ଅଯୋଗ୍ୟ ବିଧାୟକଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି କର୍ଣ୍ଣାଟକରେ ଲଢିପାରିବେ ଉପନିର୍ବାଚନ

ସମୟ ଲାଇଭ,୧୩/୧୧: ସୁପ୍ରିମକୋର୍ଟରେ ଆଜି ଅଯୋଗ୍ୟ ବିବେଚିତ ହୋଇଥିବା ୧୭ ଜଣ ବିଧାୟକଙ୍କର ହୋଇଛି ଶୁଣାଣୀ। ବାଚଷ୍ପତିଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକ ମାନଙ୍କୁ ସୁପ୍ରମକୋର୍ଟରୁ ମିଳିଛି ବଡ ଆଶ୍ୱସ୍ତି। ଅଯୋଗ୍ୟ ବିବେଚିତ ହୋଇଥିବା ବିଧାୟକମାନେ ଲଢିପାରିପେ କର୍ଣ୍ଣାଟକରେ ଉପନିର୍ବାଚନ। ସବୁଦିନ ପାଇଁ ସେମାନେ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି କହିବା ଭୁଲ୍ ବୋଲି କୋର୍ଟ ଦର୍ଶାଇଛନ୍ତି । ଆସନ୍ତା ନଭେମ୍ବର ୫ ତାରିଖରେ କର୍ଣ୍ଣାଟକରେ ୧୫ ଆସନରେ ବିଧାନସଭା ଉପନିର୍ବାଚନ ହେବାକୁ ଯାଉଛି। ତେଣୁ ଅଯୋଗ୍ୟ ବିବେଚିତ ହୋଇଥିବା ୧୭ ଜଣ ବିଧାୟକ ଏହି ଉପନିର୍ବାଚନ ଲଢିପାରିବେ ବୋଲି ସୁପ୍ରମକୋର୍ଟ ନିର୍ଦ୍ଦଶ ଦେଇଛନ୍ତି।

ବାଚଷ୍ପତି କାହିଁଙ୍କି କରିଥିଲେ ଅଯୋଗ୍ୟ ?
କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଥିବା ବେଳେ ୧୭ ବିଧାୟକ ସେମାନଙ୍କ ପଦରୁ ଦେଇଥିଲେ ଇସ୍ତଫା  । କଂଗ୍ରେସର ୧୪ ଓ ଜେଡିଏସର ୩ ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେବା ପରେ ଏହାକୁ ଅସାମ୍ବିଧାନିକ ଦର୍ଶାଇଥିଲେ ତତ୍କାଳୀନ ବାଚସ୍ପତି । ଏହାପରେ ବିଧାନସଭା ବାଚସ୍ପତି ଆର.ରମେଶ ସେହି ୧୭ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ । ଏହାପରେ ସମସ୍ତେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Launching Ceremony of “AYUSHMAN BHARAT

Comments are closed.