ମହାରାଣୀ ପିଇଥିବା ଚା ପ୍ୟାକେଟ ୯ ଲକ୍ଷରେ ନିଲାମ

ଲଣ୍ଡନ: ବ୍ରିଟେନ ମହାରାଣୀ ମୃତ୍ୟୁ ପରେ ବର୍ତ୍ତମାନ ମହାରାଣୀ ବ୍ୟବହାର କରିଥିବା କିଛି ଦୁର୍ମୁଲ୍ୟ ସାମଗ୍ରୀକୁ ଏବେ ଅନଲାଇନ େୱବସାଇଟ ମାଧ୍ୟମରେ ବିକ୍ରି କରାଯିବାର ଦେଖିବାକୁ ମିଳିଛି । ବଡ କଥା ଯେ ଏବେ ଅନଲାଇନ ପୋର୍ଟାଲରେ ଉପଲବ୍ଧ ସାମଗ୍ରୀ ମଧ୍ୟରେ ଏକ ଚା ପ୍ୟାକେଟ ମଧ୍ୟ ରହିଛି, ଯାହାର ମୂଲ୍ୟ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ବାସ୍ତବରେ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କର ୭୦ ବର୍ଷର ରାଜତ୍ୱକୁ ସ୍ମରଣ କରିବା ପାଇଁ, ଅନଲାଇନ ପ୍ଲାଟଫର୍ମ ଇବେର ଜଣେ ୟୁଜର୍ସ ରାଣୀଙ୍କ ଦ୍ୱାରା ବ୍ୟବହୃତ ଏକ ଚାହା ପ୍ୟାକେଟକୁ ତାଲିକାଭୁକ୍ତ କରିଛନ୍ତି । ୧୯୯୮ରେ ୱିଣ୍ଡସର୍‌ ଦୁର୍ଗରୁ ଏହି ଚାହା ପ୍ୟାକେଟ ଚୋରି ହୋଇଥିବା ନେଇ ବିକ୍ରେତା ଜଣକ ଦାବି କରିଛନ୍ତି । ଆଉ ବିକ୍ରେତା ଜଣକ ଏହି ଚା ପ୍ୟାକେଟର ନିଲାମ ମୂଲ୍ୟ ୧୨,୦୦୦ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୯ ଲକ୍ଷ ଟଙ୍କା ରଖିଛନ୍ତି ।

Govt

Comments are closed.