଏହା ପାହାଡର ଧାରରେ ଏପରି ନିର୍ମାଣ କରାଯାଇଛି ଯାହାକୁ ଦେଖିଲେ ଲାଗିବ ଏହା ଯେପରି ପବନରେ ଝୁଲୁଛି । ଭୁମି ଠାରୁ ଏହି ମନ୍ଦିର ପ୍ରାୟ ୫୦ କି.ମି ଉଚ୍ଚରେ ରହିଛି । ଏହା ଅଧିକ ଉଚ୍ଚରେ ଥିବାରୁ ଏହି ଅଚଂଳରେ ହେଉଥିବା ବନ୍ୟାରେ, ମନ୍ଦିରର କିଛି କ୍ଷତି ହୁଏନାହିଁ ।

Launching Ceremony of “AYUSHMAN BHARAT

Comments are closed.