ଘରେ ଆପଣ ସୁନା ରଖୁଛନ୍ତି କି,ରୁହନ୍ତୁ ସାବଧାନ !

ନହେଲେ ପଡିପାରନ୍ତି ଏହି ଅସୁବିଧାରେ

0

ସମୟ ଲାଇଭ,୩୧/୧୦:  ଘରେ ଯଦି ସୁନା ମହଜୁଦ ରଖିଛନ୍ତି ତେବେ ସାବଧାନ ହୁଅନ୍ତୁ । ମୋଦୀ ସରକାର ଆଣିପାରନ୍ତି ଏମିତି ଏକ ଯୋଜନା, ଯାହା ଆପଣଙ୍କୁ ଅସୁବିଧାରେ ପକାଇପାରେ । କେନ୍ଦ୍ରସରକାର ଆୟକରର ସର୍ବକ୍ଷମା ଯୋଜନା ଭଳି ସୁନାରେ ମଧ୍ୟ ସର୍ବକ୍ଷମା ଯୋଜନା ଆଣିପାରନ୍ତି । ଏହି ଯୋଜନା ଲାଗୁ ହେଲେ ଆପଣ ଏକ ନିର୍ଦ୍ଦିଷ୍ଟ ତାରିଖ ଭିତରେ ପାଖରେ ଥିବା ସମୁଦାୟ ସୁନାର ସୂଚନା ଦେବାକୁ ପଡ଼ିବ । ସରକାରୀ ନିର୍ଦ୍ଧାରିତ ପରିମାଣରୁ ଅଧିକ ସୁନା ରଖିଥିଲେ ସେମାନଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବ । ଟ୍ୟାକ୍ସ ଦେବା ପରେ ଆପଣଙ୍କ ପାଖରେ ଥିବା ଅବୈଧ ସୁନା ବୈଧ ହୋଇଯିବ । ତେବେ ଅନୁମାନ କରାଯାଉଛି ଯେ, ଜଣେ ବିବାହିତ ମହିଳା ନିଜ ନାଁରେ ୨୫୦ଗ୍ରାମ ସୁନା ରଖିପାରିବେ । ସେହିପରି ଜଣେ ପୁରଷ ୧୫୦ଗ୍ରାମ୍ ଏବଂ ପିଲାମାନଙ୍କ ନାଁରେ ସର୍ବାଧିକ ୧୦୦ଗ୍ରାମ ପର୍ୟ୍ୟନ୍ତ ସୁନା ରଖାଯାଇପାରିବ । କିନ୍ତୁ ଏ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ କୌଣସି ଘୋଷଣା କରାଯାଇ ନାହିଁ ।

Leave A Reply

Your email address will not be published.