ଜୀବନରେ ସକରାତ୍ମକତା ରହିବାର ବେଶ୍ ଆବଶ୍ୟକତା ରହିଛି । ଏହା ଦ୍ୱାରା ଆପଣଙ୍କର ଅନେକ କାର୍ଯ୍ୟ ସହଜ ହୋଇଯାଇଥାଏ । ତେବେ ଏଥିପାଇଁ ନିଜର କିଛି ସ୍ୱଭାବରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ଆସନ୍ତୁ ଜାଣିବା ନିଜର କେଉଁ ସ୍ୱଭାବକୁ ବଦଳାଇବା ଦ୍ୱାରା ଆପଣ ଜୀବନରେ ସକରାତ୍ମକତା ଆଣିପାରିବେ । ପ୍ରଥମେ ଲୋକଙ୍କୁ କ୍ଷମା କରିବା ଶିଖନ୍ତୁ । ଏହା ସକରାତ୍ମକତାର ପ୍ରଥମ ସିଢି ହୋଇଥାଏ । ଏହି ସ୍ୱଭାବକୁ ଆପଣାଇବା ଦ୍ୱାରା ଆମ ମନରେ ଆତ୍ମ ବିଶ୍ୱାସ ବଢିଥାଏ । ଏହାଦ୍ୱାରା ଆମେ ଉଲ୍ଲସିତ ଓ ଆଶାବାଦୀ ରହିଥାଉ । ସେହିଭଳି ନିଜ ଉପରେ ବିଶ୍ୱାସ ରଖନ୍ତୁ । ନିଜେ ସମସ୍ତ କାର୍ଯ୍ୟ କରିପାରିବେ ବୋଲି ବିଶ୍ୱାସ ରଖିବା ଦ୍ୱାରା ଆପଣଙ୍କ ବିଫଳତାର ହାର କମି ଯାଇଥାଏ । ସେହିଭଳି ଏହି ବିଶ୍ୱାସ ଦ୍ୱାରା ଆପଣ ଖୁବ କମ କାର୍ଯ୍ୟରେ ଅସଫଳ ହୁଅନ୍ତି, ଯେଉଁ କାରଣରୁ ଆପଣଙ୍କ ଜୀବନରେ ସକରାତ୍ମକତା ବଢିଥାଏ । କେବଳ ଆତ୍ମବିଶ୍ୱାସୀ ନୁହେଁ ଜୀବନରେ ଦାୟିତ୍ୱବୋଧ ହେବାକୁ ପ୍ରାଥମିକତା ଦିଅନ୍ତୁ । କେଉଁ କାର୍ଯ୍ୟ କେତେବେଳେ କରିବାର ଆବଶ୍ୟକତା ରହିଛି, ସେହି ଅନୁଯାୟୀ କରନ୍ତୁ । ଯାହା ଫଳରେ ଜୀବନରେ ସଫଳତା ସହିତ ଶାନ୍ତି ମଧ୍ୟ ଆସିବ । ଏଥିସହିତ ଆତ୍ମବିଶ୍ୱାସ ଓ ସକରାତ୍ମକତା ମଧ୍ୟ ବଢିବ ।

Comments are closed.